ରେଢ଼ାଖୋଲରେ ଯୁବକଙ୍କୁ ସଂଘବଦ୍ଧ ଭାବେ ଟାଙ୍ଗିଆରେ ମରଣାନ୍ତକ ଆକ୍ରମଣ ।

0 2

ରେଢ଼ାଖୋଲ ( ଅନିଲ କୁମାର ପୃଷ୍ଟି ): ସମ୍ବଲପୁର ଜିଲ୍ଲା ରେଢାଖୋଲ ଗ୍ରୀଡ଼କୋ କଲୋନୀର କୈଳାସ ବେହେରା ଓରଫ ହାତୀ  (୩୬) ନାମକ ବ୍ୟକ୍ତିଙ୍କୁ ଟାଙ୍ଗିଆରେ  ସ୍ଥାନୀୟ କନ୍ୟା ଶ୍ରମ ସ୍କୁଲ ନିକଟରେ  ପାଞ୍ଚ ଜଣ ବ୍ୟକ୍ତି ମରଣାତ୍ମକ ଆକ୍ରମଣ କରିଛନ୍ତି । ସୂଚନାଯୋଗ୍ୟ ଯେ ଆହତ ହୋଇଥିବା ବ୍ୟକ୍ତି ସ୍ଥାନୀୟ ଗ୍ରୀଡକୋ କଲୋନୀର କୈଳାସ ବେହେରା (୨୮) କହିବା ଅନୁସାରେ ୧୫ ଶହ ଟଙ୍କା ଧାର ଆକାରରେ ନେଇଥିବା କେନ୍ଦୁକଟା କାଳିଆ ଷଣ୍ଢକୁ ମାଗିବାରୁ  ଉଭୟଙ୍କ ମଧ୍ୟରେ  ବଚସା ହୋଇ ଥିଲା ଯାଦ୍ୱାରା ଉଭୟଙ୍କ ମଧ୍ୟରେ ଝଗଡା ହୋଇ କୈଳାସ ବେହେରା ଓରଫ ହାତୀ କାଳିଆ ଷଣ୍ଢକୁ ମାଡ ମାରି ଥିଲା । ଏହାପରେ କାଳିଆ ଷଣ୍ଢ ଥାନାକୁ ଯାଉଛି କହି କେନ୍ଦୁକଟା ନିଜ ଗ୍ରାମକୁଯାଇ ଚାରି ଜଣ ସାଙ୍ଗ କୁ ଡାକି ଧରି ଆଣୁଥିବା ସମୟରେ ସୁଣ୍ଢିମୁଣ୍ଡା କନ୍ୟାଶ୍ରମ ନିକଟରେ   କୈଳାସ ବେହେରାକୁ ଦେଖିବାକୁ ପାଇଥିଲେ ।  ଏକୁଟିଆ ଠିଆହୋଇଥିବା କୈଳାସ ବେହେରାକୁ ପାଇ କାଳିଆ ଷଣ୍ଢ ଓ ମଣ୍ଟୁ ସହିତ ଆଉ ତିନିଜଣ ସାଙ୍ଗ ମିଶି ଅତର୍କିତ ଭାବେ ଟାଙ୍ଗିଆରେ ଆକ୍ରମଣ କରି ଫେରାର ହୋଇଯାଇଥିଲେ । ଏହାପରେ ଗୁରୁତର ଆହତ ହୋଇ କୈଳାସ ବେହେରାର ଚିତ୍କାର ଶୁଣି ସ୍ଥାନୀୟ ଲୋକଙ୍କ ସହାୟତାରେ ରେଢାଖୋଲ ଡାକ୍ତରଖାନାକୁ ଅଣାଯାଇଥିଲା ।ଡାକ୍ତରଖାନାରେ ଅତ୍ୟନ୍ତ ଗୁରୁତର ହେବାରୁ ବୁର୍ଲା ଡାକ୍ତରଖାନା ପଠାଯାଇଥିଲା  ।ସଙ୍ଗେ ସଙ୍ଗେ ଘଟଣାସ୍ଥଳ କୁ ପୋଲିସ ପହଞ୍ଚି ଅଧିକ ତଦନ୍ତ କରୁଥିବା ସୂଚନା ମିଳିଛି । ଦିନକୁ ଦିନ ରେଢ଼ାଖୋଲରେ ଚୋରି, ଡକାୟତି, ଗଣ୍ଡଗୋଳ ବୃଦ୍ଧି ପାଉଥିବାରୁ ସ୍ଥାନୀୟ ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।

Leave A Reply

Your email address will not be published.