ବାରିପଦା (ଦିଲ୍ଲୀପ ମହାନ୍ତି) – ରାଜ୍ୟ ସରକାରଙ୍କ ତରଫରୁ ଉତ୍ତରାଞ୍ଚଳ ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶାଳୟ ଶାଖା କାର୍ଯ୍ୟାଳୟ ବାଲେଶ୍ୱରଠାରେ ଖୋଲାଯାଇଛି ଏବଂ ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକ ମଧ୍ୟ ନିଯୁକ୍ତି ଦିଆଯାଇଛି । କିନ୍ତୁ ପ୍ରଥମ ପର୍ଯ୍ୟାୟରେ ଯେଉଁ କ୍ଲାରିକାଲ କର୍ମଚାରୀମାନଙ୍କୁ ନିଯୁକ୍ତି ଦିଆଯାଇଥିଲା ସେମାନେ କାର୍ଯ୍ୟରେ ଯୋଗ ନ ଦେବାରୁ ବାଲେଶ୍ୱରସ୍ଥିତ ଆଞ୍ଚଳିକ ଶିକ୍ଷା ନିଦେ୍ର୍ଧଶାଳୟ ଶାଖା କାର୍ଯ୍ୟାଳୟ କାର୍ଯକାରୀ ହୋଇ ପାରି ନ ଥିଲା । ତେଣୁ ବାଲେଶ୍ୱର ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶାଳୟ ର ସମସ୍ତ କାର୍ଯ୍ୟ ଭୂବନେଶ୍ୱର ଶିକ୍ଷା ନିର୍ଦ୍ଦେଶାଳୟ କୁ ୨୦୧୮ ଜୁନ ୨୦ ପର୍ଯ୍ୟନ୍ତ ନ୍ୟସ୍ତ କରାଯାଇଥିଲା । ଗତ ଜୁନ ୨୦ ପରେ ମଧ୍ୟ ବାଲେଶ୍ୱର ଶିକ୍ଷା ନିର୍ଦ୍ଦେଶାଳୟ କାର୍ଯ୍ୟକାରୀ ହୋଇ ପାରୁନାହିଁ ଯଦିଓ ଉଚ୍ଚଶିକ୍ଷା ମନ୍ତ୍ରୀ ଏବଂ ଉଚ୍ଚଶିକ୍ଷା ଶାସନ ସଚିବ ବାଲେଶ୍ୱର ଜିଲ୍ଲାର ବାସିନ୍ଦା ତେଣୁ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ ଅଧିନରେ ଥିବା କଲେଜମାନେ ସେମାନଙ୍କର ଅନର୍ସ ସିଟ ସଂଖ୍ୟା ବୃଦ୍ଧି ପାଇବା ଏବଂ ନୂତନ ଅନର୍ସ ଖୋଲିବା ପାଇଁ ଆବେଦନ କରିଥିଲେ ମଧ୍ୟ ସେହି କଲେଜ ଗୁଡିିକ ପରିଦର୍ଶନ କରାଯାଇପାରୁ ନାହିଁ । ଇତି ମଧ୍ୟରେ ଉଚ୍ଚଶିକ୍ଷା ବିଭାଗ ତରଫରୁ ୨/୩ଟି ଏଚ.ପି.ସି. ବୈଠକ ଶେଷ ହୋଇ ସାରିଥିଲେ ମଧ୍ୟ ସଂପୃକ୍ତ କଲେଜର ଆବେଦନ ବିଚାରକୁ ନିଆଯାଇ ପାରୁନାହିଁ । ସଂପୃକ୍ତ କଲେଜମାନେ ଅନଲାଇନ ଆବେଦନ କରିଛନ୍ତି, ରାଜ୍ୟ ସରକାରଙ୍କ ନିକଟରେ ଟଙ୍କା ମଧ୍ୟ ଦାଖଲ କରିଛନ୍ତି ଏବଂ କଲେଜମାନଙ୍କରେ ଅନର୍ସ ସିଟ ବୃଦ୍ଧି ଏବଂ ନୂତନ ଅନର୍ସ ଖୋଲାଯିବାର ଆବଶ୍ୟକତା ରହିଛି ବୋଲି ବାରିପଦା ପୂବର୍ତନ ବିଧାୟକ ତଥା ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟର ପୂର୍ବତନ ସିନେଟ ଏବଂ ସିଣ୍ଡିକେଟ ସଦସ୍ୟ କିଶୋର ଦାଶ କହିଛନ୍ତି । ତେଣୁ ଆଦିବାସୀ ବହୁଳ ମୟୂରଭଞ୍ଜ ଜିଲ୍ଲାରୁ ଯେଉଁ କଲେଜମାନେ ଅନର୍ସ ସିଟ ସଂଖ୍ୟା ବୃଦ୍ଧି ଏବଂ ନୂତନ ଅନର୍ସ ଖୋଲିବାକୁ ଆବେଦନ କରିଛନ୍ତି ସେହି କଲେଜ ଗୁଡିକ ବାଲେଶ୍ୱର ଆଞ୍ଚଳିକ ଶିକ୍ଷା ନିଦେ୍ର୍ଧଶାଳୟ ବା ଉଚ୍ଚ ଶିକ୍ଷା ନିର୍ଦ୍ଦେଶାଳୟ ଦ୍ୱାରା ପରିଦର୍ଶନ କରାଯାଇ ବିହିତ କାର୍ଯାନୁଷ୍ଠାନ ଗ୍ରହଣ କରିବାକୁ ସଚେତନ ନାଗରିକ ମଞ୍ଚ ତରଫରୁ ଦାବୀ କରାଯାଉଛି । ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ ଅଧିନରେ ଥିବା ମହାବିଦ୍ୟାଳୟ ମାନଙ୍କରେ ଅନର୍ସ ସିଟ୍ ସଂଖ୍ୟା ବୃଦ୍ଧି ପାଇବା ସହିତ ନୂତନ ବିଷୟରେ ଅନର୍ସ ଶ୍ରେଣୀ ଖୋଲାଗଲେ ଆଦିବାସୀ ଛାତ୍ରଛାତ୍ରୀଙ୍କ ସହିତ ବିଶ୍ୱବିଦ୍ୟାଳୟ ମଧ୍ୟ ଲାଭବାନ ହେବ ବୋଲି ରାଜ୍ୟସଭା ସାଂସଦ ସରୋଜିନୀ ହେମ୍ବ୍ରମ, ପୂର୍ବତନ ସିନେଟ ସଦସ୍ୟ ସଂଘମିତ୍ରା ରାଉତ, ବର୍ତ୍ତମାନର ଏକାଡେମିକ କାଉନସିଲ ସଦସ୍ୟ ପ୍ରଦୀପ କୁମାର ନାୟକ ପ୍ରତିକ୍ରିୟାରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।
Sign in
Sign in
Recover your password.
A password will be e-mailed to you.