ପଦ୍ମପୁର:-ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ର ବଣ ପାହାଡ ଘେରା ପାଇକମାଲ ବ୍ଳକ ଅଧିନସ୍ଥ ବୁକୁରାମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଠାରେ ଆଜି କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଙ୍କ ମିଳିତ ଉଦ୍ୟମରେ ବରଗଡ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ ୬୦ବର୍ଷ ରୁ ଉର୍ଦ୍ଧ୍ବ ବ୍ୟକ୍ତି ବିଶେଷ ଙ୍କୁ ମାଗଣା ରେ କୋଭିସିଲ୍ଡ ଭେକସିନ୍ ଦିଆ ଯାଇଛି lଏ ପରିପ୍ରେକ୍ଷୀରେ ବୁକୁରାମୁଣ୍ଡା ରେ ପ୍ରତିଷ୍ଠିତ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ନିର୍ମାଣ ସମୟ ରେ ବୁକୁରାମୁଣ୍ଡା ଗ୍ରାମ ପଞ୍ଚାୟତ ଅଧିନରେ ଯାଉଥିବା ପଲସାନୀ ଗ୍ରାମର ସତ୍ୟାନନ୍ଦ ବାରିକ, ଗ୍ରାମ ର ଗୈାତିଆ ଏବଂ ପିତା-ସ୍ୱର୍ଗତ ବିଷ୍ଣୁ ବାରିକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ର ଜନସାଧାରଣଙ୍କ ସ୍ୱାସ୍ଥ୍ୟସେବା ପାଇଁ ଓଡ଼ିଶା ରାଜ୍ୟସରକାର ଙ୍କୁ ସେତେବେଳେ ଡାକ୍ତରଖାନା ସକାଶେ ମାଗଣାରେ ଜମି ଦାନ ସୂତ୍ରରେ ପ୍ରଦାନ କରିଥିଲେ lସେ ମହାନ ବ୍ୟକ୍ତି ଶ୍ରୀ ସତ୍ୟାନନ୍ଦ ବାରିକ ଆଜିକାର କୋଭିଡ୍ ଟିକାଦାନ ପ୍ରାରମ୍ଭ ନେଇ ଶୁଭାରମ୍ଭ କରିଥିଲେ lଆଇନତଃ ଡାକ୍ତରଖାନା ରେ ଟିକାଦାନ ପୂର୍ବରୁ ସିକ୍ୟୁରିଟି କର୍ମଚାରୀ ଶ୍ରୀ ଛନ୍ଦା ଚରଣ ବିଶ୍ୱାଳ,ଜିତେନ ଭୋଇ ଦୁହେଁ ଟିକାଦାନ କକ୍ଷକୁ ପ୍ରବେଶ ପୂର୍ବରୁ ଲୋକଙ୍କ ତାପମାତ୍ରା ପରିକ୍ଷା ମେସିନ ରେ ପରିକ୍ଷା ସହ ସମସ୍ତଙ୍କ ହାତରେ ସେନିଟ୍ରାଇଜର ଦେବା ସହ ମାଗଣାରେ ମାକ୍ସ ଦେଉଥିବାର ଲକ୍ଷ କରାଯାଇଥିଲା lଭିତରକୁ ପ୍ରବେଶ କଲାପରେ ମହିଳା ସ୍ବାସ୍ଥ୍ୟକର୍ମୀ କର୍ମୀ ଶ୍ରୀମତି ହରିପ୍ରିୟା କୁମାର ଟିକା ନେବାକୁ ଆସିଥିବା ବ୍ୟକ୍ତି ଙ୍କ ପରିଚୟ ପତ୍ର ଏବଂ ମୋବାଇଲ ନମ୍ବର ଯାଞ୍ଚ ପରେ ଏହି କାର୍ଯ୍ୟକ୍ରମ ରେ ନିୟୋଜିତ ଫାର୍ମାସିଷ୍ଟ ଶ୍ରୀ ବିଜୟ କୁମାର ବେହେରା କାଗଜପତ୍ର କୁ ଅନଲାଇନ କଲାପରେ ଟିକାକରଣ କକ୍ଷରେ ସଜାଗ ହୋଇଥିବା ଟିକା ପ୍ରଦାନକାରୀ ମହିଳା ସ୍ୱାସ୍ଥ୍ୟକର୍ମୀ ଗୀତାଞ୍ଜଳି ସାହୁ ଏବଂ ସୁନନ୍ଦିନୀ ପ୍ରଧାନ ଟିକା ପ୍ରଦାନ ପରେ ପ୍ରତିକ୍ଷାଳୟ ରେ ଅଧଘଣ୍ଟା ବିଶ୍ରାମ ନେବାକୁ ପରାମର୍ଶ ଦେଉଥିଲେ lବିଶ୍ରାମ ଅଧଘଣ୍ଟା ନେବାପରେ ଲୋକେ ନିଜନିଜ ଘରକୁ ଫେରୁଥିବାର ଲକ୍ଷ କରାଯାଇଥିଲା lଏ ଅବସରରେ ଡାକ୍ତର ସେବାବ୍ରତ ମେହେର ଏବଂ ଡାକ୍ତର ସୈାରଭ ଅଗ୍ରୱାଲ ଙ୍କୁ ସ୍ୱାସ୍ଥ୍ୟବସ୍ଥା ପାଇଁ ଦାୟିତ୍ବ ଦିଆଯାଇଥିଲା lଆମ ପ୍ରତିନିଧି ଏ ବିଷୟରେ ପି.ଏଚ.ଇ.ଓ ଶ୍ରୀଯୁକ୍ତ ତୁଷ କୁମାର ଚନ୍ଦ୍ରକାର ଙ୍କୁ ପଚାରିବାରୁ ସେ ଫୋନ ଯୋଗେ ଆଜି ବୁକୁରାମୁଣ୍ଡା ରେ ସମୁଦାୟ ୧୦୦ ଜଣ ବ୍ୟକ୍ତି ବିଶେଷ ଙ୍କୁ ଟିକା କରଣ କରାଯିବାର କାର୍ଯ୍ୟକ୍ରମ ରହିଥିଲା ହେଲେ ୯୫ ଜଣ ଙ୍କୁ ଆଜି ଟିକା କରଣ କରାଯାଇଛି ଏବଂ ଆଗକୁ ଜାରି ରହିବ ବୋଲି କହିଥିଲେ lକାର୍ଯ୍ୟକ୍ରମ ସୁରୁଖୁରୁରେ ସମାପନ ହୋଇଥିବାରୁ କାର୍ଯ୍ୟରତ ବି.ପି.ଓ ଶ୍ରୀ ରେବତୀ ମୋହନ ଜେନା ଜନସାଧାରଣଙ୍କୁ ଧନ୍ୟବାଦ ଜଣାଇଛନ୍ତି l
Sign in
Sign in
Recover your password.
A password will be e-mailed to you.