ରାଷ୍ଟ୍ରୀୟ ବାଲ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମ ତରଫରୁ ମେଣ୍ଢାଶାଳରେ ସ୍ତନ୍ୟପାନ ଓ ପୋଷଣ ସମ୍ବନ୍ଧୀୟ କର୍ମଶାଳା

0

ଭୁବନଶ୍ୱର(ଶାସକ ପ୍ରଶାସକ) : ରାଷ୍ଟ୍ରୀୟ ବାଲ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମ ଆନୁକୂଲ୍ୟରେ ମେଣ୍ଢାଶାଳ ଅଙ୍ଗନବାଡ଼ି କେନ୍ଦ୍ରରେ ସ୍ତନ୍ୟପାନ ଆଉ ପୋଷଣ ସମ୍ବନ୍ଧୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି।ଏଥିରେ ଏନ.ଆର.ସି ଭୁବନେଶ୍ୱରର ଅନୁଶ୍ରୀୟା ସାହୁ ଯୋଗ ଦେଇ ଗର୍ଭବତୀ,ପ୍ରସୂତୀ ମାନଙ୍କୁ ସ୍ତନ୍ୟପାନ ର ମହତ୍ତ୍ଵ, ଉପାଦେୟତା ବିଷୟରେ ଅବଗତ କରାଇଥିଲେ।ଆଜିର ଶିଶୁ କାଲିର ଭବିଷ୍ୟତ ତେଣୁ ନୀରୋଗ ତଥା ସୁସ୍ଥ ଶିଶୁ ଆଗାମୀ ଭାରତର ସଶକ୍ତ ମେରୁଦଣ୍ତ, ସେମାନଙ୍କୁ କିପରି ସୁପୋଷଣ ମିଳିପାରିବ ତଥା ସେମାନେ କିପରି ଅପପୃଷ୍ଟି କବଳରେ ନ ପଡିବେ ସେ ବିଷୟରେ   ସଚେତନତା ସୃଷ୍ଟି ଲାଗି ଅଙ୍ଗନବାଡି କର୍ମୀ ମାନଙ୍କୁ ପରାମର୍ଶ ଦେଇଥିଲେ।

ଡାଃ.ରାୟେସା ରାଉତରାୟ ଛଅ ମାସ ଯାଏଁ ଶିଶୁକୁ କେବଳ ଆଉ କେବଳ ମାଆ କ୍ଷୀର ଦେବାକୁ ପରାମର୍ଶ ଦେବା ସହ ଛଅମାସ ପରେ ଅଙ୍ଗନବାଡିରେ ସମନ୍ବିତ ଶିଶୁ ବିକାଶ ଯୋଜନା ଅନୁଯାୟୀ ଖାଦ୍ୟପେୟ ଦେବାକୁ ମା’ ମାନଙ୍କୁ ପରାମର୍ଶ ଦେଇଥିଲେ।ଗର୍ଭାବସ୍ଥାରୁ ନିୟମିତ ଡାକ୍ତରୀ ପରୀକ୍ଷା ସହ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ସନ୍ତୁଳିତ ସୁଷମ ଆହାର ଗ୍ରହଣ କରିବା ସହ ଜନ୍ମ ପରେ ମା’ ଓ ଶିଶୁ ଙ୍କୁ ପାଂଚ ବର୍ଷ ଯାଏ ସ୍ବତନ୍ତ୍ର ଭାବେ ସୁଷମ ଆହାର ଗ୍ରହଣ କରିବା ଲାଗି ପରାମର୍ଶ ଦେଇଥିଲେ।

ରାଷ୍ଟ୍ରୀୟ ବାଲ୍ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମ ଜରିଆରେ ଅଙ୍ଗନବାଡ଼ି କେନ୍ଦ୍ରରେ ବର୍ଷକୁ ଦୁଇଥର ନିଜ ଶିଶୁର ସ୍ବାସ୍ଥ୍ୟ ପରୀକ୍ଷା ନିଶ୍ଚୟ କରାଇନେବା କୁ ଅନୁରୋଧ କରିଥିଲେ।କାର୍ଯ୍ୟକ୍ରମ ରେ ମେଣ୍ଢାଶାଳ ଗ୍ରାମର ତିନୋଟି ଅଙ୍ଗନବାଡିର କର୍ମୀଙ୍କ ସମେତ ପ୍ରାୟ ସମସ୍ତ ହିତାଧିକାରୀ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ସଫଳ କରିଥିଲେ।

Leave A Reply

Your email address will not be published.