ସାଳଡ ଗ୍ରାମରେ ପଞ୍ଚଶାସନୀ ବ୍ରାହ୍ମଣ ସମାଜ ସାଳଡ ପ୍ରଗଣା ପକ୍ଷରୁ  ସାମୂହିକ ବ୍ରତୋପନୟନ।

0 2

ସମ୍ବଲପୁର, (ରମାକାନ୍ତ ବିଶ୍ବାଳ) – ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଳକ  ପଞ୍ଚଶାସନୀ ବ୍ରାହ୍ମଣ ସମାଜ ସାଳଡ ପ୍ରଗଣାର ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ସାମୂହିକ ବ୍ରତୋପନୟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଚଳିତ ବର୍ଷ ଏହି ସାମୂହିକ ବ୍ରତୋପନୟନ କାର୍ଯ୍ୟକ୍ରମ ୧୩ ବର୍ଷରେ ପହଞ୍ଚିଥିବା ବେଲେ ଚଳିତ ବର୍ଷ ଅଞ୍ଚଳର ବିଭିନ୍ନ ଗ୍ରାମରୁ ସମୁଦାୟ ୧୬ଟି ବଟୁ ଅଂଶଗ୍ରହଣ ଗ୍ରହଣ କରିଛନ୍ତି। ପଣ୍ଡିତ ମନବୋଧ ଧର ଶର୍ମା,ବୈଭବ ସମ୍ପର୍ଣ୍ଣ ଧର,ବୃଷଭାନୁ ତିୱାରି,ବୃନ୍ଦାବନ ବିଶ୍ବାଳ ଶର୍ମା, ପ୍ରମୋଦ କୁମାର ବିଶ୍ବାଳ, ଭଗବାନ ବିଶ୍ବାଳ ପ୍ରମୁଖଙ୍କ ମନ୍ତ୍ର ଉଚ୍ଚାରଣ ରେ ଚାଲିଛି ଏହି ପବିତ୍ର ସାମୂହିକ ବ୍ରତୋପନୟନ କାର୍ଯ୍ୟକ୍ରମ। ଆଜିକୁ ୧୩ ବର୍ଷ ପୂର୍ବରୁ ପଞ୍ଚଶାସନୀ ବ୍ରାହ୍ମଣ ସମାଜର ପରାମର୍ଶ ଓ ଅନୁମତି କ୍ରମେ  ବ୍ରାହ୍ମଣ ପରିବାର ବଟୁ ମାନଙ୍କୁ କିପରି ସ୍ବଳ୍ପ ଖର୍ଚ୍ଚ ରେ ବ୍ରତୋପନୟନ ପରି ମହତ କାର୍ଯ୍ୟ କରିପାରିବେ ସେହି ଉଦ୍ଦେଶ୍ଯ ନେଇ ଏହାର ପରି କଳ୍ପନା କରାଯାଇଛି।ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବ୍ରତୋପନୟନ କମିଟିର ସଭାପତି ବରିଷ୍ଠ ସାମ୍ବାଦିକ ରମାକାନ୍ତ ବିଶ୍ବାଳ, ସଂପାଦକ ଅଶୋକ କୁମାର ନାଥ,କୋଷାଧ୍ୟକ୍ଷ ରବିନ୍ଦ୍ର କୁମାର ବିଶ୍ବାଳ,  ବରିଷ୍ଠ ସଭ୍ଯ ନରେନ୍ଦ୍ର କୁମାର ବିଶ୍ବାଳ,ପ୍ରଶନ୍ନ କୁମାର ବିଶ୍ବାଳ, ନରସିଂହ ବିଶ୍ବାଳ, ବିଶ୍ବକେଶନ ବିଶ୍ବାଳ, ଉତ୍ତମ କୁମାର ବିଶ୍ବାଳ,କମିଟିର ପ୍ରତିଷ୍ଠାତା ବରିଷ୍ଠ ପରାମର୍ଶ ଦାତା ଭିକାରୀର ଚରଣ ବିଶ୍ବାଳ, ଭଗବାନ ଧର,ମନୋଜ ନାୟକ,ଶୁଶିଲ କୁମାର ନାୟକ ପ୍ରମୁଖ ଉପସ୍ଥିତ ରେ ଅନୁଷ୍ଠିତ ହୋଇଯାଇଛିଏହି କାର୍ଯ୍ୟକ୍ରମ। 

Leave A Reply

Your email address will not be published.