ସୁରକ୍ଷିତ ରକ୍ତ ପରୀକ୍ଷା: ଓଡ଼ିଶାର ପ୍ରଥମ ହସ୍ପିଟାଲ୍ ଭାବେ ଆଇଏମଏସ୍ ଆଣ୍ଡ ସମ୍ ହସ୍ପିଟାଲରେ ଆଇଡି-ନାଟ୍ ମେସିନ୍ ଆରମ୍ଭ

0

ଭୁବନେଶ୍ୱର, (ଶାସକ ପ୍ରଶାସକ) : ଓଡ଼ିଶାର ପ୍ରଥମ ସ୍ୱାସ୍ଥ୍ୟ ଅନୁଷ୍ଠାନ  ଭାବେ ଇନଷ୍ଟିଟ୍ୟୁଟ  ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ ପୋଷ୍ଟ ଗ୍ରାଜୁଏଟ୍ ଡିପାର୍ଟମେଂଟ ଅଫ୍ ଟ୍ରାନ୍ସଫ୍ୟୁଜନ  ମେଡିସିନ୍ ରେ ସୁରକ୍ଷିତ ରକ୍ତ ଅର୍ନ୍ତକ୍ଷେପଣ ନିମନ୍ତେ ଆଇଡି- ନାଟ୍ ବ୍ଲଡ୍ ସ୍କି୍ରନିଂ ବ୍ୟବସ୍ଥା ଆରମ୍ଭ କରାଯାଇଛି ।

ଏହି ଇଣ୍ଡିଭିଜୁଆଲ୍ ଡୋନର୍ ନ୍ୟୁକ୍ଲିକ୍ ଏସିଡ୍ ଟେଷ୍ଟିଂ (ଆଇଡି-ନାଟ୍) ମେସିନ୍କୁ ସମ୍ ହସ୍ପିଟାଲରେ  ଓଡ଼ିଶାର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ମନ୍ତ୍ରୀ ଶ୍ରୀ ନବ କିଶୋର ଦାସ ଉଦ୍ଘାଟନ କରିବା ସହ ରକ୍ତ ପରୀକ୍ଷା ଏବଂ ରୋଗୀଙ୍କୁ ସୁରକ୍ଷିତ ଭାବେ ରକ୍ତ ଟ୍ରାନ୍ସଫ୍ୟୁଜନ  ନିମନ୍ତେ ଏହି ମେସିନ୍ ଖୁବ୍ ଉଚ୍ଚକୋଟୀର କାର୍ଯ୍ୟ କରିପାରିବ ବୋଲି ସେ କହିଥିଲେ । ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ରେ ଏହି ସୁବିଧା ଆରମ୍ଭ କରାଯିବା ଖୁବ୍ ପ୍ରଶଂସନୀୟ । ଏଥିପାଇଁ ହସ୍ପିଟାଲ୍କୁ ଧନ୍ୟବାଦ ଅର୍ପଣ କରୁଛି ବୋଲି ଉଦ୍ଘାଟନୀ କାର୍ଯ୍ୟକ୍ରମରେ ସେ କହିଥିଲେ ।

ଷ୍ଟେଟ୍ ବ୍ଲଡ ଟ୍ରାନ୍ସଫୁ୍ୟଜନ୍ କାଉନ୍ସିଲର  ନିର୍ଦ୍ଦେଶକ  ଡ. ଉର୍ମିଳା ମିଶ୍ର ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ନିଜ ବକ୍ତବ୍ୟ ରଖିବା ପ୍ରସଙ୍ଗରେ କହିଥିଲେ ଯେ ବ୍ଲଡ ବ୍ୟାଙ୍କଗୁଡ଼ିକ ଦ୍ୱାରା ୫ ପ୍ରକାରର ରକ୍ତ ସ୍କ୍ରିନିଂ କରାଯାଇଥାଏ । ଏଚ୍ଆଇଭି, ହେପାଟାଇଟିସ୍ -ବି, ହେପାଟାଇଟିସ୍-ସି, ମାଲେରିଆ ଏବଂ ଭିଡିଆରଏଲ  ନିମନ୍ତେ ଏହି ସ୍କି୍ରନିଂ କରାଯାଏ । ସୁରକ୍ଷିତ ରକ୍ତ ପ୍ରଦାନ ଆମର ସବୁଠାରୁ ବଡ ଉଦ୍ଦେଶ୍ୟ  ଥିବା ବେଳେ ଅତ୍ୟାଧୁନିକ ବ୍ୟବସ୍ଥା ବିନା ରକ୍ତରେ ଥିବା ଭାଇରସ୍ ଚିହ୍ନଟ କରିବା ଖୁବ୍ କଷ୍ଟକର ବୋଲି ସେ କହିଥିଲେ ।

ଏହି ଅବସରରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) କୁଳପତି ପ୍ରଫେସର ଡ. ଅଶୋକ କୁମାର ମହାପାତ୍ର କହିଥିଲେ ଯେ ଏହି ମେସିନର  ଖୁବ୍ ଉପଯୋଗିତା ରହିଛି ଏବଂ ବହୁ ସଂଖ୍ୟକ ରୋଗୀଙ୍କ ପାଇଁ ଏହା ଉପକାରୀ ହେବ । ଏହାର ଅଧିକ ବ୍ୟବହାର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ । ଏହି ଅବସରରେ ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲର  ଡିନ୍ ପ୍ରଫେସର ଗଙ୍ଗାଧର ସାହୁ, ମେଡିକାଲ୍ ସୁପରିଟେଣ୍ଡେନ୍ଟ ପ୍ରଫେସର ପୁଷ୍ପରାଜ ସାମନ୍ତସିଂହାର, ଟ୍ରାନ୍ସଫ୍ୟୁଜନ  ମେଡିସିନ୍ ବିଭାଗର ମୁଖ୍ୟ ପ୍ରଫେସର ବିଭୁଦେନ୍ଦୁ ପତି ଏବଂ ଆସୋସିଏଟ୍ ପ୍ରଫେସର ଡ. ଗିରିଜା ନନ୍ଦିନୀ କାନୁନଗୋ ବକ୍ତବ୍ୟ ରଖିଥିଲେ ।

ଏହି ମେସିନ ଯୋଗାଉଥିବା କମ୍ପାନୀ ହେମୋଜେନୋମିକ୍ସର ଉପସଭାପତି ଶ୍ରୀ ସଂଗୀତ ଗୋପାଳ କିନି ମେସିନ୍ ସମ୍ବନ୍ଧରେ ସୂଚନା ଦେଇ କହିଥିଲେ ଯେ ଆଇଡି – ନାଟ ରକ୍ତରେ ଥିବା ଏଚ୍ଆଇଭି, ହେପାଟାଇଟିସ୍-ବି ଏବଂ ହେପାଟାଇଟିସ୍-ସି ଭାଇରସ୍ କୁ ଉଇଣ୍ଡୋ ପିରିଅଡ ମଧ୍ୟରେ ଚିହ୍ନଟ କରିବାକୁ ସକ୍ଷମ । ଏହା ଫଳରେ ଚିହ୍ନଟ କରିବାର ସମୟକୁ କମ୍ କରାଯାଇପାରେ । 

Leave A Reply

Your email address will not be published.