ପଞ୍ଚଭୂତରେ ଲୀନ ହେଲା ସ୍ୱାଧୀନତା ସଂଗ୍ରାମୀ ଦେବାନନ୍ଦ ଗୁପ୍ତାଙ୍କ ପାର୍ଥିବ ଶରୀର

0 2

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଗ୍ରାମ୍ୟ ଶ୍ମଶାନରେ ଶେଷ କୃତ୍ୟ ସଂପନ୍ନ I

ସମ୍ବଲପୁର (ରମାକାନ୍ତ ବିଶ୍ବାଳ)- ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଦେବାନନ୍ଦ ଗୁପ୍ତା ଙ୍କ ପାର୍ଥିବ ଶରୀର ପଞ୍ଚଭୂତରେ ଲୀନ ହୋଇଛି। ଦେବାନନ୍ଦ ଗୁପ୍ତା ଙ୍କ ଏକମାତ୍ର ଜ୍ୱାଇଁ ପ୍ରଫୁଲ୍ଲ ମାହାଣI ମୁଖାଗ୍ନି ଦେଇଥିବା ଜଣାଯାଇଛି। ରାଷ୍ଟ୍ରୀୟ ମର୍ଯ୍ୟାଦା ସହ କଲମୀ ଗ୍ରାମ୍ୟ ଶ୍ମଶାନରେ ତାଙ୍କର ଶେଷ କୃତ୍ୟ ସଂପନ୍ନ ହୋଇଛି। ଏହି ଅବସରରେ ଅଂଚଳର ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ଙ୍କ ସମେତ ରେଙ୍ଗାଲି ବିଧାୟକ ନାଉରି ନାୟକ,ବିଜେଡି ଜ଼ିଲ୍ଲା ସଭାପତି ଇଂ.ସିଦ୍ଧାର୍ଥ ଦାସ, ଜ଼ିଲ୍ଲାପରିଷଦ ସଭାପତି ରାଧେଶ୍ୟାମ ବାରିକ, ବିଜେଡି ନେତା ମୋତିଲାଲ ତନ୍ତୀ, ନନ୍ଦ କିଶୋର ଅଗ୍ରୱାଲ ପ୍ରମୁଖ  ଉପସ୍ଥିତ ଥିଲେ।

 ସୂଚନାଯୋଗ୍ୟ ଯେ, ଗତକାଲି  ବୁର୍ଲା ଡାକ୍ତରଖାନାରୁ ଦେବାନନ୍ଦ ଗୁପ୍ତାଙ୍କ ମରଶରୀରକୁ ମାନେଶ୍ଵର ବ୍ଲକ ନୂଆ ତିହୁରା ପଂଚାୟତ କଲମୀ  ବାସଭବନକୁ ନିଆଯାଇଥିଲା । ପରିବାର ଓ ସମ୍ପର୍କୀୟ ଶେଷ ଦର୍ଶନ କରିବା ପରେ ପାର୍ଥିବ ଶରୀରକୁ ଆଜି  ରାଷ୍ଟ୍ରୀୟ ମର୍ଯ୍ୟାଦା ପ୍ରଦାନ କରାଯାଇଥିଲା ।  ୧୯୨୬ ମସିହାରେ ଅବିଭକ୍ତ ସମ୍ବଲପୁର ଜିଲ୍ଲା ହୀରାକୁଦ ଜଳଭଣ୍ଡାର ଉପର ମୁଣ୍ଡରେ ଥିବା ତିଲିଆ ଫଟାପାଲି ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ ଏହି ମହାନ ସ୍ୱାଧୀନତା ସଂଗ୍ରାମୀ l ମୃତ୍ୟୁ ବେଳକୁ ତାଙ୍କୁ ୯୫ ବର୍ଷ ହୋଇଥିଲା । ମାତ୍ର ୧୬ ବର୍ଷ ବୟସରୁ ଦେଶ ପ୍ରେମରେ ଉଦ୍ ବୃଦ୍ଧ ହୋଇ ୧୯୪୨ ମସିହାରେ ଭାରତ ଛାଡ଼ ଆନ୍ଦୋଳନରେ ଯୋଗ ଦେଇଥିଲେ l ୧୯୪୨  ମସିହାରେ ସାଥିମାନଙ୍କ ସହିତ ଇଂରେଜ ସରକାର ଦ୍ୱାରା ଗିରଫ ହୋଇ ବର୍ଷେ ପର୍ଯ୍ୟନ୍ତ ସଶ୍ରମ କାରାବରଣ କରିବା ସହିତ ଅର୍ଥ ଦଣ୍ଡରେ ମଧ୍ୟ ଦଣ୍ଡିତ ହୋଇଥିଲେ I

Leave A Reply

Your email address will not be published.