ମନୋରମା ଦାଶଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକ

0 2

ପାରଳାଖେମୁଣ୍ଡି /  ପାରଳାଖେମୁଣ୍ଡି ସ୍ଥିତ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଡ଼.ବୃଷକେତୁ ଦାଶ , ପ୍ରଧାନଶିକ୍ଷକ ଗଗନ କୁମାର ଦାଶ , ବୁଗୁଡା ପ୍ରତିଦିନିର ସାମ୍ବାଦିକ ଚିତ୍ତରଞ୍ଜନ ଦାଶ , ବୁଗୁଡା ସମାଜର ସାମ୍ବାଦିକ ମନୋରଞ୍ଜନ ଦାଶ , ମୋହନା ସମାଜର ସାମ୍ବାଦିକ ପଞ୍ଚାନନ ଦାଶଙ୍କ ମାତା ତଥା ଧର୍ମପରାୟଣୀ ମହିଳା ମନୋରମା ଦାଶ (୭୫) ଙ୍କର ମାର୍ଚ୍ଚ ୨୬ ତାରିଖରେ ଚିକିତ୍ସିତ ଅବସ୍ଥାରେ ବ୍ରହ୍ମପୁର ବଡ଼ ମେଡିକାଲରେ ଦେହାନ୍ତ ଘଟିଯାଇଛି । ତାଙ୍କର ମୃୃତ୍ୟୁ ଶଯ୍ୟା ନିକଟରେ ୫ପୁଅ , ବୋହୁ , ଝିଅ ଓ ନାତିନାତୁଣୀ ଉପସ୍ଥିତ ଥିଲେ। 

ସେ ଜଣେ ଅତ୍ୟନ୍ତ ମିଷ୍ଟଭାଷୀ , ଧର୍ମପରାୟଣୀ ଏବଂ ମେଳାପୀ ମହିଳା ଭାବେ ବେଶ ଜଣାଶୁଣା ଥିଲେ। 

ତାଙ୍କର ଆକସ୍ମିକ ବିୟୋଗ ଖବର ଶୁଣି ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି । ପାରଳାଖେମୁଣ୍ଡି ବିଧାୟକ କେ, ନାରାୟଣ, ମୋହନା ବିଧାୟକ ଦାଶରଥି ଗମାଙ୍ଗ, ଗଜପତି ଜିଲ୍ଲା ପରିଷଦ ଅଧକ୍ଷା ଅନୀତା ରାଣୀ ବେହେରା , ଜିଲ୍ଲା ଶିକ୍ଷାଧିକାରୀ ପ୍ରଦୀପ କୁମାର ନାଗ , ଓଡ଼ିଶାବାର୍ତ୍ତା ସଂପାଦକ ମନୋଜକାନ୍ତ ଦାଶ , ସମାଜ ଶାଖା ପରିଚାଳକ ଦଣ୍ଡପାଣି ପ୍ରଧାନଙ୍କ ସମେତ ଜିଲ୍ଲା ପ୍ରତିନିଧି ଗୁରୁଡ଼ଧ୍ଵଜ ଚୌଧୁରୀ , ବିଧାନ ଚୌଧୁରୀ , ଭଗବତ ପାଢୀ , ତାରିଣୀ ପ୍ରସାଦ ପଣ୍ଡା , ରୂପେସ ସାହୁ , ଗଣେଶ ରାଜୁ , ରଶ୍ଶୀରଞ୍ଜନ ମିଶ୍ର, ବିଜୟ ଗୌଡ଼, ଶିଶିର ଗୌଡ଼ , ବାଳକୃଷ୍ଣ ପାଣିଗ୍ରାହୀ ଏବଂ ମୋହନା ସାମ୍ବାଦିକ ସଂଘର କର୍ମକର୍ତ୍ତାମାନେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ତତସହିତ ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ବୁଗୁଡ଼ା ବ୍ଳକ କଲୋନୀ ସ୍ଥିତ ଦାଶ ପରିବାରଙ୍କ ବାସଭବନକୁ ରବିବାର ଦିନ ପୋଲସରା ବିଧାୟକ ତଥା ଗଞ୍ଜାମ ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ଯକ୍ଷ ଶ୍ରୀକାନ୍ତ ସାହୁ , ବ୍ଳକ ବିଜେଡି ସଭାପତି ମଦନ ଗୋପାଳ ଦୋରା , ଗଞ୍ଜାମ ଜିଲ୍ଲା ବିଜେଡି ସମ୍ପାଦକ ସୁଧାଂଶୁ ପାଢୀ ଯାଇ ଶୋକସନ୍ତପ ପରିବାର ବର୍ଗଙ୍କୁ ଭେଟି ସାନ୍ତ୍ଵନା ଦେଇଛନ୍ତି।

Leave A Reply

Your email address will not be published.