ପୁରୁଷଙ୍କ ଠାରୁ ମହିଳା କୌଣସି ଗୁଣରେ କମ ନୁହଁନ୍ତି   

0 2

https://www.youtube.com/watch?v=yBqcU4_tUAw

ସମ୍ବଲପୁର ରେ ଆନ୍ତର୍ଜାତିକ ମହିଳା ଦିବସ

ସମ୍ବଲପୁର,(ରମାକାନ୍ତ ବିଶ୍ବାଳ):-ସମ୍ବଲପୁର ଜିଲ୍ଲା ମେଘପାଲ ପଞ୍ଚାୟତ ଠାରେ ଜନକଲ୍ୟାଣ ସେବା ଟ୍ରଷ୍ଠ ଓ ଉତ୍କଲିୟମ ଫାଉଣ୍ଡେସନ ପକ୍ଷରୁ ମିଲିତ ଭାବରେ ଆନ୍ତର୍ଜାତିକ ମହିଳା ଦିବସ ପାଲନ କରାଯାଇଥିଲା । ବିଶେଷ କରି ଆନ୍ତର୍ଜାତିକ ମହିଳା ଦିବସରେ ଗ୍ରାମାଞ୍ଚଳରେ ରହୁଥିବା ମହିଳା ମାନଙ୍କୁ ସେମାନଙ୍କ ଅଧିକାର ଉପରେ ଜନସଚେତନତା ସୄଷ୍ଟି କରିବାପାଇଁ ଏହି କାର୍ଯ୍ୟକ୍ରମ ଟି ଗ୍ରାମାଞ୍ଚଳରେ ଅନୁଷ୍ଠିତ ହୋଇଥିଲା ।

ଏଥିରେ ମୁଖ୍ୟ ଅତିଥି ଭାବରେ ବରଗଡ଼ ଧନୁଯାତ୍ରାର କଂସ ମହାରାଜ ଭୁବନେଶ୍ୱର ପଧାନ, ମମ୍ମାନିତ ଅତିଥି ଭାବରେ ଅବସରପ୍ରାପ୍ତ ଡିଏସପି  ଗୀତାରାଣି ପଣ୍ଡା, ଶିକ୍ଷାବିତ ରାଜେନ୍ଦ୍ର ପଣ୍ଡା,ମୁଖ୍ୟବକ୍ତା ଭାବରେ ବରିଷ୍ଠ ସାମ୍ବାଦିକ ରମାକାନ୍ତ ବିଶ୍ୱାଳ, ମେଘପାଲ ସରପଞ୍ଚ ମମତା ପଧାନ ପ୍ରମୁଖ ଯୋଗଦେଇ ଆନ୍ତର୍ଜାତିକ ମହିଳା ଦିବସରେ ମହିଳା ମାନଙ୍କ ଅଧିକାର ଉପରେ ଆଲୋଚନା କରିବା ସହ ଆଜିର ମହିଳା କୌଣସି କ୍ଷେତ୍ରରେ  ପୁରୁଷ  ତୁଲନାରେ କମ ନୁହେଁ । ଦେଶ ତଥା ସମାଜ କୁ ଆଗେଇ ନେବାରେ ମହିଳା ଙ୍କ ଗୁରୁତ୍ୱପୂର୍ଣ୍ଣ ଭୁମିକା ରହିଛି ବୋଲି ମତବ୍ୟକ୍ତ କରିଥିଲେ ।

ଏହି ଅବସରରେ ମେଘପାଲ ପଞ୍ଚାୟତ ବହୁ ଆଶା କର୍ମୀ ,ସଂୟସହାୟକ ଗୋଷ୍ଠୀର ସଭ୍ୟ, ଆଙ୍ଗନବାଡି ଙ୍କ ସମେତ ବିଭିନ୍ନ କ୍ଷେତ୍ରରେ ସମାଜ ପାଇଁ ନିଜ କାର୍ଯ୍ୟକ୍ଷେତ୍ର ଦ୍ୱାରା ଜନସେବା କରି ଉଦାହରଣ ସୄଷ୍ଠି କରି ପାରିଥିବା  ବହୁ ମହିଳାଙ୍କୁ ମାନପତ୍ର ଦେଇ ସମ୍ମାନିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଉତ୍କଲିୟମ ଫାଉଣ୍ଡେସନ ଟ୍ରଷ୍ଟ ର ରାଜ୍ୟ ଆବାହକ ରାଜାରାମ ଷଡଙ୍ଗୀ  ଓ ଜନକଲ୍ୟାଣ ସେବା ଟ୍ରଷ୍ଟର ପ୍ରତିଷ୍ଠାତା ତଥା ସଭାପତି ମୁକୁନ୍ଦ ଦାଶ ଉପସ୍ଥିତ ରହି ପରିଚାଳନା କରିଥିଲେ ।

 

 

Leave A Reply

Your email address will not be published.