ସାପଲହର ଗାନ୍ଧୀ ସ୍ମାରକୀ ଉଚ୍ଚ ବିଦ୍ୟାଳୟରେ ମୋ ସ୍କୁଲ କାର୍ଯ୍ୟକ୍ରମ ଅନୁଷ୍ଠିତ ।

0 2

 ସହଯୋଗର ହାତ ବଢାଇଲେ ପୂର୍ବତନ ଛାତ୍ରଛାତ୍ରୀ ।

ପଦ୍ମପୁର-ସାପଲହର ଗାନ୍ଧୀ ସ୍ମାରକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ପୂର୍ବତନ ଛାତ୍ରଛାତ୍ରୀ ମାନଙ୍କ  ମୋ ସ୍କୁଲ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଶୋଭା ସାଗର ମେହେରଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉକ୍ତ ସଭାରେ ପାଇକମାଲ ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଚୂଡାମଣି ବାରିକ ମୁଖ୍ୟ ଅତିଥି ଭାବରେ ଏବଂ ଏବିଇଓ ଶ୍ରୀଯୁକ୍ତ ଜନକଲାଲ ମେହେର,ଟେମେରି ସିଆରସିସି,ଲଖମରା ସିଆର୍ ସିସି ଶ୍ରୀ ଯୁକ୍ତ ସୁବାସ ସାହୁ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ମୋ ସ୍କୁଲ ଅଭିଯାନର ତାତ୍ପର୍ଯ୍ୟ ବିଷୟରେ ଆଲୋକପାତ କରିଥିଲେ । ବାଦିକଟା ସିଆର୍ ସିସି ଶ୍ରୀ ଯୁକ୍ତ ଧରଣୀଧର ଶବର ସଭା ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଭୋଲାନାଥ ମେହେର, ଲାଲବିହାରୀ ବଢେଇ, ବିଶ୍ଵେଶ୍ବର ନାଗ, ଅରୁଣ ପ୍ରଧାନ ଙ୍କ ସମେତ ଅନେକ ପୂର୍ବତନ ଛାତ୍ରଛାତ୍ରୀ  ଉପସ୍ଥିତ ଥିଲେ । ଉକ୍ତ ସଭାରେ ମୋ ସ୍କୁଲ ଅଭିଯାନ ବିଷୟରେ ବିଷଦ ଆଲୋଚନା କରାଯିବା ପରେ ପୂର୍ବତନ ଛାତ୍ରଛାତ୍ରୀ ମାନେ ୨୭୪୨୦ ଟଙ୍କା ମୋ ସ୍କୁଲ ଅଭିଯାନକୁ ପ୍ରଦାନ କରିଥିଲେ ।

Leave A Reply

Your email address will not be published.