ସମ୍ବଲପୁରରୁ ରମାକାନ୍ତ ବିଶ୍ବାଳ – ବଜରଙ୍ଗ ଦଳ ସମ୍ବଲପୁର ପକ୍ଷରୁ ସମ୍ବଲପୁର କଚେରି ଛକ ସ୍ଥିତ ଶହିଦ ସ୍ତମ୍ଭରେ ପୁଲଓ୍ବାମା ଆକ୍ରମଣ ରେ ଶହିଦ ହୋଇଥିବା ୪୦ ବୀର ଯବାନ ମାନଙ୍କୁ ଶ୍ରଦ୍ଧାଂଜଳି ଜ୍ଞାପନ କରାଯାଇଛି । ଏଥିସହ ବଜରଂଗ ଦଳ ର କାର୍ଯ୍ୟକର୍ତ୍ତା ରିଙ୍କୁ ଶର୍ମା ଙ୍କୁ ମଧ୍ୟ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା । କଚେରୀ ଛକ ଠାରେ ବଜରଙ୍ଗ ଦଳର ପ୍ରାନ୍ତିୟ ସଂଯୋଜକ ସୁଧିର ରଞ୍ଚନ ବହିଦାର ଙ୍କ ନେତୃତ୍ଵରେ ବହୁ ବଜରଙ୍ଗ ଦଳ କାର୍ଯ୍ୟକର୍ତ୍ତା ଙ୍କ ସମେତ ସହରର ବିଭିନ୍ନ ସଂଗଠନର ସଭ୍ୟ ମାନେ ଏକତ୍ରିତ ହୋଇ ଦେଶରକ୍ଷା ପାଇଁ ପ୍ରାଣବଳି ଦେଇଥିବା ବୀର ଜବାନ ଙ୍କ ସୄତିଚାରଣ କରି ସହିଦ ସ୍ତମ୍ଭ ରେ ମାଲ୍ୟାର୍ପଣ କରିଥିଲେ । ଏହାସହିତ ବଜରଙ୍ଗ ଦଳ କାର୍ଯ୍ଯକର୍ତ୍ତା ରିଙ୍କୁ ଶର୍ମା ଙ୍କ ହତ୍ୟାକାଣ୍ଡ ପ୍ରତିବାଦରେ ମହାମହିମ ରାଷ୍ଟପତି ଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକ ପତ୍ର ମଧ୍ୟ ପ୍ରଦାନ କରାଯାଇଥିଲା । ସେହିପରି ସମର୍ଥ ସମ୍ବଲପୁର ଅନୁଷ୍ଠାନ ପକ୍ଷରୁ ପୁଲଓ୍ବାମା ସହିଦ ଙ୍କୁ ଶ୍ରଦ୍ଦାଞ୍ଚଲି ଦେବା ପାଇଁ ସହର ରେ ଏକ ବାଇକ ସୋଭାଯାତ୍ରା ବାହାର କରାଯାଇଥିଲା । ବାଇକ ସୋଭାଯାତ୍ରା ରେ ସହର ପରିକ୍ରମା କରିବା ପରେ କଚେରୀ ଛକ ଠାରେ ସଂଗଠନ ର ସବୁ ସଭ୍ୟ ମାଲ୍ୟାର୍ପଣ କରିବା ସହ ଦିପ ପ୍ରଜ୍ଜଳନ କରି ସହୀଦ ଙ୍କ ବଳିଦାନ ର ସୄତିଚାରଣ କରିଥିଲେ ।
Sign in
Sign in
Recover your password.
A password will be e-mailed to you.
Prev Post