ବିଜେଡିରେ ଯୋଗ ଦେଲେ ମାହାଙ୍ଗାର ନିର୍ବାଚନମଣ୍ଡଳୀର ବିଜେପି କର୍ମୀ 

0 2

ଭୁବନେଶ୍ୱର (ଶାସକ ପ୍ରଶାସକ) : ମାହାଙ୍ଗା  ବିଧାୟକ ତଥା ମନ୍ତ୍ରୀ ଶ୍ରୀ ପ୍ରତାପ ଜେନାଙ୍କ  ଦ୍ୱାରା ଜାରି ରହିଥିବା ବିକାଶଧାରାରେ  ଅନୁପ୍ରାଣିତ ହୋଇ ତଥା ତାଙ୍କ ନେତୃତ୍ୱକୁ ସମର୍ଥନ କରି ଲଳିତଗିରି ପଞ୍ଚାୟତରୁ ୧୨ ଜଣ ବିଜପି କର୍ମୀ ବିଜେପି ଦଳ ପରିତ୍ୟାଗ କରି ବିଜେଡିରେ ଯୋଗ ଦେଇଛନ୍ତି | ମନ୍ତ୍ରୀ ଶ୍ରୀ ଜେନାଙ୍କ ଉପସ୍ଥିତିରେ ଭୁବନେଶ୍ୱରସ୍ଥିତ ସରକାରୀ ବାସଭବନରେ ସେମାନେ ଆଜି ଆନୁଷ୍ଠାନିକ ଭାବେ ବିଜୁ ଜନତା ଦଳରେ ଯୋଗଦାନ କରିଛନ୍ତି | ସେମାନଙ୍କୁ ମନ୍ତ୍ରୀ ଶ୍ରୀ ଜେନା ଦଳକୁ ସ୍ୱାଗତ କରିବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ମାହାଙ୍ଗାରେ ଚାଲିଥିବା ବିକାଶ ଧାରାରେ ସାମିଲ ହୋଇ କାର୍ଯ୍ୟ କରିବାକୁ ଆହ୍ବାନ ଜଣାଇଥିଲେ |  

Leave A Reply

Your email address will not be published.