ବିଜେପି ପକ୍ଷରୁ କେନ୍ଦ୍ରୀୟ ବଜେଟ ଉପରେ ଆଲୋଚନାଚକ୍ର।

0 2

ସମ୍ବଲପୁର/ରମାକାନ୍ତ ବିଶ୍ୱ।ଳ – ସମ୍ବଲପୁର ଠାରେ କେନ୍ଦ୍ର ସରକାରଙ୍କ ଚଳିତ ବଜେଟ ଉପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ  ହୋଇଯାଇଛି। ସମ୍ବଲପୁର ର ଓଡିଶା ସାଂସ୍କୃତିକ ସମାଜର ସମ୍ବିଳନି କକ୍ଷରେ ଅନୁଷ୍ଠିତ ଏହି ବଜେଟ ଆଳୋଚନା ରେ ଅବସରପ୍ରାପ୍ତ ଭାରତୀୟ ପ୍ରଶାସନିକ ଅଧିକାରୀ ତଥା ଓଡିଶା ବିଜେପି ବୁଦ୍ଧିଜୀବୀ  ପ୍ରକୋଷ୍ଠର ସଭାପତି ସୁଦର୍ଶନ ନାୟକ ଯୋଗଦେଇ କେନ୍ଦ୍ରୀୟ ବଜେଟ ଉପରେ ଆଲୋଚନା କରି ଏହାକୁ ଏକ  ଯୁଗାନ୍ତକାରୀ ବଜେଟ ବୋଳି କହିଛନ୍ତି । ଶ୍ରୀଯୁକ୍ତ ନାୟକ ବଜେଟର ବିଭିନ୍ନ ଦିଗ ଉପରେ ଆଲୋଚନା କରିବା ସହ ଏହି ବଜେଟରେ ଶିକ୍ଷା, ସ୍ୱାସ୍ଥ୍ୟ, ପ୍ରତିରକ୍ଷା ଉପରେ ଗୁରୁତ୍ୱ ଦିଆଯାଇଥିବା ବୋଳି କହିବା ସହ ବଜେଟ ଟି  ବହୁଜନଙ୍କ ମଙ୍ଗଳ ଉଦ୍ଦେଶ୍ୟରେ ସୁଦୁୁର ପ୍ରସାରୀ ହେବ ବୋଲି ମତ ପ୍ରକାଶ କରିଥିଲେ। ଏହି ବଜେଟ ଆଳୋଚନା ରେ ସମ୍ବଲପର ବିଧାୟକ ଜୟନାରାୟଣ ମିଶ୍ର, ରେଙ୍ଗାଲି ବିଧାୟକ ନାଉରୀ  ନାୟକ, ଜିଲା ସଭାପତି ଗିରିଶ ପଟେଲ ପ୍ରମୁଖ ମଞ୍ଚାସୀନ ଥିଲେ।

http://www.youtube.com/watch?v=HxQM8yheg-E 

Leave A Reply

Your email address will not be published.