ସମ୍ବଲପୁର/ରମାକାନ୍ତ ବିଶ୍ୱାଳ – ସମ୍ବଲପୁର ଜିଲ୍ଲା ରେ ନାଇଟ କର୍ଫ୍ୟୁକୁ ନେଇ ସମ୍ବଲପୁର ଏସପିଙ୍କ ବଡ ଚେତାବନୀ । ସମ୍ବଲପୁର ଜିଲ୍ଲା ରେ ଲାଗୁ ହେବାକୁ ଥିବା ନାଇଟ କର୍ଫ୍ୟୁ ସମୟରେ ରାତି ୧୦ ଟା ପରେ ରାସ୍ତାରେ ବୁଲିଲେ ପୋଲିସ ଗ୍ରହଣ କରିବ ଦୃଢ଼ କାର୍ଯ୍ୟାନୁଷ୍ଠାନ । ଏଥିସହ ଯେଉଁମାନେ କୋଭିଡ ସମ୍ପର୍କୀତ ଗାଇଡଲାଇନ ନମାନିବେ ସେମାନଙ୍କ ବିରୁଦ୍ଧରେ ଏପିଡେମୀକ ଆକ୍ଟ ଅନୁସାରେ ଗ୍ରହଣ କରାଯିବ କାର୍ଯ୍ୟାନୁଷ୍ଠାନ । ବିଶେଷ କରି ସମ୍ବଲପୁର, ବୁର୍ଲା, ହୀରାକୁଦ ବାସୀଙ୍କୁ ସତର୍କ ରହିବାକୁ କହିଲେ ଏସପି ବାତୁଲା ଗଙ୍ଗାଧର । ସମ୍ବଲପୁର ଜିଲ୍ଲା ଏସପି କାର୍ଯ୍ୟାଳୟ ଠାରେ ସମ୍ବଲପୁର ଏସପି ଗଣମାଧ୍ୟମ ଜରିଆରେ ଜିଲ୍ଲା ବାସିନ୍ଦା ଙ୍କୁ କହିଛନ୍ତି ଯେ ନାଇଟ କର୍ଫ୍ୟୁ ସମୟରେ ଦୋକାନ ବଜାର ଗୁଡିକ ରାତି ୧୦ ପୂର୍ବରୁ ବନ୍ଦ ନକଲେ ମୋଟା ଅଙ୍କର ତଣ୍ଡ ଗଣିବା ସହ କୋଭିଡ ଗାଇଡ଼ଲାଇନ ଉଲ୍ଲାଙ୍ଘନ ମାମଲାରେ ଅଭିଯୁକ୍ତ କରାଯିବ ବୋଲି ଏସପି କହିଛନ୍ତି । ସମ୍ବଲପୁର ,ବୁର୍ଲା, ହୀରାକୁଦ ଥାନା ଅଂଚଳରେ 14 ଟି ଚେକ ପୋଷ୍ଟ କରାଯିବ ଓ କଡାକଡି ଯାଞ୍ଚ କରାଯିବ । ବିଭିନ୍ନ ବାହାନା ଦେଖାଇ ରାତି 10 ପରେ ବୁଲିଲେ ପୋଲିସ ଆକ୍ସନ ଭୋଗିବାକୁ ପଡ଼ିବ ବୋଲି ଅମାନିଆ ଙ୍କୁ ସତର୍କବାଣୀ ଶୁଣାଇଛନ୍ତି ସମ୍ବଲପୁର ଏସପି । ଯେଉଁମାନେ ମାସ୍କ ପିନ୍ଧିନଥିବେ ସେମାନଙ୍କ ବିରୁଦ୍ଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସପି ସୂଚନା ଦେଇଛନ୍ତି ।
Sign in
Sign in
Recover your password.
A password will be e-mailed to you.