ଭାଇ ଭାଇ ସମ୍ପର୍କର ନିଆରା ପ୍ରତିବେଦନ “ଦଦା”

0 2

ପଦ୍ମପୁର(ଶାସକପ୍ରଶାସକ)- ଜମିବାଡ଼ି ତଥା ଟଙ୍କା ପଇସା ପାଇଁ ଭାଇ ଭାଇ ମଧ୍ୟ କଲିକଜିଆ, ହଣାକଟା ଅବା କୋର୍ଟ ମୋକଦ୍ଦମା ଖବର ବିଭିନ୍ନ ଗଣମାଧ୍ୟମରେ ଦେଖିବାକୁ ମିଲିଥାଏ । ହେଲେ ଏଭଲି ଘଟଣାକୁ ଲୋକଙ୍କ ମନରୁ ଦୁରେଇ ଦେଇ ଭାଇ ଭାଇ ମଧ୍ୟରେ ଥିବା ଅଗାଢ଼ ପ୍ରେମ ସମ୍ପର୍କ ବିଷୟରେ ଉପସ୍ଥାପନା ର ଏକ ଛବି ଦେଖିବାକୁ ମିଲିଛି ।ଗୋଟିଏ ଜଣେ ଭାଇ ହିଁ ଆଉ ଗୋଟିଏ ଭାଇର ପ୍ରକୃତ ବନ୍ଧୁ ତଥା ଅସହାୟ ସମୟର ସାଥି ଏଭଲି ଏକ ବାର୍ତ୍ତା ଦେବା ପାଇଁ ସମ୍ବଲପୁରୀ ଭାଷାରେ ଏକ ସର୍ଟ ଫିଲ୍ମ “ଦଦା” ତିଆରି କରିଛନ୍ତି ପଦ୍ମପୁର କିଛି ଯୁବପିଢ଼ି । ଏହି ଯୁବପିଢ଼ି ଭାଇ ଭାଇ ମଧ୍ୟରେ ଥିବା ସମ୍ପର୍କ ବିଷୟରେ ବିଶେଷ ଭାବରେ ଉପସ୍ଥାପନା କରିଛନ୍ତି । ମାଁ ସମଲେଶ୍ବରୀ ଫିଲ୍ମ ବେନରରେ ନିର୍ମିତ ଏହି ସମ୍ବଲପୁରୀ ଫିଲ୍ମ ଜନକ ସେଠ ୟୁଟ୍ୟୁବ ଚ୍ୟାନେଲରେ ରିଲିଜ ହୋଇଯାଇଛି । ଏହି ସର୍ଟ ଫିଲ୍ମର କାହାଣୀ,ଚିତ୍ରନାଟ୍ୟ ଓ ନିର୍ଦ୍ଦେଶନା ଭାର ଯୁବ କଳାକାର ପରେଶ ରଣା ସମ୍ଭାଲିଛନ୍ତି । ମାନସ ସାହୁ,ନିଳ ଦୀପ,ଚିତ୍ତରଞ୍ଜନ କୁମାର,ଟୁନା ଡ଼ନସନା,ମାର୍କଣ୍ଡ ସାହୁ,ଉତ୍କଳ ନାୟକ,ସିତୁ ଓ ଜିତୁ ବିଭିନ୍ନ ଭୂମିକାରେ ଅଭିନୟ କରିଛନ୍ତି ଏବଂ ପ୍ରଯୋଜନା ଭାର ସମ୍ଭାଲିଛନ୍ତି ଜନକ ସେଠ । ଏହି ସମ୍ବଲପୁରୀ ସର୍ଟ ଫିଲ୍ମ ଦର୍ଶକ ମାନଙ୍କୁ ଭଲ ଲାଗିବ ଏବଂ କିଛି ଶିକ୍ଷା ଦେଇ ପାରିବ ବୋଲି କଳାକାର, ଲେଖକ,ନିର୍ଦ୍ଦେଶକ ତଥା ପ୍ରଯୋଜକ ଆଶାବାଦୀ ଅଛନ୍ତି ।

Leave A Reply

Your email address will not be published.