ଶୁଖୁନି ମା ଦେବକୀ ଆଖିର ଲୁହ : ପୁଅ ରୋଗୀଣା, ସ୍ୱାମୀ ଦାଦନରେ 

0 2

ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ, ସରକାର ଦୟା କରନ୍ତେନି !!

କଣ୍ଟାବାଞ୍ଜି:(ଚୁଡାମଣି ସୁନା): ଖପ୍ରାଖୋଲ ବ୍ଲକ ମାଲପଡା ପଂଚାୟତ ଅନ୍ତର୍ଗତ ଫୁଲଝର ଗ୍ରାମ ର ଦେବରାଜ ଶବର ନିହାତି ଗରିବ ଶ୍ରେଣୀର।।ପୁଅ ଝିଅ ମିଶି ଛ ପରିବାର।ଦି ପଇସା ଅଧିକ ରୋଜଗାର ଆଶା ରେ ସୁଦୂର ତେଲେଙ୍ଗାନା କୁ ଦାଦନ ଖାଟିବା କୁ ଯାଇଥିଲେ।ସେଠାରେ କାମ କରୁ କରୁ ବଡ଼ ପୁଅ ଜୟକୃଷ୍ଣ ଶବର ହଠାତ ଅସୁସ୍ଥ ହୋଇ ପଡ଼ିଲେ।ସେଠାରେ ଡାକ୍ତର ଦେଖାଇବାରୁ ତାଙ୍କ ଲିଭର ଖରାପ ହୋଇଛି ବୋଲି ଡାକ୍ତର ଘୋଷଣା କରିବାରୁ ଇଟାଭାଟି ମାଲିକ ଜୟକୃଷ୍ଣ ଏବଂ ତାଙ୍କ ମା ଦେବକୀ ଙ୍କୁ ତାଙ୍କ ଘର ଫୁଲଝର କୁ ପଠାଇ ଦେଇଥିଲେ।ଏଠାରେ ମଧ୍ୟ ବଲାଙ୍ଗିର ଭୀମଭୋଇ ମେଡିକାଲକୁ ନେଇ ଥିବାରୁ ଲିଭର ଖରାପ ହୋଇଛି ବୋଲି କହିଥିବାରୁ ଅର୍ଥାଭାବରୁ ଘରକୁ ଫେରାଇ ଆଣିଥିଲେ। ପୁଅ ଜୟକୃଷ୍ଣର ସ୍ଥିତି ବହୁତ ଖରାପ ହୋଇ ଗଲାଣି | ଖାଇ ପାରୁନି କି ପି ପାରୁନି କିମ୍ବା ଚଲାବୁଲା କରିପାରୁନି। ଏଣୁ ମୋ ସ୍ୱାମୀ ଙ୍କୁ ଇଟା ଭାଟି ମାଲିକ ଛାଡ଼ି ଦେଲେ କିଛି ପଇସାର ବନ୍ଦୋବସ୍ତ କରିପାରନ୍ତି ବୋଲି ମା ଦେବକୀ ଗୁହାରି କରିଛନ୍ତି। ସରକାର କିଛି ଅର୍ଥରାଶି ସହାୟତା କଲେ ମୋ ପୁଅ ର ଉଚ୍ଚ ଚିକିତ୍ସା କରିପାରନ୍ତି ବୋଲି ଦାବି କରିଛନ୍ତି।

Leave A Reply

Your email address will not be published.