ଝାରସୁଗୁଡାରେ ରେଳବାଇର ବିକାଶ ପାଇଁ ରେଳବାଇ ଅଧିକାରୀଙ୍କ ସହ ସ୍ୱାସ୍ଥ୍ୟମନ୍ତ୍ରୀ ନବଦାସଙ୍କ ସମୀକ୍ଷା ବୈଠକ

0

ଝାରସୁଗୁଡା / ସୁବାସ ସାହାରେ : ଝାରସୁଗୁଡାରେ ରେଳବାଇର ବିକାଶ ପାଇଁ ସ୍ୱାସ୍ଥ୍ୟମନ୍ତ୍ରୀ ନବଦାସ ଆଜି  ରେଳବାଇ ଅଧିକାରୀଙ୍କ ସହ ସମୀକ୍ଷା ବୈଠକ ନେଇଛନ୍ତି | ଆଜି ସ୍ଥାନୀୟ ସର୍କିଟ ହାଉସ ଠାରେ ଆୟୋଜିତ ଏକ ସମୀକ୍ଷା ବୈଠକରେ ରେଳବାଇରେ ଝାରସୁଗୁଡାର ଯେତେ ବିକାଶ ହେବା କଥା ତାହା ହୋଇ ପାରି ନଥିବାରୁ ବିକାଶ ପ୍ରକ୍ରିୟା ତ୍ୱରାନ୍ୱିତ କରିବା ପାଇଁ ଆଜି ବୈଠକରେ ମନ୍ତ୍ରୀ ଶ୍ରୀ ଦାସ ମତବ୍ୟକ୍ତ କରିଥିଲେ | ନୁତନ ଝାରସୁଗୁଡାର ଏକ ବ୍ଲୁପ୍ରିଣ୍ଟ ଉପରେ ଆଲୋଚନା କରାଯାଇ ଝାରସୁଗୁଡାରେ ଥିବା ରେଳଷ୍ଟେସନର ପଛପଟେ ଏକ ବିଶାଳକାୟ ମୁଖଶାଳା ନିର୍ମାଣ ସହ ନୁତନ ରେଳବାଇ ସାଇଡିଂ,ମାଲ ପରିବହନ ଓ ଅବତରଣ ପାଇଁ ମାଲଗୋଦାମ୍ର୍ ନିର୍ମାଣ ସହ ଚୌକିପଡା ରେଳବାଇ ଫାଟକରେ ଅଣ୍ଡର ଗ୍ରାଉଣ୍ଡ ବ୍ରିଜ୍ ,ବାଲିଜୋରୀ ଠାରେ ଲୋକଙ୍କ ଗମନାଗମନ ସୁଵିଧା ପାଇଁ ଏକ ଓଭରବ୍ରିଜ୍ ନିର୍ମାଣ ଓ ପୁରୁଣା ବସଷ୍ଟାଣ୍ଡର ଜମି ଲିଜର ନବୀକରଣ ସଂପର୍କରେ ଆଲୋଚନା କରାଯାଇ ସମସ୍ତ କାର୍ଯ୍ୟକୁ ଏକ ନିର୍ଦ୍ଦିଷ୍ଟ ସମଯସୀମା ମଧ୍ୟରେ ଶେଷ କରିବାକୁ ନିଷ୍ପତ୍ତି ନିଆଯାଇଥିଲା | ଏହି ଆଲୋଚନା ସମୟରେ ବରଗଡ ଲୋକସଭା ସଂସଦ ସୁରେଶ ପୁଜାରୀ,ଜିଲ୍ଲାପାଳ ସରୋଜ ସାମଲ,ଏସପି ବିକାଶ ଚନ୍ଦ୍ର ଦାସ,ଚକ୍ରଧରପୁର ରେଳ ଡିଭିଜନର ଡିଆରଏମ୍,କୋଲକାତାର ଦକ୍ଷିଣପୁର୍ବ ରେଳପଥର ମୁଖ୍ୟଯନ୍ତ୍ରୀଙ୍କ ସହ ସହରର ବୁଦ୍ଧିଜିବୀ ମାନେ ଅଂଶ ଗ୍ରହଣ କରି ନିଜର ମତାମତ ଦେଇଥିଲେ |

Leave A Reply

Your email address will not be published.