ଶିବରାତ୍ରି ଉପଲକ୍ଷେ ଜିଲ୍ଲା ପ୍ରଶାସନର ଗାଇଡଲାଇନ୍ ଜାରି। 

0

ଝାରସୁଗୁଡ଼ା :(ସୁଭାଷ ସହାରେ) ଆସନ୍ତା କାଲି ଶିବରାତ୍ରୀ ଉପଲକ୍ଷେ ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନ କୋଭିଡ ଗାଇଡଲାଇନ୍ ଜାରି କରିଛନ୍ତି। କୋଭିଡର ନୂଆ ଟ୍ରେଣ୍ଡକୁ ଆଖି ଆଗରେ ରଖି ଓଡ଼ିଶା ସରକାରଙ୍କ ଦ୍ଵାରା ଜାରି ହୋଇଥିବା କଟକଣା ଓ ନିୟମାବଳୀକୁ ପାଳନ କରିବା ପାଇଁ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଥିବା ଜଣା ପଡ଼ିଛି। 

ସୂଚନା ଅନୁସାରେ, ପ୍ରବେଶ ଓ ପ୍ରସ୍ଥାନ ଦ୍ବାର ତଥା ସମବେତ ସ୍ଥଳୀରେ ଏକ ସମୟରେ ୩୦୦ ରୁ ଊର୍ଦ୍ଧ୍ବ ଲୋକ ଜମା ହୋଇ ପାରିବେ ନାହିଁ। ସାମାଜିକ ଦୂରତା ରକ୍ଷା କରି ତଥା ମାସ୍କ ପିନ୍ଧିବାକୁ ସମସ୍ତଙ୍କ ପାଇଁ ବାଧ୍ୟତାମୂଳକ ହେବ। ସେ କୌଣସି ପ୍ରକାରର ମେଳା ବା ସାମୂହିକ ପ୍ରାର୍ଥନା କରାଯାଇପାରିବ ନାହିଁ।  ଏହିସବୁ ନିୟମାବଳୀକୁ ଲାଗୁ କରାଇବାକୁ ତହସିଲଦାରମାନଙ୍କୁ କ୍ଷମତା ପ୍ରଦାନ କରାଯାଇଛି। ନିୟମ ଖିଲାପୀମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମଧ୍ୟ ସୂଚନା ଦିଆଯାଇଛି।

Leave A Reply

Your email address will not be published.