ସମ୍ବଲପୁର, (ରମାକାନ୍ତ ବିଶ୍ବାଳ):- ସମ୍ବଲପୁର ଜିଲ୍ଲା ରେ ଫ୍ୟାଲେରିଆ ରୋଗ ନିରାକରଣ ପାଇଁ ଚଳିତ ମାସ ବିଶେଷ ଅଭିଯାନ ଅନୁଷ୍ଠିତ ହେବ । ଗତ କିଛି ମାସ ପୁର୍ବରୁ ଜିଲ୍ଲାରେ ଫ୍ୟାଲେରିଆ ରୋଗ ସ୍ଥିତିକୁ ନେଇ ବିଶେଷ ସମିକ୍ଷା ସହ ସର୍ଭେ କରାଯାଇଥିଲା । ସେଥିରୁ ଜିଲ୍ଲାରେ ଫ୍ୟାଲେରିଆ ରୋଗୀ ଙ୍କ ସଂଖ୍ୟା ବୄଦ୍ଦି ପାଉଥିବାରୁ ଚଳିତ ବର୍ଷ ସମଗ୍ର ଜିଲ୍ଲାରେ ଫ୍ୟାଲେରିଆ ରୋଗ ନିରାକରଣ ପାଇଁ ସାମୁହିକ ଔଷଧ ସେବନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଜିଲ୍ଲାରେ ଚଳିତ ମାସ ୨୫ ତାରିଖରୁ ମାର୍ଚ୍ଚ ମାସ ୬ ତାରିଖ ପର୍ଯ୍ଯନ୍ତ ବିଶେଷ ଅଭିଯାନ କରାଯାଇ ଲୋକଙ୍କୁ ଔଷଧ ସେବନ କରାଇବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ । ଏନେଇ ସମ୍ବଲପୁର ଜିଲ୍ଲା ପ୍ରସାସନ ଓ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ ସୁଚନା ଦିଆଯାଇଛି । ତେବେ ଏହି ଔଷଧ ସେବନ ଅଭିଯାନରେ ଦୁଇ ବର୍ଷ ରୁ କମ ପିଲା ,ଗର୍ଭବତୀ ମହିଳା, ଦିର୍ଘଦିନ ଧରି ଅସୁସ୍ଥ ଲୋକଙ୍କୁ ଛାଡି ଅନ୍ୟ ସମସ୍ତେ ଯେଭଲି ଔଷଧ ଖାଇପାରିବେ ସେ ନେଇ ପଦକ୍ଷେପ ନିଆଯାଉଥିବା ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ କୁହାଯାଇଛି ।
Sign in
Sign in
Recover your password.
A password will be e-mailed to you.