-କଳାହାଣ୍ଡି ଜିଲ୍ଲା ଯାଦବ ମହାସଭା ସଭାପତି ମନୋନୟନ 

0 2

କଳାହାଣ୍ଡି/ତୁଳମଣି ନାଗ(ଶାସକ ପ୍ରଶାସକ)-ନୂତନ ସଭାପତି ଭାବେ ମନୋନୀତ ହେଲେ ସଞ୍ଜୟ ଧଙ୍ଗଡାମାଝୀ | ଜୁନାଗଡ଼ ବ୍ଲକ ହିଞ୍ଜିଲିବାହାଲି ଶିବ ମନ୍ଦିର ପରିସରରେ କଳାହାଣ୍ଡି ଜିଲ୍ଲା  ଯାଦବ ମହାସଭାର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଯାଦବ ମହାସଭା ସଭାପତି ଅରୁପାନନ୍ଦ ନାଗଙ୍କ ସଭାପତିତ୍ବରେ ଆୟୋଜିତ ଉକ୍ତ ବୈଠକରେ ପୂର୍ବ ନିଷ୍ପତି କ୍ରମେ ସଭାପତି ଚୟନ କରାଯାଇଥିଲା। ଉତ୍କଳ ଯାଦବ ମହାସଭା ତରଫରୁ ପର୍ଯ୍ୟବେକ୍ଷକ ଭାବେ ନବରଙ୍ଗପୁର ଜିଲ୍ଲା ଯାଦବ ମହାସଭା ସଭାପତି କାର୍ତ୍ତିକ ଚନ୍ଦ୍ର ବାଗ ଯୋଗଦେଇ ମନୋନୟନ ପ୍ରକ୍ରିୟାକୁ ଆଗେଇ ନେଇଥିଲେ। ବୈଠକରେ ସର୍ବସମ୍ମତିକ୍ରମେ କଳାହାଣ୍ଡି ଜିଲ୍ଲା ଯାଦବ ମହାସଭାର ନୂତନ ସଭାପତି ଭାବେ ସଞ୍ଜୟ ଧଙ୍ଗଡାମାଝୀଙ୍କୁ ଚୟନ କରାଯାଇଥିଲା। ଉକ୍ତ ବୈଠକରେ ଉତ୍କଳ ଯାଦବ ମହାସଭା ସଂପାଦକ କିର୍ତ୍ତନ ନାଏକ, ପୂର୍ବତନ ଜିଲ୍ଲା ସଭାପତି ଟିକଚନ ନାଗ, ଉତ୍କଳ ଯାଦବ ମହାସଭା ଉପସଭାପତି ଧନେଶ୍ଵର ଭାଟି, ବରିଷ୍ଠ ଯାଦବ ନେତା ମହେନ୍ଦ୍ର ନାଏକ, ଶିବ ହାତୀ, ଜିଲ୍ଲା ଯୁବ ଯାଦବ ମହାସଭା ସଭାପତି ଗୋବିନ୍ଦ ବନଛୋର, ଜିଲ୍ଲା ଯୁବ ଯାଦବ ମହାସଭା ଉପ ସଭାପତି ସୁନୀଲ କୁମାର ଧଙ୍ଗଡାମାଝୀ, ଡାକେଶ୍ବର ଲହଜଲ, କୃତିବାସ ବେମାଲଙ୍କ ସମେତ ୧୩ଟି ବ୍ଲକର ସଭାପତି, କାର୍ଯ୍ୟକର୍ତ୍ତା ଓ ବହୁ ମାନ୍ୟଗଣ୍ୟ ଯାଦବମାନେ ଉପସ୍ଥିତ ଥିଲେ।

Leave A Reply

Your email address will not be published.