ଏପ୍ରିଲ ୧ ରେ ପଶ୍ଚିମାଞ୍ଚଳ ଏକତା ମଞ୍ଚ ପାଳନ କରିବ ପଶ୍ଚିମାଞ୍ଚଳ ଏକତା ଦିବସ

0 2

ସମ୍ବଲପୁର/ ରମାକାନ୍ତ ବିଶ୍ୱାଳ-   ପଶ୍ଚିମାଞ୍ଚଳ ର ଅଗ୍ରଣୀ ସାମାଜିକ, ସାଂସ୍କୃତିକ, ସ୍ୱେଚ୍ଛାସେବୀ ଅନୁଷ୍ଠାନ ଆସନ୍ତା ଏପ୍ରିଲ ପହିଲା ରେ  ପଶ୍ଚିମାଞ୍ଚଳ ଏକତା ଦିବସ ପାଳନ କରିବାକୁ ନିଷ୍ପତ୍ତି ନେଇଛି । ଗତ ୨୨ ତାରିଖ ଦିନ ପଶ୍ଚିମାଞ୍ଚଳ ଏକତା ମଞ୍ଚ ପକ୍ଷରୁ ଆଦୃତ ଏକ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରାଯାଇଥିଲା ଯେ ସମଗ୍ର ପଶ୍ଚିମାଞ୍ଚଳ ର ଏକତା କୁ ପ୍ରଦର୍ଶନ କରିବା ପାଇଁ ମଞ୍ଚ ପକ୍ଷରୁ ଏକ କାର୍ଯ୍ୟକ୍ରମ ହାତକୁ ନିଆଯିବ । ପଶ୍ଚିମାଞ୍ଚଳ ର ସମସ୍ତ ୧୧ ଟା ଜିଲ୍ଲା ର ପ୍ରତିନିଧି ଙ୍କୁ ନେଇ ହୋଇଥିବା ଏକ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ପଶ୍ଚିମାଞ୍ଚଳ ଏକତା ମଞ୍ଚ ର ଆବାହକ ଭବାନୀ ଶଙ୍କର ଭୋଇ ଙ୍କ ସଭାପତିତ୍ୱ ରେ ଜୁମ ଆପ ଜରିଆରେ ହୋଇଥିବା ଏହି ବୈଠକକୁ ମଞ୍ଚ ର ମୁଖ ସଂଯୋଜକ ମାନସ ରଞ୍ଜନ ବକ୍ସି ପରିଚାଳନା କରିଥିଲେ ।

       ସେଦିନ ସକାଳ ୧୦ ଘଣ୍ଟା ମଞ୍ଚ ପକ୍ଷରୁ ସ୍ଥାନୀୟ କଚେରୀ ରୋଡ଼ ରେ ଏକ ମାନବଶୃଙ୍ଖଳ ର କାର୍ଯ୍ୟକ୍ରମ ରଖାଯାଇଛି । ଏହି ମାନବଶୃଙ୍ଖଳରେ ସମଗ୍ର ପଶ୍ଚିମାଞ୍ଚଳର ଏକତାର ବାର୍ତ୍ତାକୁ ପ୍ରଦର୍ଶିତ କରାଯିବା ସଙ୍ଗେ ସଙ୍ଗେ ପଶ୍ଚିମାଞ୍ଚଳ ର ବିଭିନ୍ନ ନ୍ୟାର୍ଯ୍ୟ ଦାବୀ ଉପସ୍ଥାପନ କରାଯିବ । ପଶ୍ଚିମାଞ୍ଚଳ ଏକତା ମଞ୍ଚ ର ବିଭିନ୍ନ ଜିଲ୍ଲା ରେ ରହିଥିବା ଶାଖା ଗୁଡିକର ସଦସ୍ୟ ସଦସ୍ୟା ମାନେ ବହୁ ସଂଖ୍ୟା ରେ ଏହି କାର୍ଯ୍ୟକ୍ରମ ରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ପଶ୍ଚିମାଞ୍ଚଳ ର ଏକତା ର ବାର୍ତ୍ତା ବାହକ ଏହି ମାନବଶୃଙ୍ଖଳା ରେ ସାମିଲ ହୋଇ କାର୍ଯ୍ୟକ୍ରମ କୁ ସଫଳ କରିବା ପାଇଁ ପଶ୍ଚିମାଞ୍ଚଳ ଏକତା ମଞ୍ଚ ସମ୍ବଲପୁର ର ବିଭିନ୍ନ ସାମାଜିକ, ସାଂସ୍କୃତିକ, ସ୍ୱଚ୍ଛସେବୀ ଅନୁଷ୍ଠାନ ଓ ବ୍ୟକ୍ତି ବିଶେଷ ଙ୍କୁ ଆହ୍ୱାନ ଦେଇଛି ।

       ଏହି ଜୁମ ବୈଠକରେ  ପଙ୍କଜିନି ମେହେର, କାନ୍ତି ମେହେର, ସଂଯୁକ୍ତା ପ୍ରଧାନ, ସୁଷମା ସାହୁ,  ଜନନୀ ମିଶ୍ର, ମାନସୀ ପଣ୍ଡା, ସୁଜାତା ମିଶ୍ର, ଦେବାଶିଷ ବେହେରା, ସନ୍ତୋଷ ବଢ଼େଇ, ରାଜେଶ ସ୍ୱାଇଁ, ଅଜୟ କୁମାର ନାଗ, ଦେବାଶିଷ ପୁରୋହିତ,  ଦେବୀ ପ୍ରସାଦ ଭୋଇ, ଡ. ସ୍ୱୟଂ ପ୍ରକାଶ ପଣ୍ଡା, ପ୍ରଦୀପ କୁମାର ଦାଶ, ପଦ୍ମିନୀ ବଇଠାରୁ, ସ୍ନେହଲତା ଦେବୀ, ପ୍ରଭାକର କୁଅଁର, ଭବାନୀ  ଜ୍ୟୋତିଷ ରାଏଜ, ବିବେକାନନ୍ଦ ମିଶ୍ର  ପ୍ରମୁଖ ସାମିଲ ରହିଥିଲେ । 

Leave A Reply

Your email address will not be published.