ପଦ୍ମପୁର। ଶାସକ ପ୍ରଶାସକ :ରାଜବୋଡାସମ୍ବର କୃଷକ ସଂଗଠନ , ପଦ୍ମପୁର ତରଫରୁ ଦୀର୍ଘ ଏଗାର ଦିନ ଟ୍ରାକ୍ଟର ବୋଝେଇ ଧାନ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ରଖି କୋୖଣସି ନିଷ୍କର୍ଷ ନ ବାହାରିବାରୁ ଆନ୍ଦୋଳନ ରତ ଚାଷୀ ମାନେ ପଦ୍ମପୁର ବରଗଡ଼ ମୁଖ୍ୟ ରାସ୍ତା କନସିଙ୍ଗା ଛକଠାରେ ରାସ୍ତା ଅବରୋଧ କରାଯାଇଥିଲା। ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧାନ କିଣିବା ନେଇ ସରକାରଙ୍କୁ ଦାବି ରଖି ଆନ୍ଦୋଳନ ରେ ଥିବା ଚାଷୀଙ୍କ ନିକଟକୁ ଉପଜିଲ୍ଲାପାଳ ପଦ୍ମପୁର ଏବଂ ଉପଖଣ୍ଡ ପୋଲିସ ଅଧିକାରୀ ପଦ୍ମପୁର ପହଞ୍ଚି ଆଲୋଚନା କରି ଚାଷୀ ମାନଙ୍କ ରାସ୍ତାରୋକ ଆନ୍ଦୋଳନ କୁ ପ୍ରତ୍ୟାହୃତ ପାଇଁ ଅନୁରୋଧ କରିଥିଲେ। ବରଗଡ଼ ଜିଲ୍ଲାପାଳ ଙ୍କ ପତ୍ର ମାଧ୍ୟମରେ ସୂଚନା ଅନୁସାରେ ଏକ ଲକ୍ଷ ତେୟାନବେ ହଜାର କ୍ବିଣ୍ଟାଲ ଧାନ ର ଟାର୍ଗେଟ ରହିଛି। ଏବଂ ଅଚଳ ଟୋକନକୁ ପୁନଃ ଜାରିକରି ଯଥା ଶୀଘ୍ର ଧାନ କିଣିବା ପାଇଁ ରାଜ୍ୟ ସରକାରଙ୍କୁ ଅନୁରୋଧ କରାଯାଇଛି।କୃଷକ ସଂଗଠନ ତରଫରୁ ରାସ୍ତା ରୋକକୁ ପ୍ରତ୍ୟାହୃତ କରାଗଲା। କିନ୍ତୁ ଉପଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ପୂର୍ବବତ ଧାରଣ ଜାରି ରହିବ। ଯଦି ଆଗାମୀ ଚାରି ତାରିଖ ଦିନ ସୁଦ୍ଧା ଧାନ କିଣାନଗଲେ ପାଞ୍ଚ ତାରିଖ ଦିନ ଏକ ଭୟଙ୍କର ଆନ୍ଦୋଳନ କରାଯିବ। ଯାହା ପଦ୍ମପୁର ର ଇତିହାସ ରେ ଲେଖାଯିବ ବୋଲି ରାଜବୋଡାସମ୍ବର କୃଷକ ସଂଗଠନ ଦୃଢ଼ ଚେତାବନୀ ଦେଇଛି।
Sign in
Sign in
Recover your password.
A password will be e-mailed to you.