‘ମାନ୍ୟତା’ : ଦର୍ଶକଙ୍କୁ ଆକୃଷ୍ଟ କରିବ ନବାଗତା ସାହିଲଙ୍କ ଅଭିନୟ ଓ କାହାଣୀର ମୌଳିକତା  

0 2

ବାରିପଦା(ଦିଲ୍ଲୀପ ମହାନ୍ତି) : ମୌଳିକ କାହାଣୀ, ବଳିଷ୍ଠ ରଚନା, ପ୍ରଭାବଶାଳୀ ସଂଳାପକୁ ନେଇ ସମୃଦ୍ଧ ନୂତନ ଓଡ଼ିଆ ଚଳଚ୍ଚିତ୍ର ‘ମାନ୍ୟତା’ର ସୁଟିଂ ବାରିପଦାର ବିଭିନ୍ନ ସ୍ଥାନରେ ଜାରି ରହିଛି। ବି-କ୍ୟୁବ୍ ଏଣ୍ଟରଟେନମେଣ୍ଟ୍, ଭୁବନେଶ୍ବରର ପ୍ରଥମ ଅବଦାନ ଏହି ଚଳଚ୍ଚିତ୍ରର ଚିତ୍ରନାଟ୍ୟ ଓ ସଂଳାପ ରଚନା କରିଛନ୍ତି ଓଲିଉଡର ଆଗଧାଡ଼ିର ଜଣାଶୁଣା ଲେଖକ ଚିନ୍ମୟ ଦାସପଟ୍ଟନାୟକ । ଏହି ଚଳଚ୍ଚିତ୍ରର ମୁଖ୍ୟ ଆକର୍ଷଣ ସାଜିଛନ୍ତି ମୁଖ୍ୟ ନାୟିକା ଭାବେ ଅଭିନୟ କରିଥିବା ବାରିପଦା ଝିଅ ନବାଗତା ସାହିଲ୍ ମିଶ୍ର। ପ୍ରଥମ ଫିଲ୍ମ ହେଲେ ମଧ୍ୟ ଏଥିରେ ସାହିଲଙ୍କ  ପରିପକ୍ବ ଅଭିନୟ ସମସ୍ତଙ୍କୁ ଆକର୍ଷିତ କରିଛି।   ଏହି ଚଳଚ୍ଚିତ୍ରର କାହାଣୀ ପ୍ରଭାସିନୀ ପାଟ୍ଟଯୋଶୀଙ୍କ ସମ୍ପୂର୍ଣ୍ଣ ମୌଳିକ କାହାଣୀ। ଲୋକପ୍ରିୟ ଗୀତିକାର ପଞ୍ଚାନନ ନାୟକ ଏହି ଚଳଚ୍ଚିତ୍ରର ଗୀତ ରଚନା କରିଛନ୍ତି। ଯଜ୍ଞ ଦାସ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି। ଚିତ୍ରୋତ୍ତଳନ ଓ ନିର୍ଦ୍ଦେଶନା ଭାର ରଞ୍ଜନ ମିଶ୍ରଙ୍କ ନ୍ୟସ୍ତ ଅଛି। ପ୍ରଯୋଜନାରେ ଅଛନ୍ତି  ଯୁବ ପ୍ରଯୋଜକ ବିକାଶ ପଟ୍ଟନାୟକ । ବ୍ୟବସ୍ଥାପନାରେ ସୁଧୀର ମହାନ୍ତି ଥିବାବେଳେ ତାଙ୍କ ସହଯୋଗୀ ଅଛନ୍ତି ଗୋପାଳ କୃଷ୍ଣ ମହାନ୍ତି ଓ ବିଶ୍ବଜିତ ପରିଡ଼ା। ବରିଷ୍ଠ ଅଭିନେତା ଅସିତ ପତି, ସୁଶୀଲ ମିଶ୍ର, ଲମ୍ବୋଦର ହୋତା, ବିକାଶ ପଟ୍ଟନାୟକ, ପ୍ରଭଞ୍ଜନ ମିଶ୍ର, ବିଜନ ଦାସ, ସନ୍ତୋଷ ମହାନ୍ତି, ରାମଚନ୍ଦ୍ର ମହାପାତ୍ର, ଗୋକୁଳ ଦାସ, ଲମ୍ବୋଦର ସିଂ, ବିଶ୍ୱଜିତ ପରିଡା, ଅକ୍ଷୟ କୁମାର ମିଶ୍ର, ଶିଶୁ କଳାକାର ଅର୍ଣ୍ଣବ ନନ୍ଦ, ନବାଗତା ଶରନ୍ୟା ସାମନ୍ତରାୟ, ସମିତା ମହାରଣା, ସାଗରିକା ଦାସ ପ୍ରମୁଖ ବିଭିନ୍ନ ଭୂମିକାରେ ଅଭିନୟ କରୁଛନ୍ତି।  

 

Leave A Reply

Your email address will not be published.