ଭୁବନେଶ୍ୱର, : ମାତ୍ର ୩ ଦିନର ଶିଶୁର ହୃଦ୍ ଅସ୍ତ୍ରୋପଚାର କରି ଶିଶୁକୁ ନୂତନ ଜୀବନ ପ୍ରଦାନ କରିଛନ୍ତି କିମ୍ସର ହୃଦ୍ଶଲ୍ୟ ବିଶେଷଜ୍ଞ। ଶିଶୁଟି ରକ୍ତଚାପ ଯୋଗୁଁ ହୃଦ୍ପିଣ୍ଡ ଜନିତ ସମସ୍ୟାର ସମ୍ମୁଖୀନ ହେଉଥିବା ଜାଣିବା ପରେ ଶିଶୁର ପିତାମାତା କିମ୍ସ ହୃଦ୍ଶଲ୍ୟ ବିଶେଷଜ୍ଞ ଡାକ୍ତର ଅନୁପମ ଜେନାଙ୍କ ସହ ପରାମର୍ଶ କରିଥିଲେ। ଡା. ଜେନା ପରୀକ୍ଷା କରିବା ପରେ ଏହା ହୃତପିଣ୍ଡକୁ ସଂଯୋଗ କରୁଥିବା ରକ୍ତବାହିକା ନଳୀ ଆଓର୍ଟା ଅତି ସଂକୀର୍ଣ୍ଣ ଥିବା ଜାଣିବାକୁ ପାଇଥିଲେ। ରକ୍ତନଳୀଟି ଏତେ ଅଣଓସାରିଆ ଥିଲା ଯେ, ତାହା ଦ୍ୱାରା ରକ୍ତ ସଞ୍ଚାଳନ ସମ୍ଭବ ହୋଇ ପାରୁନଥିଲା। ତୁରନ୍ତ ଶିଶୁର ଅସ୍ତ୍ରୋପଚାର ପାଇଁ ଡା. ଜେନା ପରାମର୍ଶ ଦେଇଥିଲେ। ଦୀର୍ଘ ୨ ଘଣ୍ଟାର ଅସ୍ତ୍ରୋପଚାର ପରେ ଏବେ ଶିଶୁଟି ସୁସ୍ଥ ଅଛି। ଶିଶୁ ରୋଗ ବିଶେଷଜ୍ଞ ଡା. ସନ୍ତୋଷ ପଣ୍ଡାଙ୍କ ସମେତ କିମ୍ସର କ୍ୟାଥ୍ଲାବ ଦଳର ସମସ୍ତ ସଦସ୍ୟ ଏଥିରେ ଡା. ଜେନାଙ୍କୁ ସହଯୋଗ କରିଥିଲେ। ଉନ୍ନତ ଓ ଅତ୍ୟାଧୁନିକ ଯନ୍ତ୍ରପାତି ଓ ଭିତ୍ତିଭୂମି ଯୋଗୁଁ ଏଭଳି ଅସ୍ତ୍ରୋପଚାର ସମ୍ଭବ ହୋଇପାରିଛି। ନିଜ ଅଭିଜ୍ଞତାରେ ମାତ୍ର ୩ ଦିନର ଶିଶୁଠାରେ ଅସ୍ତ୍ରୋପଚାର କରିବା ପ୍ରଥମ ବୋଲି ଡା. ଜେନା ପ୍ରକାଶ କରିଛନ୍ତି। ଏଭଳି ବିରଳ ଅସ୍ତ୍ରୋପଚାର ଓଡ଼ିଶାରେ ପ୍ରଥମ ଥର ପାଇଁ ହୋଇଥିବା ବେଳେ ପୂର୍ବ ଭାରତରେ ଏହା ଏକ ଦୃଷ୍ଟାନ୍ତମୂଳକ ଅସ୍ତ୍ରୋପଚାର ବୋଲି ଡା. ଜେନା କହିଛନ୍ତି। ତେବେ କିମ୍ସରେ ବ୍ୟାପକ, ଉନ୍ନତ ଓ ଅତ୍ୟାଧୁନିକ ଯନ୍ତ୍ରପାତି ଓ ଭିତ୍ତିଭୂମି ତଥା ଲାଇଫ୍ ସପୋର୍ଟ ବ୍ୟବସ୍ଥା ଥିବାରୁ ଏହି ଅସ୍ତ୍ରୋପଚାର ସମ୍ଭବ ହୋଇପାରିଲା ବୋଲି ଡା. ଜେନା ସୂଚନା ଦେଇଛନ୍ତି। ଖବରରେ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ସନ୍ତୋଷ ବ୍ୟକ୍ତ କରିବା ସହ ଡା. ଅନୁପମ ଜେନା ଓ ତାଙ୍କ ଦଳକୁ ଶୁଭେଚ୍ଛା ଜଣାଇଛନ୍ତି ଏବଂ ଶିଶୁଟିର ଆରୋଗ୍ୟ କାମନା କରିଛନ୍ତି।
Sign in
Sign in
Recover your password.
A password will be e-mailed to you.
Next Post