ଟିଟିଲାଗଡ(ଗୌରବ ଦର୍ଜୀ)-ପେଟ୍ରୋଲ ଏବଂ ଡିଜେଲ ଦାମ୍ ଅହେତୁକ ଭାବରେ ବଢ଼ି ଚାଲିଥିବା ନେଇ ଆଜି ପ୍ରଦେଶ କଂଗ୍ରେସ କମିଟି ଦେଇଥିବା ଓଡ଼ିଶା ବନ୍ଦ ଡାକରା ର ବେଶ ପ୍ରଭାବ ଟିଟିଲାଗଡ଼ ଉପଖଣ୍ଡ ରେ ବି ଦେଖିବାକୁ ମିଳିଛି। ଆଜି ଜିଲ୍ଲା ର ବିଭିନ୍ନ ସ୍ଥାନରେ କଂଗ୍ରେସ କର୍ମୀ ମାନେ ପିକେଟିଂ କରି ଦୋକାନ ବଜାର ବନ୍ଦ କରୁଥିବା ଦେଖା ଦେଇଥିଲା । ଏକ ପ୍ରକାର ଶୂନଶାନ ପାଲଟି ଯାଇଥିଲା ରାସ୍ତା ଘାଟ। ଟିଟିଲାଗଡ଼ ଦେଇ ଯାଇଥିବା ଜାତୀୟ ରାଜପଥ କୁ ମଧ୍ୟ କଂଗ୍ରେସ କର୍ମୀ ମାନେ ଅବରୋଧ କରିବା ସହ ପେଟ୍ରୋଲ ପମ୍ପ ଛକରେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ଦେଖିବାକୁ ମିଳିଥିଲା। ପେଟ୍ରୋଲ ଏବଂ ଡିଜେଲ ତେଲ ଲିଟର ପିଛା ୯୧ ଟଙ୍କା ଉପରକୁ ଯାଇଥିବା ବେଳେ ଏହାର ସିଧା ସଳଖ ପ୍ରଭାବ ସାଧାରଣ ଜନତା ଙ୍କ ଉପରେ ପଡୁଥିବା ବେଳେ ତେଲ ଦର ଯୋଗୁଁ ବିଭିନ୍ନ ସାମଗ୍ରୀ ର ଦର ବଢ଼ୁଥିବାରୁ ଶୀଘ୍ର ତେଲ ଦର ଉପରେ କେନ୍ଦ୍ର ସରକାର ଅଙ୍କୁଶ ଲଗାଇବା ପାଇଁ ଦାବି କରିଛନ୍ତି। କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାର ପେଟ୍ରୋଲ ଏବଂ ଡିଜେଲ ଉପରେ ନେଉଥିବା ଟ୍ୟାକ୍ସ ପ୍ରତ୍ୟାହାର କରି ସର୍ବନିମ୍ନ ମୁଲ୍ୟ ରେ ପେଟ୍ରୋଲ ଏବଂ ଡିଜେଲ ଯୋଗାଇ ଦେବା କୁ ଟିଟିଲାଗଡ଼ କଂଗ୍ରେସ କର୍ମୀ ଦାବି କରିଛନ୍ତି।
Sign in
Sign in
Recover your password.
A password will be e-mailed to you.