କ୍ରୀଡା, ପର୍ଯ୍ୟଟନ, ବନ୍ଧ, ପୋଖରୀ  ପାଇଁ ଅନୁଦାନ ମାଗିଲେ ନରସିଂହ

0 2

ପୃଥ୍ୱୀରାଜ ହାଇସ୍କୁଲ ଷ୍ଟଡିୟମ ପାଇଁ ଅଧିକ ଅନୁଦାନ ଦରକାର – ନରସିଂହ

ବଲାଙ୍ଗିର ଓ ଦେଓଗାଁ ବ୍ଲକ ପାଇଁ ଦାବି କଲେ ଦୁଇଟି ଲେଖାଏଁ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର

ବଲାଙ୍ଗିର(ନିରୋଜ ମିଶ୍ର)- ବିଧାନସଭାର ବଜେଟ ଅଧିବେଶନ ଚାଲିଥିବା ସମୟରେ  ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ନିଜ ନିର୍ବାଚନ ମଣ୍ଡଳି  ଆହୁରି ବିକାଶ କରିବା ପାଇଁ କ୍ରୀଡା, ପର୍ଯ୍ୟଟନ, ସହର ମଧ୍ୟରେ ଥିବା ବନ୍ଧ, ପୋଖରୀ ଏବଂ ବଲାଙ୍ଗିର ଓ ସଦର ବ୍ଲକରେ ୪ଟି ଲେଖାଏଁ କମ୍ୟୁନିଟି ସେଣ୍ଟର ଏବଂ ବଲାଙ୍ଗିର ବ୍ଲକର ଚନ୍ଦନଭାଟି, କୁଟୁମଡୋଲା ଓ ଦେଓଗାଁ ବ୍ଲକର ଲଣ୍ଡାପଥର ଏବଂ ଉପରଝର ଠାରେ ପ୍ରାଥମିକ ଚିକିତ୍ସା  କେନ୍ଦ୍ର ଖୋଳିବା ପାଇଁ ଦାବି ଜଣାଇଛନ୍ତି । ଏଠାରେ ସୂଚନାଯୋଗ୍ୟ ଯେ ପୃଥ୍ୱୀରାଜ ହାଇସ୍କୁଲ ଖେଳ ପଡିଆରେ ନିର୍ମାଣଧିନ ସୁଦୃଶ୍ୟ ଗ୍ୟାଲେରି, କ୍ଲବ ହାଉସ ଏବଂ ସବୁଜ ପଡିଆ ନିର୍ମାଣ ·ଲିଛି । ଏହାର ନିର୍ମାଣରେ ବର୍ତ୍ତମାନ ପର୍ଯ୍ୟନ୍ତ ୩ କୋଟିର ବ୍ୟୟ ହୋଇସାରିଥିବା ବେଳେ ଷ୍ଟଡିୟମକୁ ସମ୍ପୁର୍ଣ୍ଣ କରିବା ପାଇଁ ଆଉ ୧କୋଟି ଟଙ୍କା ଜରୁରି ପଡିଛି । ତେଣୁ ବିଧାୟକ ଶ୍ରୀ ମିଶ୍ର ସରକାରଙ୍କ ପ୍ରମୁଖ ସଚିବ, କ୍ରୀଡା ଏବଂ ଯୁବସେବା ବିଭାଗ ବିଶାଲ ଦେବଙ୍କୁ ଚିଠି ମାଧ୍ୟମରେ ଆଉ ୧କୋଟି ଟଙ୍କା ଶିଘ୍ର ପ୍ରଦାନ କରାଯିବା ପାଇଁ ଚିଠି ଲେଖିଛନ୍ତି । ଯେହେତୁ ବର୍ତ୍ତମାନ ଚାଲିଥିବା କାମର ଅନୁଦାନ ପୂର୍ତ୍ତ ବିଭାଗ ଦ୍ୱାରା ପ୍ରଦାନ କରାଯାଇଛି ତେଣୁ ଦରକାର ହେଉଥିବା ୧କୋଟି ଟଙ୍କା କ୍ରୀଡା ବିଭାଗ ଦେଉ ବୋଲି ଶ୍ରୀ ମିଶ୍ର ଚିଠି ମାଧ୍ୟମରେ ଜଣାଇଛନ୍ତି । ଆହୁରି ମଧ୍ୟ ଭୀମଭୋଇ ମେଡିକାଲ କଲେଜ ଏବଂ ହସ୍ପିଟାଲ ରେ ଡାକ୍ତରୀ ଛାତ୍ରମାନଙ୍କ ପାଇଁ ଖେଳ ପଡିଆ ନ ଥିବାରୁ ସେମାନଙ୍କ ପାଇଁ ଫୁଟବଲ, କ୍ରୀକେଟ, ହକି ଏବଂ ବାସ୍କେଟବଲ ଖେଳିବା ସକାଶେ ଏକ ଷ୍ଟଡିୟମ ନିର୍ମାଣ ପାଇଁ ୨କୋଟି ଟଙ୍କା ଅନୁଦାନ ଦିଆଯାଉ ବୋଲି ଅନୁରୋଧ କରିଛନ୍ତି । ଠିକ୍ ସେହିପରି ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କୁ ଚିଠି ଦେଇ ବଲାଙ୍ଗିର ଓ ଦେଓଗାଁ ବ୍ଲକର ଲୋକଙ୍କ ଦାବି ମୁତାବକ ଚନ୍ଦନଭାଟି, କୁଟୁମଡୋଲା, ଲଣ୍ଡାପଥର, ଉପରଝରରେ ଗୋଟିଏ ଗୋଟିଏ ପ୍ରାଥମିକ ଚିକିତ୍ସା  କେନ୍ଦ୍ର ଖେଳିବା ପାଇଁ ପଦକ୍ଷେପ ନିଅନ୍ତୁ ବୋଲି ଜଣାଇଛନ୍ତି । ସହର ମଧ୍ୟରେ ଥିବା ୧୫ଗୋଟି ବନ୍ଧ ପୋଖରୀର ସୌନ୍ଦର୍ଯ୍ୟକରଣ ତଥା ଜଳଧାରଣ କ୍ଷମତା ବଢାଇବା ପାଇଁ ୪୫କୋଟି ଟଙ୍କାର ଅନୁଦାନ ଏ ବର୍ଷ ଦିଆଯାଉ ବୋଲି ବିଭାଗୀୟ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ଚିଠି ମାଧ୍ୟମରେ ଶ୍ରୀ ମିଶ୍ର ଜଣାଇଛନ୍ତି ଏବଂ ସେ ଆଶା କରୁଛନ୍ତି ଯେ ଚଳିତ ବର୍ଷ ବଜେଟରେ ଉପରୋକ୍ତ ପ୍ରକଳ୍ପମାନଙ୍କ  ପାଇଁ  ପାଣ୍ଠି ନିଶ୍ଚିତ ଆସିବ ଏବଂ ବଲାଙ୍ଗିରରେ ଚାଲିଥିବା ବିଭିନ୍ନ ବିକାଶମୂଳକ ପ୍ରକଳ୍ପ କାମ ଆହୁରି କ୍ଷିପ୍ର ସମସ୍ତ ପ୍ରକଳ୍ପ ସମ୍ପୁର୍ଣ୍ଣ ହେବ । 

Leave A Reply

Your email address will not be published.