ବୁଢ଼ାରଜା ଉଚ୍ଚ ବିଦ୍ୟାଳୟକୁ ପୋଷ୍ୟ ଭାବେ ଗ୍ରହଣ କଲେ ବିଜେଡି ରାଜ୍ୟ ସମ୍ପାଦକ ଶୈଳେଶ ଦାନୀ I

0 2

ସମ୍ବଲପୁର(ରମାକାନ୍ତ ବିଶ୍ବାଳ)-ମୁଖ୍ୟମନ୍ତ୍ରୀଙ୍କ ଅନୁମତି ପାଇବା ପରେ ବିଜେଡି ରାଜ୍ୟ ସମ୍ପାଦକ ଶୈଳେଶ ଦାନୀ ବୁଢ଼ାରଜା ସରକାରୀ ଉଚ୍ଚ ବିଦ୍ୟାଳୟକୁ ପୋଷ୍ୟ ରୂପେ ଗ୍ରହଣ କରିଛନ୍ତି I  ରାଜ୍ୟ ସରକାରଙ୍କ ‘ମୋ ସ୍କୁଲ’ ଅଭିଯାନ କ୍ରମରେ ବୁଧବାର  ଅନୁଷ୍ଠିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଶୈଳେଶ ଦାନୀ ଏହି ବିଦ୍ୟାଳୟକୁ ପୋଷ୍ୟ ଭାବେ ଗ୍ରହଣ ସମ୍ପର୍କରେ ଆନୁଷ୍ଠାନିକ ଘୋଷଣା କରିଥିଲେ। ଏହି ଅବସରରେ ସେ ସୂଚନା ଦେଇଥିଲେ ଯେ ଏହି ବିଦ୍ୟାଳୟର ଭିତ୍ତିଭୂମିର ବିକାଶ, ପାଠାଗାର ସହାୟକ ନିଯୁକ୍ତି, ଖେଳପଡ଼ିଆର ଉନ୍ନତି, ଏକ ଉଚ୍ଚକୋଟିର ବାଳିକା ପ୍ରସାଧାନ ଗାର ଓ ଇ-ସ୍କୁଲ ପ୍ରକଳ୍ପ ଆଦି କାର୍ଯ୍ୟକ୍ରମ ସେ ହାତକୁ ନେବେ I ଏହି ବିଦ୍ୟାଳୟର କୌଣସି ଛାତ୍ରଛାତ୍ରୀ ଦଶମ ଶ୍ରେଣୀ ପରୀକ୍ଷାରେ ଶ୍ରେଷ୍ଠ ଦଶ ଜଣଙ୍କ ମଧ୍ୟରେ ସ୍ଥାନ ପାଇଲେ ତାଙ୍କୁ ସେ ୧ ଲକ୍ଷ ଟଙ୍କା ମେଧାବୃତ୍ତି ପୁରସ୍କାର ପ୍ରଦାନ କରିବେ I 

      କାର୍ଯ୍ୟକ୍ରମରେ ଏହି ବିଦ୍ୟାଳୟର ଅବସରପ୍ରାପ୍ତ ବିଜ୍ଞାନ ଶିକ୍ଷକ ଉଦିତ ଚନ୍ଦ୍ର ପାଟ୍ଟଯୋଶୀ, ପୁରାତନ ଛାତ୍ର ସଂସଦର ସଭାପତି ସୁଧାଂଶୁ ଶେଖର ଦୋରା  ଓ ଛାତ୍ରୀ ନେହା ସିଂ ଶୈଳେଶଙ୍କ ପଦକ୍ଷେପ ଏହି ବିଦ୍ୟାଳୟର ସର୍ବାଙ୍ଗୀନ  ବିକାଶରେ ସହାୟକ ହେବ ବୋଲି ଆଶା ପ୍ରକାଶ କରିଥିଲେ। ପ୍ରଧାନ ଶିକ୍ଷକ ଯଶୋବନ୍ତ ସାହୁ ସ୍ୱାଗତ ଭାଷଣ ଦେଇଥିଲେ। ଶିକ୍ଷୟିତ୍ରୀ ପୁଷ୍ପାଞ୍ଜଳି ମିଶ୍ର ସ୍ୱାଗତ ସଙ୍ଗୀତ ପରିବେଷଣ କରିଥିଲେ I ବରିଷ୍ଠ ଶିକ୍ଷକ ହରିନାରାୟଣ ପଣ୍ଡା କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲ I ଶେଷରେ ଶିକ୍ଷୟିତ୍ରୀ ଦୀପାଳି ଚୌଧୁରୀ ଧନ୍ୟବାଦ ଅର୍ପଣ କରିଥିଲେ I

Leave A Reply

Your email address will not be published.