ବୁଗୁଡା (ଡ଼ଃ କୁମୁଦ ଚନ୍ଦ୍ର ବେହେରା) :ବୁଗୁଡା ବ୍ଳକରେ ଏପ୍ରିଲ ୧ ଓ ୨ ତାରିଖ ଦୁଇଦିନରେ ୪୫ ବର୍ଷରୁ ଉର୍ଦ୍ଧ୍ବ ଓ ଦ୍ଵିତୀୟ ଟିକା ମିଶି ମୋଟରେ ୨୮୧୫ ଜଣଙ୍କୁ କୋଭିଡ଼ି ଟିକା ଦିଆଯାଇଛି। କୋଭିଡ଼ି ନୋଡାଲ ଅଫିସର ତହସିଲଦାର ସଂଗ୍ରାମ କେଶରୀ ଜେନା ଓ ବୁଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଚିକିତ୍ସାଧିକାରୀ ଡାକ୍ତର ଶୁଭାଶିଷ ପାଣିଗ୍ରାହୀ ଙ୍କ ପରାମର୍ଶ କ୍ରମେ ଏବଂ ବୁଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ବିପିଏମ ବିଶ୍ଵଜିତ ପ୍ରଧାନଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବୁଗୁଡା ବ୍ଳକରେ ୭ ଟି ଟିକାଦାନ କେନ୍ଦ୍ରରେ ୪୫ ବର୍ଷରୁ ଉର୍ଦ୍ଧ୍ବ ଓ ବରିଷ୍ଠ ନାଗରିକ ମିଶି ପ୍ରଥମ ଟିକା ୨୭୦୪ ଜଣ, ଦ୍ଵିତୀୟ ଟିକା ୧୧୧ ଜଣ, ଏହିପରି ମୋଟ ୨୮୧୫ ଜଣ ବ୍ୟକ୍ତଙ୍କୁ ଟିକା ଦିଆଯାଇଛି। କୌଣସି ବ୍ୟକ୍ତିଙ୍କ ପାର୍ଶ୍ୱ ପ୍ରତିକ୍ରିୟା ଦେଖାଯାଇନାହିଁ। ଏପ୍ରିଲ ୦୧ ତାରିଖ ଦିନ ବୁଗୁଡା, ବାଲିପଦର, ମାଣିତରା, କରଚୁଲି ମେଡ଼ିକାଲ ବ୍ୟତୀତ ଖୋଳଖାଳି, କଳମ୍ବ ଓ ମୋଟାବାଡ଼ି ଗ୍ରାମରେ ମୋଟା ୭ ଟି ଟିକାଦାନ କେନ୍ଦ୍ରରେ ୧୩୨୮ ଜଣ ଟିକା ନେଇଥିବା ବେଳେ ଏପ୍ରିଲ ୦୨ ତାରିଖ ଦିନ ମୋଟାବାଡି ଟିକାଦାନ କେନ୍ଦ୍ରକୁ ବନ୍ଦକରି ଗୋଲିଆ ଟିକାଦାନ କେନ୍ଦ୍ରକୁ ମିଶାଇ ୭ ଟି ଟିକାଦାନ କେନ୍ଦ୍ରରେ ୧୪୮୭ ଜଣଙ୍କୁ ଟିକା ଦିଆଯାଇଛି।
Sign in
Sign in
Recover your password.
A password will be e-mailed to you.