ଜାତୀୟ ମଜଦୁର କଂଗ୍ରେସ ତରଫରୁ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ। 

0

ଝାରସୁଗୁଡ଼ା :(ସୁଭାଷ ସହାରେ) -ଆଜି ଜାତୀୟ ମଜଦୁର କଂଗ୍ରେସ, ଝାରସୁଗୁଡ଼ା ଶାଖା ତରଫରୁ ଜିଲ୍ଲା ଶ୍ରମ ଅଧିକାରୀଙ୍କ ଜରିଆରେ ଶ୍ରମିକମାନଙ୍କ ବିଭିନ୍ନ ସମସ୍ୟା ନେଇ ଓଡ଼ିଶାର ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି। ଏହି ପତ୍ରରେ ଓଡ଼ିଶା ସରକାରଙ୍କ ଦ୍ଵାରା ଶ୍ରମିକମାନଙ୍କ ପ୍ରତି ବିଭିନ୍ନ ହେଉଥିବା ବିଭିନ୍ନ ଅବହେଳା ବିଷୟରେ ଉଲ୍ଲେଖ କରି ପଦକ୍ଷେପ ନେବାକୁ ରାଜ୍ୟପାଳଙ୍କୁ ଅନୁରୋଧ କରାଯାଇଛି। 

ଉକ୍ତ ପତ୍ରରେ ମଜଦୁର କଂଗ୍ରେସ ଅଭିଯୋଗ ଆଣିଛି ଯେ ଓଡ଼ିଶା ସରକାର ୧୯୯୬ ମସିହାରେ କଂଗ୍ରେସ ସରକାର ନିର୍ମାଣ ଶ୍ରମିକମାନଙ୍କ ପାଇଁ ଆଣିଥିବା ସାମାଜିକ ସୁରକ୍ଷା ଓ ସେସ୍ ଆଇନକୁ ଲାଗୁ କରିବାରେ ହେଳା କରୁଛନ୍ତି।ଠିକ୍ ସେହିଭଳି ରାଜ୍ୟର ୨୯ ଲକ୍ଷ ଶ୍ରମିକମାନଙ୍କ ମଧ୍ୟରୁ ୧୦ ଲକ୍ଷ ଶ୍ରମିକ କୋଭିଡ -19 ସମୟରେ ସରକାରଙ୍କ ଘୋଷିତ ୧୫୦୦ ଟଙ୍କା ପାଇ ନାହାଁନ୍ତି। ନିର୍ମାଣ ଶ୍ରମିକମାନଙ୍କୁ ଜିଲ୍ଲା ଶ୍ରମ ବିଭାଗର କାର୍ଯ୍ୟାଳୟରେ ପଞ୍ଜିକୃତ କରାଯାଉନାହିଁ। ସରକାରୀ ବିଭାଗର ବାବୁ, ନେତା, ମନ୍ତ୍ରୀମାନଙ୍କ ପ୍ରଭାବରେ ଅଣ ଶ୍ରମିକମାନଙ୍କୁ ପଞ୍ଜିକୃତ କରାଯାଉଛି ଏବଂ ଶ୍ରମିକମାନଙ୍କ ପାଇଁ ଉଦ୍ଦିଷ୍ଟ ଥିବା ଶିକ୍ଷା, ସ୍ବାସ୍ଥ୍ୟ, ବାସଗୃହ, ମୃତ୍ୟୁକାଳୀନ ଓ ପ୍ରସ୍ତୁତିକାଳୀନ ସହାୟତା କେବଳ ଦଳୀୟ ଭିତ୍ତିରେ ଦିଆଯାଉଛି ବୋଲି ଅଭିଯୋଗ କରାଯାଇଛି। 

ତେଣୁ ଶ୍ରମିକମାନଙ୍କ ବିଭିନ୍ନ ସମସ୍ୟାକୁ ଆଖିରେ ରଖି ଜିଲ୍ଲା ମଜଦୁର କଂଗ୍ରେସ ପକ୍ଷରୁ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ୧୧ ଦଫା ଦାବୀ ସମ୍ବଳିତ ସ୍ମାରକ ପତ୍ର ଜିଲ୍ଲା ଶ୍ରମ ଅଧିକାରୀଙ୍କ ଜରିଆରେ ପ୍ରଦାନ କରାଯାଇଛି। ଏହି ଅବସରରେ କଂଗ୍ରେସ ଦଳର ବରିଷ୍ଠ ନେତା ମହେନ୍ଦ୍ର ନାଏକ, ଏଆଇଟିୟୁସିର ସଂପାଦକ ସାରଙ୍ଗଧର ମିଶ୍ର, ସିଟୁର କାର୍ଯ୍ୟକର୍ତ୍ତା ଧଗେଶ୍ବର ନାୟକ, ଧର୍ମେନ୍ଦ୍ର କିସାନ, ଅର୍ଜ୍ଜୁନ ସିଂ,ମହେନ୍ଦ୍ର ମିଶ୍ର, ମନୀଷ ବାଜପେୟୀ, ସଞ୍ଜୟ ମହାପାତ୍ର,ସିୟାରାମ ଦାସ, ଶାହରୁଖ ଖାନ, ପ୍ରଶାନ୍ତ ତ୍ରିପାଠୀ, କୃଷ୍ଣଚନ୍ଦ୍ର ଭୋଇ, ତ୍ରିଲୋଚନ ଡନସେନା ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply

Your email address will not be published.