ସତୀଗୁଡା ଇକୋ ପାର୍କଠାରେ  ୪ଟି ନୂତନ ଏସି କଟେଜ ,ରେଷ୍ଟରାଣ୍ଟ ଉଦଘାଟିତ । 

0

ମାଲକାନଗିରି (ବି ଶ୍ରୀନିବାସ ପାତ୍ର) ଜିଲ୍ଲା ସତିଗୁଡା ଜଳ ଭଣ୍ଡାର ନିକଟରେ ବନବିଭାଗ ପକ୍ଷରୁ କରାଯାଇଥିବା ଇକୋ ପାର୍କ ଆଧୁନିକରଣ ନିମନ୍ତେ ବିଭିନ୍ନ ଉନ୍ନୟନ ମୁଳକ ପଦକ୍ଷେପ ନିଆ ଯାଇଛି । ଇକୋ ପାର୍କ ପରିସରରେ ଡ଼ିଏଫଓ ପ୍ରଦୀପ ଦେବଦାସ ମିରାସେଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ ଯୋଗଦେଇ ପାର୍କ ପରିସରରେ ଅତ୍ୟାଧୁନିକ ଶୈଳୀରେ ନିର୍ମିତ ଶୀତତାପ ନିୟନ୍ତ୍ରିତ ୪ଟି କଟେଜ , ରେଷ୍ଟରାଣ୍ଟ , ପର୍ଯ୍ୟଟକ ଗ୍ୟାଲେରୀ , ସୌନ୍ଦର୍ଯ୍ୟୟ ପରିବେଶ ଦର୍ଶନ ନିମନ୍ତେ ୱାଚ ଟାୱାର , ଭୋଜି ସ୍ଥଳ ଉଦଘାଟନ କରିଛନ୍ତି । ଏହି ଅବସରେ ଅନ୍ୟାନ ମାନଙ୍କ ମଧ୍ୟରେ ଜିଲ୍ଲାପରିଷଦ ଅଧ୍ୟକ୍ଷ ଦଶରଥପଡ଼ିଆମି , ଚିତ୍ରକୋଣ୍ଡା ବିଧାୟକ ପୂର୍ଣ୍ଣଚନ୍ଦ୍ର  ବାକା , ଜିଲ୍ଲାସ୍ବତନ୍ତ୍ର ଉନ୍ନୟନ ବିକାଶ ପରିଷଦ ଅଧ୍ୟକ୍ଷ ମାନସ ମାଡକାମି , ଜିଲ୍ଲାପାଳ ଡ଼ଃ ୟେଦୁଲା ବିଜୟ , ଅତିରିକ୍ତ ଜିଲ୍ଲାପାଳ ବିରେସେନ ପ୍ରଧାନ , ପିଡି ଡିଆରଡିଏ ବାଳମୁକୁନ୍ଦ ଭୂୟାଁ , ସହକାରି ବନସଂରକ୍ଷକ ଶ୍ରୀକାନ୍ତ କୁମାର ନାୟକ ପ୍ରମୁଖ ଉପସ୍ଥିତ ରହି ଥିଲେ । ଏଥିସହିତ ସତୀଗୁଡା ଡ୍ଯାମର ଶେଷ ଭାଗରେ ଅବସ୍ଥିତ କ୍ଷୁଦ୍ର ପାହାଡରେ ବିଭିନ୍ନ ପ୍ରକାର କୃତ୍ରିମ ଉପାୟରେ ଵନ୍ୟ ପ୍ରାଣୀ,ଜଳଜୀଵ ପ୍ରାଣୀ ତଥା ପକ୍ଷୀମାନଙ୍କ ପ୍ରତିକୃତିକୁ ସିମେଣ୍ଟ ବାଲି ଲୁହା ଛଡଦେଇ ଏବଂ ବିଭିନ୍ନ ରଙ୍ଗରେ ରଙ୍ଗେଇ ନିର୍ମାଣ କରାଯାଇଛି ପଶୁ ପକ୍ଷୀଙ୍କ କଳେବର । ଜନ ଜାତିଙ୍କ ପ୍ରତିମୂର୍ତ୍ତି ! ଏହି ସ୍ଥାନରେ ବିଭିନ୍ନ ଔଷଧିୟ ବୃକ୍ଷ,ଫୁଲ ଗଛ ରୋପଣ କରାଯାଇ ସବୁଜିମା ବଳୟରେ ସଜ୍ଜିତ କରାଯାଇଛି,ଯାହାକି ପ୍ରକୃତିପ୍ରେମୀଙ୍କୁ ଏହି ଅପରୂପ ପ୍ରାକୃତିକ ଦୃଶ୍ୟରାଜି ଆକର୍ଷିତ କରିବ । ନିକଟସ୍ଥ ସତୀଗୁଡା ଡ୍ଯାମରେ ପର୍ଯ୍ଯଟକମାନ ଙ୍କୁ ଆକୃଷ୍ଟ କରିବା ଏବଂ ଚିତ୍ତ ବିନୋଦ ପାଇଁ ନୌକା ବିହାର ଅନ୍ୟ ଏକ ଆକର୍ଷଣର ମାଧ୍ୟମ ।ଏଠାରେ ରାତ୍ରଯାପନ ଲାଗି ଦୁଇ ମହଲା ବିଶିଷ୍ଠ ଦୁଇଟି ବିଳାସପୂର୍ଣ୍ଣ କୁଟୀର(କଟେଜ୍) ନିର୍ମାଣ କରାଯାଇଛି ।ଭୋଜନ ଲାଗି ରେଷ୍ଟୁରାଣ୍ଟ ରହିଛି ।ସତୀଗୁଡା  ସୁନୀଳ ଜଳ ରାଶିକୁ ଦର୍ଶନ କରିବା ଲାଗି ଦୃଶ୍ୟ ସ୍ଥଳ (ୱାଚ ଟାୱାର) ନିର୍ମାଣ କରାଯାଇଛି । ବିଭିନ୍ନ ସ୍ଥାନକୁ ଭ୍ରମଣ କରିବା ପାଇଁ ଅତି ସୁନ୍ଦର  ରାସ୍ତା ନିର୍ମାଣ ହୋଇଛି,ଯାହାକି ବର୍ଷା ଋତୁରେ ମଧ୍ୟ  କାଦୁଅ ଛିଟା ଦେହରେ ପଡିବ ନାହିଁ ।ପଥ ପ୍ରାନ୍ତରେ ବିଦ୍ୟୁତ ଆଲୋକର ବ୍ଯବସ୍ଥା କରାଯାଇଛି । ଗ୍ରୀଷ୍ମ ଋତୁରେ ଶୀତଳତା ଉପଲବ୍ଧି ପାଇଁ ପାଇପ୍ ମାଧ୍ୟମରେ ଜଳ ସିଞ୍ଚନର ବ୍ଯବସ୍ଥା କରାଯାଇଛି ।ଏହା ସହ ଏକ ସୁନ୍ଦର ବୈଦ୍ୟୁତିକ  ଝରଣା ନିର୍ମିତ ହୋଇଛି  ଯାହାକି ପର୍ଯ୍ୟଟକମାନଙ୍କୁ ଏ ସମସ୍ତ ମନୋରମ ଦୃଶ୍ୟ ଆକୃଷ୍ଟ କରୁଛି  ।

Leave A Reply

Your email address will not be published.