ଆଶା କର୍ମୀ ମାର୍ଚ୍ଚ ୧୫ ରେ RDC ଓ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ,୨୦ ଭୁବନେଶ୍ୱରରେ ଧାରଣା ।

0 2

ସମ୍ବଲପୁର,(ରମାକାନ୍ତ ବିଶ୍ବାଳ)-ସମ୍ବଲପୁର ଜିଲ୍ଲା ଆଶା କର୍ମୀ ସଂଘ ନେତୃତ୍ୱରେ ପଶ୍ଚିମ ଓଡ଼ିଶା ସ୍ତରୀୟ ଆଶାକର୍ମୀଙ୍କ ସଭା ଲକ୍ଷ୍ମୀ ମହାରଣାଙ୍କ ପରିଚାଳନାରେ ସାକ୍ଷୀପଡା ଠାରେ ଅନୁଷ୍ଠିତ ହୋଇଯାଇଛି। ଶ୍ରମିକ ନେତା ତଥା ଆଇନଜୀବୀ ପ୍ରଶାନ୍ତ ପାଢ଼ୀ କହିଛନ୍ତି ଯେ କୋଭିଡ ଯୋଦ୍ଧା ରୂପେ ଆଶା କର୍ମୀ ଯେଉଁ ସେବା ମୋନୋଭାବ ନେଇ କାମ କରିଛନ୍ତି ତାହା ଗୌରବର ବିଷୟ ଅଟେ, ସରକାର ତାଙ୍କ ପ୍ରତି ଅବହେଳା ପ୍ରଦର୍ଶନ କୁ ଶ୍ରୀ ପାଢ଼ୀ ସମାଲୋଚନା କରିଥିଲେ। ଆଶା ଙ୍କୁ ସରକାରୀ ମାନ୍ୟତା ଦେବା, ଅଧିକା ଭତ୍ତା ଦେବl, ଯୋଗ୍ୟତା ଓ ଅଭିଜ୍ଞତା ସମ୍ପନ୍ନ ଙ୍କୁ ANM କରିବା, ଧାରାବାହିକ ଦରମା ଦେବା, କାମ ଆଧାରରେ ସ୍ଵତନ୍ତ୍ର ଭତ୍ତା ଦେବା, ସାମାଜିକ ସୁରକ୍ଷା ଯୋଜନା ରେ ସାମିଲ କରିବା ପ୍ରଭୁତି ଦାବି ନେଇ ୧୫ ମାର୍ଚ୍ଚ RDC ଓ ଜିଲ୍ଲାପାଳଙ୍କୁ ଦାବିପତ୍ର ଦିଆଯିବ।୨୦ ରେ ଭୁବନେଶ୍ୱର ରେ ଧାରଣା ଦିଆଯିବାକୁ ସଭାରେ ସ୍ଥିର ହୋଇଛି। ମମତା ଖଣ୍ଡାୟତ, ଯଜ୍ଞସେନି ପ୍ରଧାନ, ସୌଦାମିନୀ ଦେହେରି, ଗୀତାଞ୍ଜଳି ବାଗ, ଦଶମୀ ମୁଣ୍ଡା, ବିଦେଶିନୀ ବେହେରା, ମଧୁସ୍ମିତା ସିଂ, ଲକ୍ଷ୍ମୀ ତାଣ୍ଡିଆ, କଳ୍ପନା କିଶନ, ସୁନୀତା ସାହୁ, କୁନି ମୁଣ୍ଡା ସମେତ ପଶ୍ଚିମ ଓଡ଼ିଶା ର ବହୁ କର୍ମୀ ଉପସ୍ଥିତ ଥିଲେ।

Leave A Reply

Your email address will not be published.