କେବେ ସ୍ବାଭାବିକ ହେବ ଟ୍ରେନ୍‌ ସେବା , ସମ୍ବଲପୁରରୁ ଭୁବନେଶ୍ୱର କୁ ସିଧାସଳଖ ଟ୍ରେନ ସେବା ଦାବି ତେଜିଲା ।

0 2

http://www.youtube.com/watch?v=5a__QyJkrRo 

ସମ୍ବଲପୁରରୁ ରମାକାନ୍ତ ବିଶ୍ୱାଳଙ୍କ ରିପୋର୍ଟ : ମହାମାରୀ କରୋନା ପରିସ୍ଥିତି ଧିରେ ଧିରେ ନିଅନ୍ତ୍ରଣକୁ ଆସୁଥିବା ବେଳେ ସବୁ ଖୋଲିଲାଣି ତେବେ ଟ୍ରେନ୍‌ ଚଳାଚଳ ସ୍ୱଭାବିକ କୁ ରୋକିଛି କିଏ ? । ଏପ୍ରଶ୍ନ ପଚାରୁଛନ୍ତି ସମ୍ବଲପୁର ବାସିନ୍ଦା । କାହିଁକି ନା ସମ୍ବଲପୁର ରୁ ରାଜଧାନୀ ଭୁବନେଶ୍ବର କୁ ସିଧାସଳଖ ଟ୍ରେନ ନଥିବାରୁ  ହନ୍ତସନ୍ତ ହେଉଛନ୍ତି ନିତିଦିନିଆ ଯାତ୍ରୀ ।

କୋଭିଡ୍‌-୧୯ ପାଇଁ ସାରା ଦେଶରେ ଟ୍ରେନ୍ ସେବା ବନ୍ଦ ଥିଲା। ଟ୍ରାକ୍‌ରେ ଗୋଟିଏ ବି ଟ୍ରେନ୍‌ ଚାଲୁ ନ ଥିଲା। ତେବେ କରୋନା କଟକଣା ଭିତରେ ବି ଲୋକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ପ୍ରଥମେ ପାର୍ସଲ ଟ୍ରେନ୍‌ ଗଡ଼ିଲା। ଧୀରେ ଧୀରେ ସ୍ଥିତି ସ୍ବାଭାବିକ ହେବା ପରେ ଟ୍ରାକ୍‌ରେ ଯାତ୍ରୀବାହୀ ଟ୍ରେନ୍‌ ସେବା ବି ଆରମ୍ଭ ହେଲା। ସ୍ବତନ୍ତ୍ର ଟ୍ରେନ୍‌ ମାଧ୍ୟମରେ ଯାତ୍ରୀମାନେ ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ ଗଲେ। ଇତିମଧ୍ୟରେ କରୋନା ସ୍ଥିତିରେ ଯଥେଷ୍ଟ ସୁଧାର ଆସିଲାଣି। ସଂକ୍ରମଣ କମିଗଲାଣି, କରୋନା ଭୟ ବି ଦୂରେଇଲାଣି। ସ୍କୁଲ, କଲେଜ, ବିଶ୍ବବିଦ୍ୟାଳୟ ଖୋଲିଲାଣି। ସଭା, ଶୋଭାଯାତ୍ରା, ଉତ୍ସବ ପାଇଁ ଓଡ଼ିଶା ସରକାର ଅନୁମତି ଦେଇସାରିଲେଣି। ବସ୍‌ ସେବା ମଧ୍ୟ କେବେଠୁ ସ୍ବାଭାବିକ ହୋଇଗଲାଣି। ମାତ୍ର ରାଜ୍ୟରେ ଗଡ଼ୁନି ପାସେଞ୍ଜର ଓ ମେମୁ ଟ୍ରେନ୍‌।  ପଶ୍ଚିମ ଓଡିଶାର ପ୍ରାଣକେନ୍ଦ୍ର ସମ୍ବଲପୁର ସହରରୁ ରାଜଧାନୀ ଭୁବନେଶ୍ୱର କୁ ପ୍ରତିଦିନ ସହ ସହ ଲୋକ କାର୍ଯ୍ୟରେ ଯାଉଥିବା ବେଳେ ସେମାନଙ୍କ ପାଇଁ ସିଧାସଳଖ ଟ୍ରେନ ନଥିବାରୁ ବହୁ ଅସୁବିଧା ଭୋଗୁଛନ୍ତି ଯାତ୍ରୀ ।  

 

ସମ୍ବଲପୁର ଜିଲ୍ଲା ରୁ  ରାଜଧାନୀ କୁ ଯିବା ପାଇଁ ପୁର୍ବରୁ ସମ୍ବଲପୁର ପୁରୀ ଇଣ୍ଟରସିଟୀ ଟ୍ରେନ ଏକ ପ୍ରମୁଖ ଯାତ୍ରା ମାଧ୍ୟମ ଥିଲା । ସମ୍ବଲପୁର ସମେତ ପଡୋଶୀ ବରଗଡ ଜିଲ୍ଲାର ଯାତ୍ରୀ ମାନେ ଏହା ଉପରେ ନିର୍ଭର କରୁଥିଲେ । ତେବେ ୧୧ ମାସ ହେଲା ଏହି ଟ୍ରେନ୍‌ ସେବା ବନ୍ଦ ରହିଥିବାରୁ ଯାତ୍ରୀମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଥିସହ ବର୍ତ୍ତମାନ ଚାଳୁଥିବା  ସ୍ବତନ୍ତ୍ର ଟ୍ରେନ୍‌ରେ ଯିବା ସମୟରେ ଅଧିକ  ଟିକେଟ୍‌ ମୂଲ୍ୟ  ରହୁଛି। ଯାହାକି ସାଧାରଣ ଲୋକଙ୍କ ପକେଟ୍‌କୁ ବାଧୁଛି। ତା’ପରେ ବି ଆବଶ୍ୟକତା ଥିବାରୁ ସେମାନେ ଟ୍ରେନ୍‌ରେ ଯିବା ଆସିବା କରିବା ଲାଗି ଟିକେଟ୍‌ କରୁଛନ୍ତି। ହେଲେ ସ୍ବତନ୍ତ୍ର ଟ୍ରେନ୍‌ ପ୍ରତି ଯାତ୍ରୀଙ୍କ ଏତେ ଡିମାଣ୍ଡ ରହିଛି ଯେ ୩/୪ ଦିନ ଆଗରୁ ଟ୍ରେନ୍‌ରେ ସିଟ୍‌ ମିଳୁନି। ଦୁଇ ଦିନ ଆଗରୁ ଯାତ୍ରୀଙ୍କୁ ୱେଟିଂ(ଅପେକ୍ଷା)ରେ ରହିବାକୁ ପଡ଼ୁଛି। 

 

 ସମ୍ବଲପୁର ରୁ ରାଜଧାନୀ ଭୁବନେଶ୍ବର କୁ ସିଧାସଳଖ ଟ୍ରେଟ ଚଳାଇବାକୁ ସହର ର ବହୁ ସଂଗଠନ ପକ୍ଷରୁ ଦାବି କରାଯାଇଛି ।  ତେଣେ  ଯାତ୍ରୀ ଙ୍କ ସୁବିଧା ପାଇଁ ରେଲବାଇ ଏଦିଗରେ ତୁରନ୍ତ ପଦକ୍ଷେପ ନେବାପାଇଁ ସାଧାରଣ ରେ ଦାବି ହୋଇଛି ।

       

Leave A Reply

Your email address will not be published.