ମୋ ପରିବାର ତରଫରୁ ରକ୍ତଦାନ ଶିବିର 

0 2

ପଦ୍ମପୁର :- ଆଜି ପଦ୍ମପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ରାଜବୋରାସମ୍ବର ବ୍ଲକ୍ ବିଜୁ ଯୁବ-ଛାତ୍ର ଜନତା ଦଳ ଓ ଓଡ଼ିଶା ମୋ ପରିବାର ଆନୁକୂଲ୍ୟରେ ଜମଲା ଠାରେ ସ୍ବେଚ୍ଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ଓଡ଼ିଶା ମୋ ପରିବାର ବରଗଡ଼ ଜିଲ୍ଳା ସଂଯୋଜକ ଗୌରହରି ମିଶ୍ର ଓ ଯୁବ ନେତା ଭୋଜରାଜ ସିଂ ବରିହା ମିଳିତଭାବେ ଏହି ଶିବିରକୁ ଉଦଘାଟନ କରିଥିଲେ। ସମ୍ମାନୀତ ଅତିଥି ବିଧାୟକ ପ୍ରତିନିଧି ପ୍ରଶାନ୍ତ ମହାନ୍ତି,ଜିଲ୍ଲା ଯୁବ ଜନତା ଦଳ ସମ୍ପାଦକ ଭରତ ପଣ୍ଡା,ଅଚ୍ୟୁତାନନ୍ଦ ସେଠ୍,ରାଜବୋରାସମ୍ବର ବ୍ଲକ୍ ବିଜୁ ଯୁବ ଜନତା ଦଳ ସଭାପତି ମନୋରଞ୍ଜନ ପୁରୋହିତ,ଉପସଭାପତି ସଂଗ୍ରାମ ସାହୁ,ବ୍ଲକ୍ ଆଇ.ଟି ସଂଯୋଜକ ଚନ୍ଦନ ଚାନ୍ଦ। ରାଜବୋରାସମ୍ବର ବ୍ଲକ୍ ବିଜୁ ଛାତ୍ର ଜନତା ଦଳ ସଭାପତି ଲୋକନାଥ ମହେର ,ଉପସଭାପତି ରାଜେଶ କୁମାର ଲୁହାର,ଜମଲା ବିଜୁ ଯୁବ ଜନତା ଦଳ ସଭାପତି ରାଜୁ ମହାଲିଙ୍ଗ,ଦେବାଶିଷ ବରିହା,ଅମୃତଲାଲ ମେହେର,ଭଗବାନ ବିଶ୍ୱାଳ,ଲୋକନାଥ ଭୋଇ,ନରେନ ଭୋଇ ପ୍ରମୁଖ ଉପସ୍ଥିତ ଥିଲେ।ଏହି ଶିବିରରେ ସର୍ବମୋଟ ୫୩ ୟୁନିଟ୍ ରକ୍ତ ସଂଗୃହିତ ହୋଇଥିଲା।

Leave A Reply

Your email address will not be published.