ସମ୍ବଲପୁର,(ରମାକାନ୍ତ ବିଶ୍ବାଳ)– ସମ୍ବଲପୁର ଜିଲ୍ଲା ପ୍ରସାସନ ପକ୍ଷରୁ ସମ୍ବଲପୁର ଠାରେ ଜିଲ୍ଲା ସ୍ତରୀୟ ପଞ୍ଚାୟତିରାଜ ଦିବସ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ପରିଷଦ ସଭାପତି ରାଧେଶ୍ୟାମ ବାରିକ ଯୋଗ ଦେଇ ପଞ୍ଚାୟତିରାଜ ଦିବସ ପାଳନର ଉଦ୍ଦେଶ୍ୟ ସହ ପ୍ରବାଦ ପରୁୁଷ ବିଜୁ ପଟ୍ଟନାୟକଙ୍କ ସ୍ମୃତି ଚାରଣ କରିଥିଲେ। ଏଥିରେ ସମ୍ବଲପୁର ଜିଲ୍ଲାପାଳ ସୁଭମ ସକସେନା ମଧ୍ୟ ଉପସ୍ଥିତ ରହିବା ସହ ଜୀବିକା ନିର୍ବାହ କ୍ଷେତ୍ରରେ ଜିଲ୍ଲା ପ୍ରଶାସନ ଦ୍ୱାରା ହାତକୁ ନିଆଯାଇଥିବା ‘ଅଭିନବ ଜୀବିକା ନିର୍ବାହ ପଦକ୍ଷେପ’ ଉପରେ ସୂଚନା ଦେଇଥିଲେ । ଜିଲ୍ଲା ସ୍ତରୀୟ ପଞ୍ଚାୟତିରାଜ ଦିବସ ଅବସରରେ ଜିଲ୍ଲା ର ବିଭିନ୍ନ ଏସଏଜି ମାନଙ୍କୁ ନେଇ ନିଜର ଉତ୍ପାଦିତ ସାମଗ୍ରୀ ସହ ବାଉଁଶ ତିଆରି ଉପକରଣ, ଜଙ୍ଗଲଜାତ ଦ୍ରବ୍ୟ,ଉପରେ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଥିଲା । ଏଥିସହ କାର୍ଯ୍ୟକ୍ରମରେ ସମ୍ବଲପୁର ଜିଲ୍ଲା ର ୯ ଗୋଟି ବ୍ଳକର ସଂୟ ସହାୟକ ଗୋଷ୍ଟି ମାନଙ୍କୁ ଉଲ୍ଲେଖଯୋଗ୍ୟ କାର୍ଯ୍ୟକରି ଆତ୍ମନିର୍ଭରଶୀଳ ହୋଇପାରିଥିବାରୁ ପୁରସ୍କୃତ କରାଯାଇଥିଲା
Sign in
Sign in
Recover your password.
A password will be e-mailed to you.