ନାରୀ ଶକ୍ତି ହିଁ ସୁରକ୍ଷାର ପ୍ରମୁଖ କବଚ

0

ଆଦିତ୍ୟ ଆଲୁମିନିୟମ ପ୍ରକଳ୍ପ ପକ୍ଷରୁ ଆନ୍ତର୍ଜାତିକ ମହିଳା ଦିବସ ପାଳିତ।

ସମ୍ବଲପୁରରୁ ରମାକାନ୍ତ ବିଶ୍ବାଳ: ସମୃଦ୍ଧ ସମାଜ ଗଠନରେ ମହିଳାମାନଙ୍କ ନେତୃତ୍ବ ଓ ପାରଦର୍ଶିତାର ଏକ ଅଂଶ ବିଶେଷ ପ୍ରତ୍ୟେକ ବର୍ଷ ସାରା ବିଶ୍ବରେ ମହିଳାଙ୍କ ମାନଙ୍କୁ ନିଜର ଅଧିକାର ଦାୟିତ୍ବ  ତଥା ସଚେତନତାର ଉତ୍ତରଦାୟି ଭାବରେ ଭଲ ପାଇବାର ଆତ୍ମିୟତା ଓ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନିୟ ଅବଦାନ ପାଇଁ ମହିଳା ଦିବସ ପାଳନ କରାଯାଇଥାଏ। ଚଳିତ ବର୍ଷ ଶୁକ୍ରବାର ସମ୍ବଲପୁର ଜିଲ୍ଲା ଲପଙ୍ଗା ଠାରେ ପ୍ରତିଷ୍ଠିତ ଆଦିତ୍ୟ  ଆଲୁମିନିୟମ  (ହିଣ୍ଡାଲକୋ ଲିମିଟେଡ)ର ପାରିପାର୍ଶ୍ବିକ ଉନ୍ନୟନ ବିଭାଗ ସୌଜନ୍ୟରେ ଲପଙ୍ଗା ମଲିଆଟିକ୍ରା ଖେଳ ପଡିଆ ଠାରେ ଆନ୍ତର୍ଜାତିକ ମହିଳା ଦିବସ ପାଳନ  ହୋଇଯାଇଛି। ଅନୁଷ୍ଠିତ କାର୍ଯ୍ୟକ୍ରମରେ  ଗୀତାଞ୍ଜଳି ମହାପାତ୍ର, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଯୋଗ ଦେଇ  ମହିଳା ମାନଙ୍କର ସର୍ବାଙ୍ଗିନ ବିକାଶ ଓ ସରକରଙ୍କ ଦ୍ବାରା ଉଦ୍ଦିଷ୍ଟ ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋକପାତ କରିଥିଲେ।

ମିଶନ ଶକ୍ତିର ଜିଲ୍ଲା ସଂଯୋଜିକା ମିନତି ପାଣିଗ୍ରାହୀ ଓ  ନିରଜଂନ ପଣ୍ଡା ସ୍ବୟଂ ସହାୟକ ଗୋଷ୍ଠୀ ନିମନ୍ତେ ବିଭିନ୍ନ ଉନ୍ନୟନ ମୂଲକ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋକପାତ କରିଥିଲେ। ମାନବ ସମ୍ବଳ ବିଭାଗର ମୁଖ୍ଯ ଡକ୍ଟର ବିବେକାନନ୍ଦ ମିଶ୍ର କମ୍ପାନୀରେ ମହିଳାମାନଙ୍କ ନିଯୁକ୍ତିର ଅଗ୍ରାଧିକାର ସଂପର୍କରେ ସୂଚନା ପ୍ରଦାନକରି ପାରିପାର୍ଶ୍ୱିକ ଉନ୍ନୟନ କାର୍ଯ୍ୟକ୍ରମକୁ ସୁଦୂର ପ୍ରସାରି କରିବା ପାଇଁ ଜନସାଧାରଣଙ୍କ ସହଯୋଗ  କାମନା କରିଥିଲେ। କାର୍ଯ୍ୟକ୍ରମରେ ରେଙ୍ଗାଲି ପଞ୍ଚାୟତ ସମିତିର ଉପାଧ୍ୟକ୍ଷ ସତ୍ୟନାରାୟଣ ଅଗ୍ରୱାଲ,ବମାଲୋଇ ସରପଞ୍ଚ ଶେଷଦେବ ପ୍ରଧାନ,ରେଙ୍ଗାଲି ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶଂକର ପ୍ରସାଦ ସାହୁ ଯୋଗ ଦେଇ କମ୍ପାନୀର ବିଭିନ୍ନ  ଉନ୍ନୟନ ମୂଳକ କାର୍ଯ୍ୟକ୍ରମର ଉଚ୍ଚ ପ୍ରଶଂସା କରିଥିଲେ ।  ସ୍ବତନ୍ତ୍ର ଭିନ୍ନକ୍ଷମ ବିଦ୍ୟାଳୟର ମୁଖ୍ୟ ସୁଧାଂଶୁ ବାଲା ମୁଦୁଲି,ମନସ୍ବିନୀ ରଣସିଂ ପ୍ରମୁଖ ଯୋଗଦାନ କରିଥିଲେ।

ବିଭିନ୍ନ କ୍ଷେତ୍ରରେ ପାରିଦର୍ଶିତା ହାସଲ କରିଥିବା ସଂୟ ସହାୟକ ଗୋଷ୍ଠୀର ମହିଳାମାନଙ୍କୁ ପୁରସ୍କୃତ କରାଯାଇଥିଲା। ଶେଷରେ ବିଭିନ୍ନ ସାସ୍କୃତିକ କାର୍ଯ୍ୟକ୍ରମ ସହ ଓଡିଶି ନୃତ୍ୟ,ଖଡିଆ ପାଲିର ଶିଶୁ କଲାକାର ମାନଙ୍କ ଦ୍ବାରା କ୍ଷୁଦ୍ର ନାଟକ “ଆଲୋକ” ପରିବେଷଣ କରାଯାଇଥିଲା।ସମଗ୍ର କାର୍ଯ୍ୟକ୍ରମକୁ ମାନବ ସମ୍ବଳ ବିଭାଗର ଅଧିକାରୀ ଚନ୍ଦନ କୁମାର ଦାଶ ସଂଯୋଜନା କରିଥିଲେ। ଅନୁଷ୍ଠିତ କାର୍ଯ୍ୟକ୍ରମରେ ପ୍ରକଳ୍ପ ଦ୍ବାରା ପ୍ରଭାବିତ ୬ ଟି ଗ୍ରାମ ପଞ୍ଚାୟତ ସଂୟ ସହାୟକ ଗୋଷ୍ଠୀର ମହିଳା ଗୃପ ମାନେ ସେମାନଙ୍କ ଦ୍ବାରା ତିଆରି ବିଭିନ୍ନ ସାମଗ୍ରୀ ପ୍ରଦର୍ଶିତ କରିଥିଲେ। କାର୍ଯ୍ୟକ୍ରମର ସୁ ପରିଚାଳନା ପାଇଁ କମ୍ପାନୀର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ।

Leave A Reply

Your email address will not be published.