କଟକଣା ମାନି ପାଳନ କରାଯିବ ମିନାଝୋଲା ଶିବରାତ୍ରି 

0

ରାୟଗଡ (ସରୋଜ କୁମାର ସାହୁ)-ରାୟଗଡା ଜିଲ୍ଲା ଚନ୍ଦ୍ରପୁରୁ ବ୍ଲକ ଵେଲାମଗୁଡା ରାଜସ୍ବ ମଣ୍ଡଳୀ ଅଧିନସ୍ଥ କିମ୍ବଦନ୍ତୀ ଥିବା ଵହୁ ପୁରାତନ ମିନାଝୋଲା ଶିବରାତ୍ରି ଯାତ୍ରା ଚଳିତ ବର୍ଷ କରୋନା କଟକଣାରେ ଅନୁଷ୍ଠିତ ହେବ ବୋଲି ଆଜି ଚନ୍ଦ୍ରପୁର ବ୍ଲକ ସଭା ଗୃହରେ ଗୁଣୁପୁରୁ ଉପ-ଜିଲ୍ଲାପାଳ ଶ୍ରୀ ସୋନାଲ ଜେ ଙ୍କ ସଭାପତିତ୍ବରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।  ଚନ୍ଦ୍ରପୁରୁ ରାଜସ୍ବ ନିରୀକ୍ଷକ ବାପୁନୁ ଵେହେରା ଏହି ବୈଠକ ଆୟୋଜନ କରି ଥିବାବେଳେ  ଗୁଡାରୀ ତହସିଲଦାର ଓ ଚନ୍ଦ୍ରପୁରୁ ତହସିଲଦାର ଲକ୍ଷ୍ମୀନାରାୟଣ ସାବତ, ଚନ୍ଦ୍ରପୁରୁ ଵିଡିଓ ଜର୍ଜ ଡୁଙ୍ଗଡୁଙ୍ଗଙ୍କ ସମେତ ଫାୟାର ବିଭାଗ, ଗୁଡାରୀ ଓ ଚନ୍ଦ୍ରପୁରୁ ପୋଲିସ ଅଧିକାରୀ, ସବୁ ଵିଭାଗର ଯନ୍ତ୍ରୀ, ସିଡିପିଓ, ସମେତ ସଵୁ ବିଭାଗର କର୍ମଚାରୀ ମାନେ ଉପସ୍ଥିତ ଥିଲେ। ଏହି ବୈଠକର ନିଷ୍ପତ୍ତି ଅନୁଯାୟୀ କରୋନା କଟଣା ନିୟମ ମାନି ଭକ୍ତ ମାନେ ଶିବ ଦର୍ଶନ ଓ ପୂଜା କରିପାରିବେ। ଛକ ମାନଙ୍କରେ ଏସ୍ଏଚଜି ମହିଳା ଓ ଅନ୍ୟାନ୍ୟ କର୍ମଚାରୀ ଜଗିରହି ଅଳ୍ପ ଅଳ୍ପ ଦର୍ଶକଙ୍କୁ ଛାଡିଵେ, ଯେମିତି କି ଗୋଟିଏ ସ୍ଥାନରେ ସମଵେତ ହୋଇ ନ ରୁହନ୍ତି। ଅପରପକ୍ଷରେ ନଦୀରେ ବୁଡ ପକାଇବା ଓ ଲଣ୍ଡା  ହେବା ବନ୍ଦ କରାଯାଇଛି। ଏହି କରୋନା କଟକଣାକୁ ମାନି ଶିବରାତ୍ରି ପାଳନ କରିଵାକୁ ପ୍ରଶାସନ ତରଫରୁ ଜନସାଧାରଣଙ୍କୁ ଅନୁରୋଧ କରାଯାଇଛି। ରାଜସ୍ଵ ନିରୀକ୍ଷକ ଶ୍ରୀ ଵେହେରା ପୂଜକଙ୍କୁ ସହଯୋଗ କରି ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ସମସ୍ତ ଵ୍ୟବସ୍ତା କରିବା ପାଇଁ ଦାୟିତ୍ବ ନ୍ୟସ୍ତ କରା ଯାଇଥିଲା ।

Leave A Reply

Your email address will not be published.