ଜି ଏସ ଟି ର ସରଳୀକରଣ କରିବାପାଇଁ ଭାରତ ବନ୍ଦ ଡାକରା ସଫଳ।

0 2

ଟିଟିଲାଗଡ ,(ଗୌରବ ଦର୍ଜୀ  ) : ଜି ଏସ ଟି  ର ସରଳୀକରଣ  କରିବା ଦାବି ନେଇ  ସମଗ୍ର ଭାରତ କୁ ବନ୍ଦ  କରିବା ପାଇଁ ସର୍ବ ଭାରତୀୟ ବ୍ୟବସାୟୀ ସଂଘ  ଦେଇଥିବା  ବନ୍ଦ ଡାକରା ର ପ୍ରଭାବ ଟିଟିଲାଗଡ଼ ସହରରେ ମଧ୍ୟ ଦେଖିବାକୁ ମିଳିଥିଲା।  ସକାଳ ୬ ଟାରୁ  ସଂଧ୍ୟା ୬ ଟା ପର୍ଯ୍ୟନ୍ତ  ସର୍ବ ଭାରତୀୟ ବ୍ୟବସାୟୀ ସଂଘ ବନ୍ଦ ଡାକରାରେ ଅନୁଷ୍ଠିତ  ବନ୍ଦ ରେ  ଟିଟିଲାଗଡ଼ ସହରର  ତେଜରାତି ସଂଘ, ବାରିକ ସଂଘ, ଡ୍ରଗିଷ୍ଟ ଏବଂ କେମିଷ୍ଟ ସଂଘ, କପଡା ବ୍ୟବସାୟୀ ସଂଘ, ସ୍ୱର୍ଣକାର ସଂଘ   ସମେତ ଟିଟିଲାଗଡ଼ କଂଗ୍ରେସ କମିଟି ସମର୍ଥନ ଦେଇ ବନ୍ଦ ପାଳନ ରେ ସାମିଲ ରହିଛନ୍ତି।  ସହରର ସମସ୍ତ ଦୋକାନ ବଜାର ବନ୍ଦ ରହିଛି।  ସରକାରୀ କାର୍ଯ୍ୟାଳୟ , ଘରୋଇ ଏବଂ ସରକାରୀ ହାଇସ୍କୁଲ ,  ଅଟୋ, ଟ୍ୟାକ୍ସି , ବସ ଚଳାଚଳ,  ବ୍ୟବସାୟିକ ପ୍ରତିଷ୍ଠାନ , ପେଟ୍ରୋଲ ପମ୍ପ ବନ୍ଦ ରହିଥିଲା।   ଜିଏସଟି ର ସରଳୀକରଣ କରିବା ଦାବି ନେଇ ଟିଟିଲାଗଡ଼ ସହରରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ପ୍ରଧାନମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ଟିଟିଲାଗଡ଼ ଉପଜିଲ୍ଲାପାଳଙ୍କୁ ଏକ ଦାବି ପତ୍ର ପ୍ରଦାନ କରିଥିଲା ବ୍ୟବସାୟୀ ସଂଘ।

Leave A Reply

Your email address will not be published.