ଝାରସୁଗୁଡ଼ା :(ସୁଭାଷ ସହାରେ):- ଏଇ ତ ଜୀବନ ଚେରିଟେବୁଲ ଟ୍ରଷ୍ଟ ପକ୍ଷରୁ ଆଜି ଝାରସୁଗୁଡା ଜେଲ୍ ର ମହିଳା ଅନ୍ତେବାସୀଙ୍କ ସହିତ ମହିଳା ଦିବସ ପାଳନ କରାଯାଇଛି। ଏଥିରେ କିପରି ସଠିକ୍ ରାସ୍ତାରେ ଯାଇ ପାରିବ ବୁଝାଇବା ସହ ମହିଳାଙ୍କ ସହିତ ଖେଳ ପ୍ରତି ଯୋଗିତା କରି ଥିଲେ। ଶେଷରେ ସେମାନଙ୍କୁ ସିଲେଇ ଶିକ୍ଷା ଦେଇ ସ୍ୱାବଲମ୍ବୀ କରାଇବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ଏଥିରେ ଶ୍ରୀମତୀ ଆରତୀ ପଣ୍ଡା ବହୁତ ଭଲଭାବରେ ଆଗମି ଭବିଷ୍ୟତ ରେ କିପରି ଭଲ ମଣିଷ ହୋଇ ପାରିବେ ବୁଝାଇଥିଲେ । ପୁଷ୍ପିତ ଜେନା ସଂପୁର୍ଣ୍ଣ ସହଯୋଗ କରିଥିଲେ । ସଂସ୍ଥା ର ପ୍ରତିଷ୍ଠାତା ସୁଜାତା ମିଶ୍ର ଜେଲ୍ ର ଥିବା ସମସ୍ତଙ୍କୁ ଧନ୍ୟବାଦ୍ ଦେଇ ଥିଲେ। ଏଥିରେ ସଂସ୍ଥା ର ସମସ୍ତ ସଦସ୍ୟା ସହଯୋଗ କରିଥିଲେ।
Sign in
Sign in
Recover your password.
A password will be e-mailed to you.