କୁଚିଣ୍ଡା ଆଦିବାସୀ ସାମାଜିକ ସାଂସ୍କୃତିକ ପରିଷଦ ପକ୍ଷରୁ ବିଜୁ ଜୟନ୍ତୀ ଓ ପଞ୍ଚାୟତ ରାଜ ଦିବସ।

0 2

ସମ୍ବଲପୁର-କୁଚିଣ୍ଡା  (ରମାକାନ୍ତ ବିଶ୍ବାଳ) -କୁଚିଣ୍ଡା ଆଦିବାସୀ ଭବନ ଠାରେ  ଜନନେତା ଓ ଭୁମି ପୁତ୍ର ବିଜୁ ପଟ୍ଟନାୟକ ଙ୍କ ୧୦୫ ତମ ଜନ୍ମ ଜୟନ୍ତୀ ତଥା ପଞ୍ଚାୟତ ରାଜ ଦିବସ  ପାଳିତ ହୋଇଯାଇଛି। ଆଦିବାସୀ ସାମାଜିକ ଓ ସାଂସ୍କୃତିକ ପରିଷଦ  ପକ୍ଷରୁ  ଅନୁଷ୍ଠିତ ଜୟନ୍ତୀ ଉତ୍ସବ ରେ ପୂର୍ବତନ ବିଧାୟକ ଶ୍ରୀ ବୃନ୍ଦାବନ ମାଝି ମୁଖ୍ୟ ଅତିଥି ଭାବେ ଯୋଗଦେଇ ତାଙ୍କର ସ୍ମୃତି ଚାରଣ କରି ଦେଶ ଗଠନ ଦିଗରେ ବିଜୁବାବୁଙ୍କ ଅବଦାନ ସଂପର୍କରେ ବର୍ଣ୍ଣନା କରିଥିଲେ। ପରିଷଦ ସଭାପତି ଶ୍ରୀ ସୁବାସ ଚନ୍ଦ୍ର ନାୟକ ଙ୍କ ସଭାପତିତ୍ବରେ ଆୟୋଜିତ ଏଇ ସଭାରେ ମହିଳା ବିଜେଡି ର ନଗର ସଭାନେତ୍ରୀ ଶ୍ରୀମତୀ ରଜନୀ ପଟେଲ ସମ୍ମାନିତ ଅତିଥି ଭାବେ ଯୋଗଦେଇ ବିଜୁ ବାବୁ ଙ୍କ ସଂପର୍କରେ ଏକ ସ୍ବରଚିତ କବିତା ପାଠ କରିଥିଲେ। ସଂଗଠନର କୋଷାଧ୍ୟକ୍ଷ ଶ୍ରୀ ରଶ୍ମିକାନ୍ତ ସାମଲ ସଭା ପରିଚାଳନା ସହ ଧନ୍ୟବାଦ ଅର୍ପଣ କରିଥିଲେ।

 

Leave A Reply

Your email address will not be published.