ବୈଜୟନ୍ତଙ୍କ ଉଦ୍ୟମରେ କତାରରୁ ଫେରିଲା ଓଡିଆ ଯୁବକଙ୍କ ମରଶରୀର 

0 2

ଭୁବନେଶ୍ବର- ବରିଷ୍ଠ ବିଜେପି ନେତା ତଥା ରାଷ୍ଟ୍ରୀୟ ଉପସଭାପତି ଶ୍ରୀ ବୈଜୟନ୍ତ ପଣ୍ଡାଙ୍କ ଉଦ୍ୟମରେ କତାରରୁ ଫେରିଲା ଓଡିଆ ଯୁବକ ପ୍ରଭାତ କୁମାର ବାରିକଙ୍କ ମରଶରୀର । ପ୍ରଭାତଙ୍କ ମରଶରୀର ଭାରତ ଫେରାଇ ଆଣିବାପାଇଁ କତାରରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତଙ୍କୁ ଏକ ପତ୍ର ଲେଖି ଶ୍ରୀ ପଣ୍ଡା ନିବେଦନ କରିଥିଲେ। ଗତକାଲି ସଂଧ୍ୟାରେ ପ୍ରଭାତଙ୍କ ମରଶରୀର ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଥିଲା | ସେଠାରେ ପରିବାର ଲୋକଙ୍କୁ ମରଶରୀର ହସ୍ତାନ୍ତର କରାଜାଇଥିଲା।

ସୂଚନାଯୋଗ୍ୟ, କେନ୍ଦ୍ରାପଡା ଜିଲ୍ଲା ପାଟକୁରା ଥାନା ଅନ୍ତର୍ଗତ ପ୍ରାଧାନ ପାଟିକିରା ଗ୍ରାମର ଶଙ୍କର୍ଷଣ ବାରିକଙ୍କ ପୁଅ ପ୍ରଭାତ କୁମାର ବାରିକ କତାରର ଦୋହା ଠାରେ ଏକ ଘରୋଇ କମ୍ପାନୀରେ ୱେଲ୍ଡର ମିସ୍ତ୍ରୀ ଭାବେ କାମ କରୁଥିଲେ। ଗତ ୧୬ ମାର୍ଚ୍ଚରେ କମ୍ପାନୀର ମାନବ ସମ୍ବଳ ବିଭାଗର ଜଣେ ଅଧିକାରୀ ପ୍ରଭାତଙ୍କର ମୃତ୍ୟୁ ହୋଇଥିବା ତାଙ୍କ ପତ୍ନୀ କବିତା ବାରିକଙ୍କୁ ଜଣାଇଥିଲେ। କବିତା ବାରମ୍ବାର ପଚାରିଥିଲେ ମଧ୍ୟ ମୃତ୍ୟୁର କାରଣ କମ୍ପାନୀ ଅଧିକାରୀ ଜଣାଇ ନଥିଲେ | ପ୍ରଭାତଙ୍କୁ ହତ୍ୟା କରାଯାଇଥିବା  ପରିବାର ଲୋକ ଅଭିଯୋଗ କରିଥିବା ବେଳେ ମରଶରୀରକୁ ତାଙ୍କ ଗ୍ରାମକୁ ଫେରାଇ ଆଣିବା ପାଇଁ ଶ୍ରୀ ପଣ୍ଡାଙ୍କ ହସ୍ତକ୍ଷେପ ଲୋଡିଥିଲେ। ଅନୁରୋଧକ୍ରମେ ଶ୍ରୀ ପଣ୍ଡା ଭାରତୀୟ ରାଷ୍ଟ୍ରଦୂତଙ୍କୁ ଗତ ୧୯ ତାରିଖରେ ଏକ ପତ୍ର ଲେଖି ମରଶରୀରକୁ ଭାରତ ଫେରାଇ ଆଣିବା ପାଇଁ ବ୍ୟବସ୍ଥା କରିବାକୁ ନିବେଦନ କରିଥିଲେ। 

Leave A Reply

Your email address will not be published.