କଳାହାଣ୍ଡି (ତୁଲମଣି ନାଗ) : ଗୁରୁ ବ୍ରହ୍ମା ଗୁରୁ ବିଷ୍ଟୁ ଗୁରୁ ସାକ୍ଷାତେ ପରମ ବ୍ରହ୍ମ -ଆଜିଏହି ଉକ୍ତି ର ଉଲଂଘନ ବହୁ ମାତ୍ରାରେ ଦେଖାଦେଇଛି। ତାର ଏକ ଉଦାହରଣ କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ ସାନକେନ୍ଦୁଗୁଡା ଉଚ୍ଚ ବିଦ୍ୟାଳୟ ରେ ଦେଖିବାକୁ ମିଳିଛି। ସୂଚନା ଅନୁସାରେ ଉକ୍ତ ବିଦ୍ୟାଳୟ ର ବିଜ୍ଞାନ ଶିକ୍ଷକ ବିଜୟ କୁମାର ନେଗି ଜଣେ ନବମ ଶ୍ରେଣୀର ଛାତ୍ରୀଙ୍କୁ ଅଶ୍ଳୀଳ ଆଚରଣ କରିଥିବା ଅଭିଯୋଗ ହୋଇଛି।ଅଭିଯୋଗ ମୁତାବକ ଧର୍ମଗଡ଼ ବ୍ଲକ ଶିକ୍ଷା ଅଧିକାରୀ ବାଞ୍ଛାନିଧି ପୁରୋହିତ ଘଟଣା ସମ୍ପର୍କିତ ବିଷୟରେ ତଦାରଖ କରିଥିଲେ।ତେବେ ପ୍ରଧାନ ଶିକ୍ଷକ ଏହି ଘଟଣାକୁ ଚପାଇ ଦେବା ଉଦ୍ୟମ କରିଥିଲେ ହିଁ ଛାତ୍ରୀ ଙ୍କ ଅବିଭାବକ ଲିଖିତ ଭାବେ ବିଭାଗୀୟ ଅଧିକାରୀ ଜଣାଇଥିଲେ। ଏହି ଘଟଣା ରେ ସମ୍ପୃକ୍ତ ଶିକ୍ଷକ ଜଣ ଙ୍କ ନାଁରେ ଆଗରୁ ମଧ୍ୟ ସମାନ ଅଭିଯୋଗ ହେଇଆସୁଛି। ସ୍କୁଲ କମିଟି ଶିକ୍ଷକ ଙ୍କୁ ବିରୋଧ କରୁଥିଲେ ହିଁ ପ୍ରଧାନ ଶିକ୍ଷକ ଘଣ୍ଟ ଘୋଡାଉ ଥିବାର ଲୋକେ ଅଭିଯୋଗ କରନ୍ତି । ଏପରି କି ଛାତ୍ରଛାତ୍ରୀ ମହଲ ଏକ ପ୍ରକାର ଭୟ ଦେଖାଦେଇଛି। ତେବେ ଶିକ୍ଷକ ଜଣକ ରାଜନେତା ଓ ବିଭାଗୀୟ ପ୍ରଶାସନଙ୍କ ହାତ ଥିବା ଯୋଗୁଁ କୌଣସି ପଦକ୍ଷେପ ନିଆଯାଉ ନ ଥିବା ସାଧାରଣ ରେ ଚର୍ଚ୍ଚା ହୁଏ।ଅନ୍ୟପଟେ ଗାଁ ଲୋକେ ତୁରନ୍ତ ବିଦ୍ୟାଳୟ ରୁ ବଦଳି କରିବା କୁ ଦାବି କରୁଥିବା ବେଳେ ସେପଟେ ଅଶ୍କିଲ ଆଚରଣ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବୁଦ୍ଧିଜୀବୀ ମହଲରୁ ଦାବି ହେଉଛି।
Sign in
Sign in
Recover your password.
A password will be e-mailed to you.