ବିନା ଶ୍ରଦ୍ଧାଳୁରେ ମହେନ୍ଦ୍ରଗିରିରେ ପାଳିତ ହେବ ଶିବରାତ୍ରୀ 

0

କରୋନାକୁ ଆଖିଆଗରେ ରଖି ଗଜପତି ଜିଲ୍ଲା ପ୍ରଶାସନର  ନିଷ୍ପତ୍ତି

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : କରୋନା ମହାମାରୀର ଭୟଭିତତାକୁ ଆଖିଆଗରେ ରଖି ଗଜପତି ଜିଲ୍ଲା ପ୍ରଶାସନ ତରଫରୁ ମହେନ୍ଦ୍ରଗିରିରେ ବିନା ଭକ୍ତରେ ଶିବରାତ୍ରୀ ପାଳନ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। କେବଳ ମହାଦେବଙ୍କର  ନିତିକାନ୍ତି ପାଇଁ ନିୟୋଜିତ ପୂଜକ ହିଁ ଶିବରାତ୍ରୀ ପାଳନ କରିବା ଲାଗି ପାହାଡ ଉପରକୁ ଯାଇପାରିବେ। ମହେନ୍ଦ୍ରଗିରିର ସମସ୍ତ ପ୍ରବେଶ ପଥକୁ ଗଜପତି ପ୍ରଶାସନ ଦ୍ଵାରା ବନ୍ଦ କରି ଦିଆଯିବ।

ମହେନ୍ଦ୍ରଗିରିର ତଳ ଅଞ୍ଚଳରେ ମଧ୍ୟ କୌଣସି ଜନସମାଗମ ଏବଂ ମନୋରଞ୍ଜନ କାର୍ଯ୍ୟକ୍ରମ କରିବାକୁ ପ୍ରଶାସନ ତରଫରୁ ବାରଣ କରାଯାଇଛି। ଜନସାଧାରଣଙ୍କର ବୃହତ୍ତର ସ୍ବାର୍ଥକୁ ଆଖିଆଗରେ ରଖି ଗଜପତି ଜିଲ୍ଲା , ଗଞ୍ଜାମ ଜିଲ୍ଲା ଏବଂ ଆନ୍ଧ୍ରପ୍ରଦେଶର ସମସ୍ତ ଭକ୍ତ ମାନଙ୍କୁ ଅନୁରୋଧ କରାଯାଇଛି ଯେ କେହି ହେଲେ ମହେନ୍ଦ୍ରଗିରିକୁ ଯିବେ ନାହିଁ ବୋଲି ଏକ ପ୍ରେସ୍ ବିଜ୍ଞପ୍ତି ଓ ଭିଡିଓ ମାଧ୍ୟମରେ ଜଣାଇଛନ୍ତି ଗଜପତି ଜିଲ୍ଲାପାଳ ଅନୁପମ ସାହା।

Leave A Reply

Your email address will not be published.