ଲାଲ ବାହାଦୂର ଶାସ୍ତ୍ରୀ ଷ୍ଟାଡିୟମରେ ଜୁନିଅର କ୍ଲବ କ୍ରିକେଟ ମ୍ୟାଚ ଉଦ୍ଘାଟିତ ।

0 2

କଳାହାଣ୍ଡି/ତୁଳମଣି ନାଗ(ଶାସକ ପ୍ରଶାସକ)-ଆଜି ଭବାନୀପାଟଣା ସ୍ଥିତ ଲାଲ ବାହାଦୂର ଶାସ୍ତ୍ରୀ ଷ୍ଟାଡିୟମ ଠାରେ ଓଡିଶା କ୍ରିକେଟ ଏସୋସିଏସନ ଭିଜନ 24 ଆନ୍ତ ଜିଲ୍ଲା କ୍ରିକେଟ ମ୍ୟାଚ ପୂର୍ବତନ ଓଡିଶା କ୍ରିକେଟ ଏସୋସିଏସନ ସଭାପତି ତଥା ପୂର୍ବତନ ମନ୍ତ୍ରୀ ଶ୍ରୀ ରାସ ବିହାରୀ ବେହେରା ଙ୍କ ଦ୍ଵାରା ଉଦଘାଟିତ ହୋଇ ଯାଇଛି ।ଏହିଅବସରରେ  ନବନବନିର୍ବାଚିତ ରାଜ୍ୟ ଅଲମ୍ପିକ ଏସୋସିଏସନ ସଭାପତି ଶ୍ରୀ ଜଗମୋହନ ପଟନାୟକ,ଜିଲ୍ଲା କ୍ରୀଡା ଅଧିକାରୀ ଶୁଭାଶିଷ ନାୟକ, ଜିଲ୍ଲା କ୍ରୀଡା ସଂସ୍ଥା ର ଉପସଭାପତି ସୁରେନ୍ଦ୍ର ନାଥ ତ୍ରିପାଠୀ, ଯୁଗ୍ମ ସମ୍ପାଦକ ସୁନୀଲ ବେହାରା, ଶ୍ରୀକାଳୀ ପ୍ରସାଦ ପଟନାୟକ, କ୍ରିକେଟ ସମ୍ପାଦକ ସନ୍ତ ସିଂହ, କ୍ରୀଡା ସମ୍ପାଦକ ଚକ୍ରଧର ସେଠୀ, ଫୂଟବଲ ସମ୍ପାଦକ ଅବଦୁଲ କାଦର,ଙ୍କ ସମେତ ଶମ୍ଭୁ ପ୍ରସାଦ ରାଉତ, ସୁବାଷ ପଣ୍ଡା ( ଝୁନୁ )ଅଶୋକ ପଟ୍ଟନାୟକ, ଅଜୟ ପଟ୍ଟନାୟକ, ସଜୁ ବାଲାନ,ଅସିତ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।ଏହି ଅବସରରେ ପୂର୍ବତନ ରଣଜୀ କ୍ରିକେଟ ଖେଳାଳି ଆଇନଜୀବୀ ସୁବ୍ରତ ବହିଦାର ଙ୍କୁ ଉପଢୌକନ ଦେଇ  ସମର୍ଦ୍ଧିତ କରାଯାଇଥିଲା ।

Leave A Reply

Your email address will not be published.