ବେଆଇନ ଗୋରୁ ନେଇ ଯାଉଥିବା ପିକଅପ ଭ୍ୟାନ ଦୁର୍ଘଟଣାଗ୍ରସ୍ତ। 

0 2

ଝାରସୁଗୁଡ଼ା :(ସୁଭାଷ ସହାରେ) -ବେଆଇନ ଗୋରୁ ନେଇ ଛତିଶଗଡ଼ ପଟରୁ ଆସୁଥିବା ଏକ ପିକଅପ ଭ୍ୟାନ ଆଜି ଝାରସୁଗୁଡ଼ା ଜିଲ୍ଲାର କନକତୋରା ସୀମାନ୍ତରେ ଦୁର୍ଘଟଣାର ଶିକାର ହୋଇ ଓଲଟି ଯାଇଛି। ଗୋରୁ ବୋଝେଇ କରି ଦ୍ରୁତଗତିରେ ଯାଉଥିବା ଏହି ପିକଅପ୍ ଭ୍ୟାନ ଅବଶ୍ୟ ଛତିଶଗଡ଼ ଅନ୍ତର୍ଗତ ସୀମାନ୍ତବର୍ତ୍ତୀ ପୁଶୋର ଥାନା ଅଞ୍ଚଳରେ ଅବସ୍ଥିତ। ପୁଶୋର ପୋଲିସ ଭ୍ୟାନଟିକୁ ଜବତ କରିଥିବା ଜଣାପଡ଼ିଛି। ଗୋଟିଏ ଗୋରୁ ଆହତ ହୋଇ ଘଟଣାସ୍ଥଳରେ ପଡ଼ିଥିଲା ଓ ଅନ୍ୟାନ୍ୟ ଗୋରୁଗାଈ ଇତସ୍ତତଃ ହୋଇ ପଳାୟନ କରିଥିଲେ। ଦୁର୍ଘଟଣା ଘଟାଇ ଗାଡ଼ି ଚାଳକ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡ଼ିଛି।

Leave A Reply

Your email address will not be published.