ଆୟକର ବିଭାଗର ଅଧିକାରୀ କହି ଠକି ନେଲେ ଲକ୍ଷାଧିକ ଟଙ୍କାର ସୁନାଗହଣା। 

0 1

ଝାରସୁଗୁଡ଼ା :(ସୁଭାଷ ସହାରେ) -ଝାରସୁଗୁଡ଼ା ସହରର ଓମ ସାଇ ସୁନା ଗହଣା ଦୋକାନରୁ ନିଜକୁ ଆୟକର ବିଭାଗର ଅଧିକାରୀ ଭାବରେ ପରିଚୟ ଦେଇ ଜଣେ ବ୍ୟକ୍ତି ଲୁଟି ନେଲେ ଲକ୍ଷାଧିକ ଟଙ୍କାର ସୁନାଗହଣା। 

ସୂଚନା ଅନୁଯାୟୀ, ଝାରସୁଗୁଡ଼ା ଝଣ୍ଡାଛକରେ ଥିବା ଓମ ସାଇ ଦୋକାନକୁ ଆଜି ଜଣେ ବ୍ୟକ୍ତି ଗ୍ରାହକ ଭାବରେ ଆସି ଦୁଇଟି ମୁଦି ଓ ଗୋଟିଏ ସୁନାଚେନ କିଣିଥିଲେ। ଦୋକାନୀଙ୍କୁ ଏନଇଏଫଟି ମାଧ୍ୟମରେ ପେମେଣ୍ଟ କରିବାକୁ କହି ଗୋଟିଏ ମେସେଜ ପଠାଇଥିଲେ। ସେ ଜଣେ ଆୟକର ବିଭାଗର ଅଧିକାରୀ ଓ ହାଇଦ୍ରାବାଦରେ କାର୍ଯ୍ୟରତ ବୋଲି କହି ଦୋକାନୀଙ୍କୁ ପ୍ରଭାବିତ କରିଥିଲେ। ଏନଇଏଫଟି ମାଧ୍ୟମରେ ଟଙ୍କା ଆସିବାକୁ ସାଧାରଣତଃ ଗୋଟିଏ ଦୁଇ ଘଣ୍ଟା ଲାଗୁଥିବାରୁ ଏହାର ଫାଇଦା ଉଠାଇଥିଲା ଠକ ଜଣକ। ଦୋକାନୀ ତାଙ୍କ କଥା ଶୈଳୀରେ ପ୍ରଭାବିତ ହୋଇ ତାଙ୍କୁ ଯିବାକୁ ଦେଇଥିଲେ। ମାତ୍ର ଟଙ୍କା ନ ଆସିବାରୁ ସେ ଠକାମୀର ଶୀକାର ହୋଇଥିବା ଜାଣି ପୋଲିସକୁ ସୂଚନା ଦେଇଥିଲେ। ପୋଲିସ ଘଟଣାର ତଦନ୍ତ କରୁଛି।

Leave A Reply

Your email address will not be published.