ପରଲୋକରେ ସ୍ୱାଧୀନତା ସଂଗ୍ରାମୀ ଦେବାନନ୍ଦ ଗୁପ୍ତା।

0 2

http://www.youtube.com/watch?v=bJ4xxoBfHF8&t=1s 

ସମ୍ବଲପୁର, (ରମାକାନ୍ତ ବିଶ୍ବାଳ): ସମ୍ବଲପୁର ର ବିଶିଷ୍ଟ ଗାନ୍ଧିବାଦୀ ସ୍ୱାଧୀନତା ସଂଗ୍ରାମୀ ଦେବାନନ୍ଦ ଗୁପ୍ତାଙ୍କ ଆଜି ବୁର୍ଲା ଡାକ୍ତରଖାନା ରେ ୯୫ ବର୍ଷ ବୟସରେ ପରଲୋକ ଘଟିଛି I ଆଜି ସକାଳୁ  ଗୁରୁତର ଅସୁସ୍ଥ ହୋଇଥିବା  ଦେବାନନ୍ଦ ଗୁପ୍ତା ଙ୍କୁ ପ୍ରଥମେ ସମ୍ବଲପୁର ମୁଖ୍ୟ ଚିକିତ୍ସାଳୟ ରେ ଭର୍ତ୍ତି କରାଯାଇଥିଲା I

ଅବସ୍ଥା ଗୁରୁତର ହେବାରୁ ବୁର୍ଲା ସ୍ଥାନନ୍ତରଣ କରାଯାଥିଲା I ମାନେଶ୍ଵର ବ୍ଳକ୍‍ ନୂଆ ତିହୁରା ପଞ୍ଚାୟତ ଅନ୍ତର୍ଗତ ମୁରା କଲମୀ  ଗ୍ରାମର  ସ୍ୱାଧୀନତା  ସଂଗ୍ରାମୀ ଶ୍ରୀ ଗୁପ୍ତା ୨୦୧୮ ମସିହା କ୍ରାନ୍ତି ଦିବସ ରେ  ଦିଲ୍ଲି ଯାଇ ରାଷ୍ଟ୍ରପତିଙ୍କ ଦ୍ୱାରା ସମ୍ବର୍ଦ୍ଧିତ ହୋଇଛନ୍ତି। ୨୦୨୦ ବର୍ଷ ଦ୍ୱିତୀୟ ଥର ପାଇଁ ତାଙ୍କୁ ଏହି ସମ୍ମାନ ମିଳିଥିଲା I  ୧୯୨୬ ମସିହାରେ ଅବିଭକ୍ତ ସମ୍ବଲପୁର ଜିଲ୍ଲା ହୀରାକୁଦ ଜଳଭଣ୍ଡାର ଉପର ମୁଣ୍ଡରେ ଥିବା ତିଲିଆ ଫଟାପାଲି ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ ଏହି ମହାନ ସ୍ୱାଧୀନତା ସଂଗ୍ରାମୀ l ୧୬ ବର୍ଷ ବୟସରୁ ଦେଶ ପ୍ରେମରେ ଉଦବୃଦ୍ଧ ହୋଇ ୧୯୪୨ ମସିହାରେ ଭାରତ ଛାଡ଼ ଆନ୍ଦୋଳନରେ ଯୋଗ ଦେଇଥିଲେ l ୧୯୪୨  ମସିହାରେ ସାଥିମାନଙ୍କ ସହିତ ଇଂରେଜ ସରକାର ଦ୍ୱାରା ଗିରଫ ହୋଇ ବର୍ଷେ ପର୍ଯ୍ୟନ୍ତ ସଶ୍ରମ କାରାବରଣ କରିବା ସହିତ ଅର୍ଥ ଦଣ୍ଡରେ ମଧ୍ୟ ଦଣ୍ଡିତ ହୋଇଥିଲେ। ତାଙ୍କ ବିୟୋଗରେ ବିଭିନ୍ନ ରାଜନେତା ଗଭୀର ଶୋକ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.