ବିଶ୍ବ ମହିଳା ଦିବସ ଉପଲକ୍ଷେ ମାନବ ସେବା ସଂଘ ତରଫରୁ ଟାଉନ ଥାନା ଅଧିକାରିଣୀଙ୍କୁ ସମ୍ବର୍ଦ୍ଧନା। 

0

ମାନବ ସେବା ସଂଘର ମହିଳା କର୍ମକର୍ତ୍ତାଙ୍କୁ ସମ୍ମାନିତ କଲେ ପୋଲିସ ବିଭାଗ। 

ଝାରସୁଗୁଡ଼ା :(ସୁଭାଷ ସହାରେ) -ବିଶ୍ବ ମହିଳା ଦିବସ ଉପଲକ୍ଷେ ଝାରସୁଗୁଡ଼ା ପୋଲିସ ତରଫରୁ ପ୍ରଥମ ଥର ପାଇଁ ବିଶ୍ବ ମହିଳା ଦିବସ ପାଳନ କରାଯାଇଥିଲା। ଏହି ଅବସରରେ ଝାରସୁଗୁଡ଼ା ଜିଲ୍ଲାର ବିଭିନ୍ନ ସାମାଜିକ ଅନୁଷ୍ଠାନରେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିବା ମହିଳାମାନଙ୍କୁ ସମ୍ମାନିତ କରାଯାଇଥିଲା। 

ଏହି ଅବସରରେ ମୂଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ ଝାରସୁଗୁଡ଼ା ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ସାମଲ। ଅନ୍ୟାନ୍ୟ ସମ୍ମାନିତ ଅତିଥି ଭାବରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ବିକାଶ ଚନ୍ଦ୍ର ଦାସ ଓ ବୟନ ଶିଳ୍ପ ନିର୍ଦ୍ଦେଶକ ଶ୍ରୀ ଜ୍ୟୋତି ପ୍ରକାଶ ଦାସ ଓ ଝାରସୁଗୁଡ଼ା ଜିଲ୍ଲାର ସମସ୍ତ ଥାନାଧିକାରୀ। ଏହି ଅବସରରେ ଝାରସୁଗୁଡ଼ା ଜିଲ୍ଲାର ବିଭିନ୍ନ ସାମାଜିକ ଅନୁଷ୍ଠାନରେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିବା ମହିଳା ମାନଙ୍କୁ ସମ୍ମାନିତ କରାଯାଇଥିଲା। ମାନବ ସେବା ସଂଘର ବିଶିଷ୍ଟ ସଦସ୍ୟା ସୋଫିଆ ମିଞ୍ଜଙ୍କୁ ମଧ୍ୟ ଏହି ଅବସରରେ ସମ୍ମାନିତ କରିଥିଲେ ପୋଲିସ ବିଭାଗ। 

ସେହିପରି ମାନବ ସେବା ସଂଘ ତରଫରୁ ଟାଉନ ଥାନା ଅଧିକାରିଣୀ ସାବିତ୍ରୀ ବଳଙ୍କୁ ଆଇନ ଶୃଙ୍ଖଳା ରକ୍ଷାରେ ଅବଦାନ ନିମନ୍ତେ ଉପଢୌକନ, ମାନପତ୍ର ଓ ପୁଷ୍ପତୋଡ଼ା ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଏହାବ୍ୟତୀତ ଥାନାର ୨୫ ଜଣ ପୋଲିସ କର୍ମଚାରୀଙ୍କୁ ଆସନ୍ତା ଗ୍ରୀଷ୍ମ ଋତୁ ପାଇଁ ପାଣି ବୋତଲ ଓ ଗାମୁଛା ପ୍ରଦାନ କରିଥିଲେ ସଂଘର ସଦସ୍ୟ। ସଂଘର କାର୍ଯ୍ୟକର୍ତ୍ତା ରମେଶ ଗାନ୍ଧୀ, ରତ୍ନାକର ପ୍ରଧାନ, ମେହେବୁବ ମେହତାବ, ସୁଭାଷ ସହାରେ, ଖୁରସିଦ ଆଲମ ଖାନ, ସୋଫିଆ ମିଞ୍ଜ, ରାଜା ମଜୁମଦାର, ବୀଣାପାଣି ଦାସ, ବିଷ୍ଣୁ ସିଂହ ଓ ବୁଧରାମ ତନ୍ତୀ ଉପସ୍ଥିତ ଥିଲେ।

Leave A Reply

Your email address will not be published.