ବାହାଡାଝୋଲା +୩ ଦଧିବାମନ ଜିଉ ମହାବିଦ୍ୟାଳୟ କେଳେଙ୍କାରୀ  

0 2

ଆର୍ଥିକ ଅନିୟମିତତା ଦୁର୍ନିତିରେ  ସମ୍ପୃକ୍ତବ୍ୟକ୍ତିଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ  

ଓଡଗାଁ,(ଶ୍ରୀକାନ୍ତ ମିଶ୍ର) : ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ ବାହାଡାଝୋଲା +୩ ଦଧିବାମନ ଜିଉ ମହାବିଦ୍ୟାଳୟରେ ଦୀର୍ଘ,୯ବର୍ଷ ହେଲା ଲାଗି ରହିଥିବା ପରିଚାଳନା ଗତ ତୃଟି, ଆର୍ଥିକ ଅନିୟମିତତା ଏବଂ ଅପବ୍ୟବହାର ଭଳି ଦୁର୍ନିତିକୁ ରୋକିବା ପାଇଁ ଉଚ୍ଚ ଶିକ୍ଷା ବିଭାଗ ଚିଠି ନମ୍ବର ୮୭୫୮ ତା.୨୨.୨.୨୧ ଅନୁସାରେ ନିର୍ଦ୍ଦେଶ  ଦେଇଛନ୍ତି । ଉପରୋକ୍ତ ସମସ୍ୟା ନେଇ କଲେଜର ଭାରପ୍ରାପ୍ତ ଅଧ୍ୟକ୍ଷାଙ୍କୁ ତାଙ୍କ ପଦବୀରୁ ହଟାଇ ନୂତନ ଭାରପ୍ରାପ୍ତ ଅଧ୍ୟକ୍ଷ ନିଯୁକ୍ତି, କଲେଜରେ ଆର୍ଥିକ ଅନିୟମିତତା ନେଇ ଆଂଚଳିକ  ଉଚ୍ଚ ଶିକ୍ଷା ନିର୍ଦ୍ଦେଶାଳୟ ଙ୍କ ୬୪ ପୃଷ୍ଠାର ତଦନ୍ତ ରିପୋର୍ଟ ଅନୁସାରେ ଦୁର୍ନିତିରେ ସମ୍ପୃକ୍ତ ଭାରପ୍ରାପ୍ତ ଅଧ୍ୟକ୍ଷା, ଲାଇବ୍ରେରିୟାନ ଓ କିରାନିଙ୍କ ଠାରୁ ୧ଲକ୍ଷ ୩୪ହଜାର ଟଙ୍କା ଅସୁଲ କରିବା ସହିତ ଭାରପ୍ରାପ୍ତ ଅଧ୍ୟକ୍ଷାଙ୍କ  ଠାରୁ ସରକାରୀ ଅନୁଦାନକୁ ପ୍ରତ୍ୟାହାର କରାଯିବାନେଇ ଖୁବ ଶୀଘ୍ର ସୁପାରିସ କରିବାକୁ ପରିଚାଳନା କମିଟିର ସଭାପତି ଦାୟିତ୍ୱରେ ଥିବା ନୟାଗଡ଼ ଉପ-ଜିଲ୍ଲାପାଳ ଲଗ୍ନଜିତ ରାଉତଙ୍କୁ ଚିଠି ମାଧ୍ୟମରେ ନିର୍ଦ୍ଦେଶ ଦିଆଯାଇଥିବା ଜଣାପଡିଛି । ଏ ପର୍ଯ୍ୟନ୍ତ ସରକାରୀ ନିର୍ଦ୍ଦେଶନାମା ଉପଜିଲ୍ଲାପାଳଙ୍କ ହସ୍ତଗତ ହୋଇନାହିଁ । ନିର୍ଦ୍ଦେଶନାମା ଆସିଲେ ତ୍ୱରିତ କାର୍ଯ୍ୟାନୁଷ୍ଠାନ  ଗ୍ରହଣ କରାଯିବ ବୋଲି ପ୍ରତିକ୍ରିୟା ରଖିଛନ୍ତି । ପ୍ରକାଶ ଥାଉକି ଦିର୍ଘଦିନ ଧରି ଉକ୍ତ ମହାବିଦ୍ୟାଳୟରେ ସମସ୍ୟା ଲାଗିରହିଥିବା ଯୋଗୁଁ ଆଂଚଳିକ ବିକାଶ ପରିଷଦ ବାହାଡ଼ାଝୋଲା ଉଚ୍ଚ ନ୍ୟାୟାଳୟଙ୍କ ଦ୍ୱାରସ୍ଥ ହୋଇଥିଲେ । ଆଇନର କସରତ ଭିତରେ ସମୟ ଗଡ଼ିଚାଲିଲା । କିନ୍ତୁ ସମାଧାନ ହୋଇ ପାରିନଥିଲା । ଏନେଇ ସ୍ଥାନୀୟ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଓ କୃଷି, ମତ୍ସ୍ୟ ପ୍ରାଣୀସମ୍ପଦ ତଥା ଉଚ୍ଚ ଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁଙ୍କର ଦୃଷ୍ଟି ଆକର୍ଷଣ କରାଯାଇଥିଲା । ଫଳରେ ତଦନ୍ତ ତ୍ୱରାନ୍ୱିତ ହୋଇଥିଲା । ତେବେ ମହାବିଦ୍ୟାଳୟରେ ସମସ୍ୟା ଲାଗି ରହିଥିବାରୁ ତାର ପ୍ରଭାବ ଛାତ୍ର/ଛାତ୍ରୀ ମାନଙ୍କୁ ଭୋଗିବାକୁ ପଡୁଛି । ଖୁବଶୀଘ୍ର ସମସ୍ୟାର ସମାଧାନ କରାଯାଇ ଶୈକ୍ଷିକ ବାତାବରଣ ଫେରାଇ ଆଣିବାକୁ ସ୍ଥାନୀୟ ଅଂଚଳର ଅଭିଭାବକ ବୁଦ୍ଧିଜୀବୀ ମହଲା ଅନୁରୋଧ କରିଛନ୍ତି  ।  

Leave A Reply

Your email address will not be published.