ଆନ୍ତର୍ଜାତୀୟ ମହିଳା ଦିବସ : ଦିବ୍ୟାଙ୍ଗ ସ୍ଵାବଲମ୍ବୀ ମହିଳା ସନ୍ତୋଷିନୀ ଭୋଇ ସମ୍ମାନିତ 

0 1

ସମ୍ବଲପୁର(ରମାକାନ୍ତ ବିଶ୍ବାଳ):   ସମ୍ବଲପୁରର ଅଗ୍ରଣୀ ସାଂସ୍କୃତିକ ଏବଂ ସାମାଜିକ ଅନୁଷ୍ଠାନ ପଶ୍ଚିମାଞ୍ଚଲ ଏକତା ମଞ୍ଚ ପକ୍ଷରୁ ଆଜି ଆନ୍ତର୍ଜାତୀୟ ମହିଳା ଦିବସ ପାଳନ କରାଯାଇଛି,ଏହି ଅବସରରେ ମଂଚର ମହିଳା ଶାଖାର ମହିଳା ସଂଯୋଜିକା କାନ୍ତି ମେହେରଙ୍କର ନେତୃତ୍ୱରେ ଜୁଜୁମୁରା ବ୍ଲକ ଅନ୍ତର୍ଗତ ବୁଟୁବେର୍ଣୀ ଗ୍ରାମର ଦିବ୍ୟାଙ୍ଗ ମହିଳା ସୁଶ୍ରୀ ସନ୍ତୋଷିନୀ ଭୋଇଙ୍କୁ *ଜଗତଜିତା ସମ୍ମାନରେ ସମ୍ମାନିତ କରାଯାଇଅଛି  l ସୁଶ୍ରୀ ଭୋଇ ଜଣେ ଦିବ୍ୟାଙ୍ଗ ହୋଇଥିଲେ ମଧ୍ୟ ନିଜସ୍ୱ ଉଦ୍ୟମରେ ଜୁଜୁମୁରା ମାର୍କେଟ ଛକରେ ଏକ ସିଲେଇ ଦୋକାନକରି ନିଜେ ସ୍ଵାବଲମ୍ବୀ ହେବା ସହିତ ଆଉ ୩ ଜଣ ଝିଅଙ୍କୁ ନିଜ ଦୋକାନରେ କାମ ଦେଇ ତାଙ୍କୁ ମଧ୍ୟ ଆତ୍ମନିର୍ଭରଶୀଲ କରେଇପାରିଛନ୍ତି ଏବଂ ସମାଜରେ ନାରୀମାନଙ୍କପାଇଁ ଉଦାହରଣ ପାଲଟିଛନ୍ତି l ତେଣୁ  ତାଙ୍କର ଏହି ଦୃଢ ଇଚ୍ଛାଶକ୍ତି ଏବଂ କଠିନ ପରିଶ୍ରମକୁ ସମ୍ମାନ ଜଣେଇ ଆଜି ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ  ମଞ୍ଚର ମହିଳା ଶାଖା ପକ୍ଷରୁ ତାଙ୍କୁ ଜଗତଜିତା ସମ୍ମାନରେ ସମ୍ମାନିତ କରାଯାଇଛି l ଏବଂ ପ୍ରତିବର୍ଷ ବିଭନ୍ନ କ୍ଷେତ୍ରରେ ଉଲ୍ଲେଖନିୟ  ଅବଦାନ ରହିଥିବା ମହିୟସୀ ମହିଳାଙ୍କୁ ଜଗତଜିତା ସମ୍ମାନରେ ସମ୍ମାନିତ କରାଯିବ ବୋଲି ମଞ୍ଚ ପକ୍ଷରୁ ସୂଚନା ମିଲିଛି l ଏହି କାର୍ଯକ୍ରମରେ ମଞ୍ଚର ଯୁବ ସଂଯୋଜକ ଦେବାଶିଷ ବେହେରା,ରାହୁଲ ଗୁପ୍ତା,ହିମାଂଶୁ ଶେଖର ସାହୁ,ସୂର୍ଯ୍ୟକାନ୍ତ ପାଣିଗ୍ରାହୀ ଉପସ୍ଥିତ ରହି ସହଯୋଗ କରିଥିଲେ।

Leave A Reply

Your email address will not be published.