ପୋଲିସ ପ୍ରଶାସନ ର ୮୬ ତମ ପ୍ରତିଷ୍ଠା ଦିବସ 

0 2

ବଲାଙ୍ଗୀର(ନିରୋଜ ମିଶ୍ର ) ; ବଲାଙ୍ଗୀର ମନୋହରପୁର ରିଜର୍ଭ ପୋଲିସ ପ୍ୟାରେଡ୍ ପଡ଼ିଆଠାରେ ଜିଲ୍ଲା ପୋଲିସ ପ୍ରଶାସନ ର ୮୬ ତମ ପ୍ରତିଷ୍ଠା ଦିବସ ମହା ସମାରୋହ ରେ ପାଳିତ ହୋଇଯାଇଛି।ତେବେ ଏପ୍ରିଲ ୧ ତାରିଖ ରେ ସମଗ୍ର  ଓଡ଼ିଶା ପୋଲିସ ତାର ସ୍ୱତନ୍ତ୍ର ପରିଚୟ ପାଇ ଥିଲା ଯାହାକୁ ନେଇ ଆଜିର ଦିନକୁ ସମଗ୍ର ଓଡ଼ିଶାରେ ଏପ୍ରିଲ ଏକ ତାରିଖ କୁ ପୋଲିସ ପ୍ରଶାସନର ପ୍ରତିଷ୍ଠା ଦିବସ ଭାବେ ପାଳନ କରିଆସୁଛି।ତେବେ ଚଳିତ ବର୍ଷ ମଧ୍ୟ ବଲାଙ୍ଗୀର ପୋଲିସ ପ୍ରଶାସନ ଏପ୍ରିଲ ଏକ ତାରିଖ କୁ ୮୬ତମ ପ୍ରତିଷ୍ଠା ଦିବସ ପାଳନ କରିଛି।ତେବେ ଆଜିର ଏହି ଅଵସରରେ  ବଲାଙ୍ଗୀର ପୋଲିସ ଅଧ୍ୟକ୍ଷ ଶ୍ରୀ ନିତିନ କୁସଲଲକର ରିଜର୍ଵ ପୋଲିସ ପ୍ୟାରେଡ୍ ପଡ଼ିଆ ଠାରେ ହୋଇଥିବା ୮୬ତମ ପ୍ରତିଷ୍ଠା ଦିବସ ରେ ଯୋଗ ଦେଇ ପୋଲିସ ପ୍ରଶାସନ ଦ୍ୱାରା ଆୟୋଜିତ ହୋଇଥିବା ପ୍ୟାରେଡ୍ ନିରୀକ୍ଷଣ କରିବା ସହ ନିଜ ଅଭିବାଦନ ରଖିଥିଲେ।ଯେଉଁଥିରେ ପୋଲିସ ଏପିଆର,ପୋଲିସ କନେଷ୍ଟବଳ, ବେଣ୍ଟ ପାର୍ଟି, ଯୋଗଦାନ କରି ଉତ୍ତମ ପ୍ୟାରେଡ୍ ପଦର୍ଶନ କରିଥିଲେ। ସେପଟେ ବଲାଙ୍ଗୀର ଆରକ୍ଷୀ ଅଧକ୍ଷ ଶ୍ରୀ ନିତିନ କୁଶଳକର  ନିଜ ଅଭିଭାଷଣ ରେ ପୋଲିସ ପ୍ରଶାସନର ୮୬ ତମ ପ୍ରତିଷ୍ଠା ଦିବସର ସ୍ମୃତି ଚାରଣ କରିବା ସହ ମହାମହିମ ରାଜ୍ୟପାଳ ଓ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଓଡ଼ିଶା ପୋଲିସ ପ୍ରତି ଦେଇଥିବା ଶୁଭେଛା ବାର୍ତ୍ତା କୁ ନିଜ ଅଭିବାଦନ ମାଧ୍ୟମରେ ପ୍ରକାଶ କରିଥିଲେ। ସେପଟେ ଏହି ପରିପ୍ରେକ୍ଷୀରେ ପୋଲିସ ପ୍ରଶାସନ ର କିଛି କତୃବୃନ୍ଦ ତଥା କାର୍ଯ୍ୟରତ କର୍ମଚାରୀ ଙ୍କୁ ତାଙ୍କ ଦକ୍ଷତା ଓ କର୍ତ୍ତବ୍ୟ ପରାୟଣତାକୁ ଦୃଷ୍ଟି ରେ ରଖି କିଛି ଆର୍ଥିକ ସହାୟତା ଓ ମାନପତ୍ର ଦେଇ ସମ୍ମାନିତ କରିଥିଲେ ଆରକ୍ଷୀ ଅଧକ୍ଷ ଶ୍ରୀ କୁଶଳକର।ତେବେ ୮୬ ତମ ପ୍ରତିଷ୍ଠା ଦିବସ ଅବସରରେ ସହର ର କିଛି ବୁଦ୍ଧିଜୀବୀ ପ୍ରଶାସନିକ ଅଧିକାରୀଙ୍କ ସହ ଗଣମାଧମର ପ୍ରତିନିଧି ଉପସ୍ଥିତ ଥିଲେ।

 

Leave A Reply

Your email address will not be published.